ସିମିଙ୍କ ଶତକ ବେକାର: ଦକ୍ଷିଣ ଆଫ୍ରିକା-ଆୟର୍ଲାଣ୍ଡ ଶୃଙ୍ଖଳା ୧-୧ରେ ଶେଷ

Advertisment

କ୍ବିଣ୍ଟନ-ମଲାନଙ୍କ ଦ୍ବିଶତକ ଭାଗୀଦାରି

କ୍ବିଣ୍ଟନ-ମଲାନଙ୍କ ଦ୍ବିଶତକ ଭାଗୀଦାରି

ସିମିଙ୍କ ଶତକ ବେକାର: ଦକ୍ଷିଣ ଆଫ୍ରିକା-ଆୟର୍ଲାଣ୍ଡ ଶୃଙ୍ଖଳା ୧-୧ରେ ଶେଷ

ଡବଲିନ୍ : ତୃତୀୟ ଦିନିକିଆରେ ଆୟର୍ଲାଣ୍ଡକୁ ୭୦ ରନ୍‌ରେ ପରାସ୍ତ କରିବା ସହ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ଶୃଙ୍ଖଳାକୁ ୧-୧ରେ ଶେଷ କରି ସମ୍ମାନ ବଞ୍ଚାଇବାରେ ସକ୍ଷମ ହୋଇଛି। ପ୍ରଥମ ମ୍ୟାଚ୍‌ଟି ବର୍ଷା ଧୋଇନେଇଥିବାବେଳେ ଦ୍ବିତୀୟଟିରେ ଆୟର୍ଲାଣ୍ଡ୍‌ ଐତିହାସିକ ବିଜୟ ହାସଲ କରିଥିଲା। ଶୁକ୍ରବାର କ୍ବିଣ୍ଟନ୍ ଡି’ କକ୍‌ (୧୨୦, ୯୧ ବଲ) ଏବଂ ଜାନେମନ୍‌ ମଲାନ୍ (୧୭୭*, ୧୬୯ ବଲ୍‌) ପ୍ରଥମ ୱିକେଟ୍‌ ପାଇଁ ୨୨୫ ରନ୍‌ ଯୋଡ଼ିଥିବାବେଳେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୪ ୱିକେଟ୍ ହରାଇ ୩୪୬ ରନ୍‌ କରିଥିଲା। ଜୋସ୍ ଲିଟଲ୍ ୨ ୱିକେଟ୍ ନେଇଥିଲେ। ଜବାବରେ ଭାରତୀୟ ବଂଶୋଦ୍ଭବ ବୋଲିଂ ଅଲରାଉଣ୍ଡର୍‌ ସିମି ସିଂହ (୧୦୦*, ୯୧ ବଲ୍‌, ୧୪ ଚୌକା)ଙ୍କ ପ୍ରଥମ ଦିନିକିଆ ଶତକ ଏବଂ କର୍ଟିସ୍ କାମ୍ପର୍‌ (୫୪, ୫୪ ବଲ୍)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଆୟର୍ଲାଣ୍ଡ୍‌ ବିଜୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲା। ସିମିଙ୍କ ଶତକ ପୂର୍ଣ୍ଣର ପରବର୍ତୀ ବଲରେ ଶେଷ ବ୍ୟାଟ୍ସମ୍ୟାନ୍‌ କ୍ରେଗ୍‌ ୟଙ୍ଗ ଆଉଟ୍ ‌ହୋଇଯିବାରୁ ଘରୋଇ ଦଳ ୪୭.୧ ଓଭରରେ ୨୭୬ ରନ୍‌ରେ ସୀମିତ ରହିଯାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନ୍ଦିଲ ଫେଲୁକ୍ବା‌‌‌‌‌ୟୋ ଏବଂ ତାବ୍ରାଇଜ୍ ସାସମୀ ପ୍ରତ୍ୟେକ ୩ ଲେଖାଏଁ ଏବଂ କେଶବ ମହାରାଜ ୨ ୱିକେଟ୍ ନେଇଥିଲେ।

କୀର୍ତ୍ତିମାନ: ପ୍ରାରମ୍ଭିକ ଯୋଡ଼ି (କ୍ବିଣ୍ଟନ୍ ଡି’କକ୍‌ ଏବଂ ଜାନେମନ୍ ମଲାନ) ମିଳିତ ଭାବେ ସଂଗ୍ରହ କରିଥିବା ୨୯୭ ରନ୍‌ ଦକ୍ଷିଣ ଆଫ୍ରିକା ପାଇଁ ଏକ ସର୍ବାଧିକ ଦିନିକିଆ କୀର୍ତ୍ତିମାନ। ପୂର୍ବରୁ ୨୦୧୫ ମସିହାରେ ହାସିମ୍ ଅମଲା ଓ ରିଲି ରୋସେୟୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମିଳିତ ଭାବେ ୨୮୧ ରନ୍ ସଂଗ୍ରହ କରିଥିଲେ। ପ୍ରଥମ ୱିକେଟ୍ ପାଇଁ ସଂଗୃହିତ ୨୨୫ ରନ୍‌ ମଧ୍ୟ ଦକ୍ଷିଣ ଆଫ୍ରିକା ପାଇଁ ପ୍ରଥମ ୱିକେଟ୍ ଭାଗୀଦାରିରେ ପଞ୍ଚମ ସର୍ବୋଚ୍ଚ। ନିଜର ୧୨୦ ରନ୍‌ ପାଳି ଅବସରରେ କ୍ବିଣ୍ଟନ ଡି’କକ୍‌ ମଧ୍ୟ ଜଣେ ୱିକେଟରକ୍ଷକ ଭାବେ ୧୦,୦୦୦ ଅନ୍ତର୍ଜାତୀୟ ରନ୍‌ ଅତିକ୍ରମ କରିଥିଲେ। ସମସ୍ତ ଫର୍ମାଟରେ ୧୦,୦୦୦ ରନ୍‌ ଅତିକ୍ରମ କରିବାରେ ସପ୍ତମ ୱିକେଟରକ୍ଷକ ହୋଇଥିଲେ। ପୂର୍ବ ୬ ଜଣଙ୍କ ମଧ୍ୟରୁ କେହି ଜଣେ ବି ୩୦ ବର୍ଷ ପୂର୍ବରୁ ଏହା କରିନଥିଲେ, ଯାହା ଡି’କକ୍‌ କରିପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe