ବର୍ଷା ଧୋଇନେଲା ପଞ୍ଚମ ଟ୍ବେଣ୍ଟି-୨୦: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ୨-୨ରେ ଶେଷ

Advertisment
ବର୍ଷା ଧୋଇନେଲା ପଞ୍ଚମ ଟ୍ବେଣ୍ଟି-୨୦: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ୨-୨ରେ ଶେଷ

Navbharat Times

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌କୁ ବର୍ଷା ଧୋଇ ନେଇଛି। ଫଳରେ ଶୃଙ୍ଖଳା ୨-୨ରେ ଅମୀମାଂସିତ ରହିଛି। ଅପୂର୍ବ ଉତ୍କଣ୍ଠା ତଥା ‌ରୋମାଞ୍ଚରେ ଭରପୂର ଏହି ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ (ଦିଲ୍ଲୀ ଓ କଟକ)କୁ ଜିତି ନେଇ ଦକ୍ଷିଣ ଆଫ୍ରିକା ୨-୦ରେ ଆଗୁଆ ରହିଥିଲା। ହେଲେ ଘରୋଇ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିବା ସହ ଲଢ଼ୁଆ କ୍ରିକେଟ୍ ଖେଳି ପରବର୍ତ୍ତୀ ଦୁଇ ମୁକାବିଲା (ବିଶାଖାପାଟଣା, ରାଜକୋଟ)କୁ ସହଜରେ ଜିତି ନେଇଥିଲା। ସେଥିପାଇଁ ରବିବାରର ଅନ୍ତିମ ମ୍ୟାଚ୍‌କୁ ଯିଏ ଜିତି ଥା’ନ୍ତା ସିଏ ଶୃଙ୍ଖଳା ବିଜୟୀ ହେବାର ଗୌରବ ହାସଲ କରିଥା’ନ୍ତା। ଅଦିନିଆ ବର୍ଷା କିନ୍ତୁ ଏହା କରାଇ ଦେଇନି।

ରବିବାର ରାତି ୭ଟାରୁ ମ୍ୟାଚ୍ ଆରମ୍ଭ ହେବାର ଥିଲା। ତେବେ ବର୍ଷା ପାଇଁ ୫୦ ମିନିଟ୍ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା। ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କୋହଲା ପାଗରେ ଭାରତ ୩.୩ ଓଭର ଖେଳି ୨ ୱିକେଟ୍ ବିନିମୟରେ ୨୮ ରନ୍ କରିଥିଲା ବେଳେ ବର୍ଷା ପୁନର୍ବାର ଆରମ୍ଭ ‌ହୋଇ ଆଉ ଛାଡ଼ିନଥିଲା। ଖେଳ ହେବାର କୌଣସି ସମ୍ଭାବନା ନଥିବାରୁ ରାତି ୯ଟା ୩୭ରେ ଅମ୍ପାୟାର ଖେଳକୁ ବାତିଲ କରି ଦେଇଥିଲେ। ତେବେ ବଲ୍ ପଡ଼ି ସାରିଥିବାରୁ ମ୍ୟାଚ୍ ଫଳାଫଳ ବିହୀନ ବିବେଚିତ ହୋଇଥିଲା। ଏହି ମ୍ୟାଚ୍ ବାତିଲ ହେବା ସହ ଦକ୍ଷିଣ ଆଫ୍ରିକା ମଧ୍ୟ ୨୦୧୦ ମସିହା ପରଠାରୁ ଭାରତରେ କୌଣସି ସୀମିତ ଓଭର ଶୃଙ୍ଖଳା ନହାରିବାର କୀର୍ତ୍ତିମାନକୁ ଅତୁଟ ରଖିଥିଲା। ଅନ୍ୟପକ୍ଷରେ ଭାରତର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବା ଆଶା ଆଶାରେ ରହିଯାଇଥିଲା। ନିଜ ଶାଣିତ ତଥା ମାପଚୁପ ବୋଲିଂ ପାଇଁ ଭାରତର ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଭୟ ଦଳ ଶୃଙ୍ଖଳାର ଯୁଗ୍ମ ବିଜେତା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe