ସ୍ପିନର୍‌ ଦେଲେ ସୁଯୋଗ, ବ୍ୟାଟର୍‌ କ‌ଲେ ହାତଛଡ଼ା

Advertisment

ଆଲୋକର ପର୍ବ ଦୀପାବଳି ବି ଭାରତୀୟ କ୍ରିକେଟ୍‌ର ପଥକୁ ଆଲୋକିତ କରିପାରିନାହିଁ। ଅପ୍ରତ୍ୟାଶିତ ଭାବେ ଭାରତୀୟ ଟେଷ୍ଟ୍‌ ଦଳ ଘରୋଇ ମାଟିରେ ଶୃଙ୍ଖଳା ପରାଜୟ ପରେ ମୂଳପୋଛ ଲଜ୍ଜାକୁ ଏଡ଼ାଇବା ବଦଳରେ ତୃତୀୟ ଟେଷ୍ଟ୍‌ ପ୍ରଥମ ଦିନରୁ ସଂଘର୍ଷ କରିଛି।

ଆଲୋକର ପର୍ବ ଦୀପାବଳି ବି ଭାରତୀୟ କ୍ରିକେଟ୍‌ର ପଥକୁ ଆଲୋକିତ କରିପାରିନାହିଁ। ଅପ୍ରତ୍ୟାଶିତ ଭାବେ ଭାରତୀୟ ଟେଷ୍ଟ୍‌ ଦଳ ଘରୋଇ ମାଟିରେ ଶୃଙ୍ଖଳା ପରାଜୟ ପରେ ମୂଳପୋଛ ଲଜ୍ଜାକୁ ଏଡ଼ାଇବା ବଦଳରେ ତୃତୀୟ ଟେଷ୍ଟ୍‌ ପ୍ରଥମ ଦିନରୁ ସଂଘର୍ଷ କରିଛି।

dgjdgjgjgjg

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି ବି ଭାରତୀୟ କ୍ରିକେଟ୍‌ର ପଥକୁ ଆଲୋକିତ କରିପାରିନାହିଁ। ଅପ୍ରତ୍ୟାଶିତ ଭାବେ ଭାରତୀୟ ଟେଷ୍ଟ୍‌ ଦଳ ଘରୋଇ ମାଟିରେ ଶୃଙ୍ଖଳା ପରାଜୟ ପରେ ମୂଳପୋଛ ଲଜ୍ଜାକୁ ଏଡ଼ାଇବା ବଦଳରେ ତୃତୀୟ ଟେଷ୍ଟ୍‌ ପ୍ରଥମ ଦିନରୁ ସଂଘର୍ଷ କରିଛି। ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟ୍‌ରେ ଭାରତୀୟ ସ୍ପିନର୍ ଦେଇଥିବା ସୁଯୋଗକୁ ବ୍ୟାଟର୍‌ମାନେ ମାତ୍ର ୨ ଓଭର ଭିତରେ ହାତଛଡ଼ା କରି ଦେଇଛନ୍ତି। ଷ୍ଟମ୍ପ୍ସ ହେବାର ଶେଷ ଦୁଇ ଓଭରରେ ଭାରତ ୩ ୱିକେଟ୍‌ ହରାଇ ପୁଣି ଏକ ବିପଦକୁ ନିମନ୍ତ୍ରଣ କରିଛି। ବିଶେଷ କରି ଭାରତୀୟ ଦଳର ଦୁଇ ଅଭିଜ୍ଞ ବ୍ୟାଟର୍‌ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କ୍ରମାଗତ ବିଫଳତା ଦଳକୁ ଗୋଟିଏ ପରେ ଗୋଟିଏ ଲଜ୍ଜା ଦେବାକୁ ଯେଭଳି ପ୍ରସ୍ତୁତ ହେଉଛି। ୱାଙ୍ଖ୍‌ଡେ ଟେଷ୍ଟ୍‌ର ପ୍ରଥମ ଦିନ ୧୪ ୱିକେଟ୍‌ର ପତନ ଘଟିଛି। ରବୀନ୍ଦ୍ର ଜାଡ଼େଜା ଓ ୱାସିଂଟନ୍ ସୁନ୍ଦର ମିଳିତ ଭାବେ ୯ ୱିକେଟ୍ ଦଖଲ କରିବାରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ୍‌ ୨୩୫ ରନ୍ କରିଥିଲା। ଜବାବରେ ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୮୬ ରନ୍‌ରେ ୪ ୱିକେଟ୍ ହରାଇ ୧୪୯ ରନ୍ ପଛରେ ରହିଛି।

ନ୍ୟୁଜିଲାଣ୍ଡ୍‌ ଟସ୍ ଜିତିବା ସହ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆଉ ଏକ ସ୍ପିନ୍ ଟ୍ରାକ୍ ପ୍ରସ୍ତୁତ ଥିବାରୁ ପିଚ୍‌ ଖରାପ ହେବା ପୂର୍ବରୁ ବୋର୍ଡରେ କିଛି ରନ୍ କରିନେବାର ଯୋଜନା ରଖିଥିଲା ଭ୍ରମଣକାରୀ ଦଳ। ପାଳିର ଚତୁର୍ଥ ତଥା ନିଜ ଦ୍ବିତୀୟ ଓଭରରେ ଆକାଶ ଦୀପ ପ୍ରାରମ୍ଭିକ ବ୍ୟାଟର୍‌ ଡେଭନ୍ କନୱେ (୪)ଙ୍କୁ ଏଲ୍‌ବିଡବ୍‌ଲ୍ୟୁ କରି ଦେଇଥିଲେ। କିନ୍ତୁ ଅଧିନାୟକ ଟମ୍ ଲଥାମ (୪୪ ବଲ୍‌ରୁ ୨୮ ରନ୍) ଏବଂ ଡାରିଲ୍ ମିଚେଲ୍ (୧୨୯ ବଲ୍‌ରୁ ୮୨ ରନ୍)ଙ୍କୁ ସାଥି କରି ୱିଲ୍ ୟଙ୍ଗ୍ (୧୩୮ ବଲ୍‌ରୁ ୭୧ ରନ୍) ଦୁଇଟି ଗୁରୁତ୍ବପୂର୍ଣ୍ଣ ଭାଗୀଦାରି ଗଢ଼ିଥିଲେ। ଲଥାମଙ୍କ ସହ ୪୪ ରନ୍ ଏବଂ ୟଙ୍ଗ୍‌ଙ୍କ ସହ ୮୭ ରନ୍‌ର ଏହି ଦୁଇଟି ଭାଗୀଦାରି ନ୍ୟୁଜିଲାଣ୍ଡ୍‌କୁ ବଡ଼ ସ୍କୋର୍‌ ମୁହାଁ କରିଥିଲା। ଏକଦା ୧୫୯/୩ରେ ଥିବା ଭ୍ରମଣକାରୀ ଦଳକୁ ଭାରତୀୟ ସ୍ପିନର୍ ଅଡୁଆରେ ପକାଇଥିଲେ। ଅଶ୍ବିନ ପ୍ରଭାବହୀନ ରହିଥିଲେ ମଧ୍ୟ ରବୀନ୍ଦ୍ର ଜାଡ଼େଜା ଓ ୱାସିଂଟନ୍ ସୁନ୍ଦର ନିୟମିତ ବ୍ୟବଧାନରେ ୱିକେଟ୍‌ ବାହାର କରିଚାଲିଥିଲେ। ପ୍ରବଳ ଗ୍ରୀଷ୍ମତାପ ଭିତରେ ଖେଳାଳିମାନେ ସଂଘର୍ଷ କରୁଥିବା ବେଳେ ଜାଡ଼େଜା ଗୋଟିଏ ପାର୍ଶ୍ବରୁ ଲଗାତାର ଭାବେ ୨୨ ଓଭର ବୋଲିଂ କରିବାର ସୁଫଳ ପାଇଥିଲେ। ନିଜ ଟେଷ୍ଟ୍ ଜୀବନର ୧୪ତମ ୫ ୱିକେଟ୍‌ ସଫଳତା (୨୨-୧-୬୫-୫) ସହିତ ନ୍ୟୁଜିଲାଣ୍ଡ୍‌କୁ ୨୩୫ ରନ୍‌ରେ ରୋକି ଦେଇଥିଲେ। ଅଗ୍ରଣୀ ଭାରତୀୟ ଟେଷ୍ଟ୍ ୱିକେଟ୍ ତାଲିକାରେ ଶୀର୍ଷ ୫ ଭିତରେ ବି ପ୍ରବେଶ କରିଯାଇଥିଲେ। ଅପରପାର୍ଶ୍ବରୁ ୱାସିଂଟନ୍ ସୁନ୍ଦର ଭଲ ବୋଲିଂ କରି ୧୮.୪-୨-୮୧-୪ ଚିତ୍ର ପାଇଥିଲେ।

ଭାରତର ପ୍ରଥମ ପାଳି ଭଲରେ ଆରମ୍ଭ ହୋଇଥିଲା। କିନ୍ତୁ ରୋହିତ ଶର୍ମା (୧୮ ବଲ୍‌ରୁ ୧୮ ରନ୍) ପୁଣି ଥରେ ସଅଳ ଆଉଟ୍ ହୋଇଯିବା ଭାରତକୁ ଚାପରେ ପକାଇଥିଲା। ଲଙ୍ଗ୍ ଲେଗ୍‌ରେ ୱିଲ୍ ରୁର୍କେ ଏକ କ୍ୟାଚ୍‌ ହାତଛଡ଼ା କରିବାର ଫାଇଦା ଉଠାଇ ପାରିନଥିଲେ ଭାରତୀୟ ଅଧିନାୟକ। ଭାରତ ଏକଦା ୧/୭୮ ସ୍ଥିତିରେ ଥିଲା। ଯଶସ୍ବୀ ଜୟସ୍ବାଲ ଭଲ ଖେଳିଥିଲେ ମଧ୍ୟ ଲମ୍ବା ବ୍ୟାଟିଂ କରିପାରି ନଥିଲେ। କିନ୍ତୁ ଏଜାଜ ପଟେଲ୍‌ ଲଗାତାର ବଲ୍‌ରେ ଜୟସ୍ବାଲ (୫୨ ବଲ୍‌ରୁ ୩୦ ରନ୍) ଏବଂ ନାଇଟ୍‌ ୱାଚ୍‌ମ୍ୟାନ୍ ମହମ୍ମଦ ସିରାଜ (୦)ଙ୍କୁ ଆଉଟ୍ କରି ଘରୋଇ ଦଳ ହାତରୁ ପ୍ରଥମ ଦିନର ଫାଇଦାକୁ ତୁରନ୍ତ ଛଡ଼ାଇ ନେଇଥିଲେ। ଜୟସ୍ବାଲ ଅଯଥା ରିଭର୍ସ ସୁଇପ୍ ଖେଳିବା ଏବଂ ମହମ୍ମଦ ସିରାଜ ଏକ ରିଭ୍ୟୁ ନଷ୍ଟ କରି ଫେରିଯିବା ଯେତିକି ଯନ୍ତ୍ରଣା ଦେଇଥିଲା ବିରାଟ କୋହଲିଙ୍କ ଦାୟିତ୍ବହୀନ ରନ୍ ଆଉଟ୍ ଏହାକୁ ବହୁଗୁଣିତ କରି ଦେଇଥିଲା। ମିଡ୍ ଅନ୍‌କୁ ବଲ ‌ଖେଳି ସେ ଦୌଡ଼ିବା ଆରମ୍ଭ କରିଥିଲେ ଯାହା ଅସମ୍ଭବ ଥିଲା। କାରଣ ସେଠାରେ ଜାଗ୍ରତ ଥିବା ମ୍ୟାଟ୍ ହେନରି ମିସ୍‌ଫିଲ୍ଡ କିମ୍ବା ମିସ୍ କରିଥିଲେ କୋହଲି ବଞ୍ଚିବାର ଥିଲା, ହେଲେ ସେଭଳି କିଛି ହୋଇ ନଥିଲା।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି-୬୫.୪ ଓଭରରେ ୨୩୫/୧୦ (ଡାରିଲ୍ ମିଚେଲ୍‌-୮୨, ୱିଲ୍ ୟଙ୍ଗ୍‌-୭୧, ଟମ୍ ଲଥାମ-୨୮, ରବୀନ୍ଦ୍ର ଜାଡ଼େଜା-୫/୬୫,  ୱାସିଂଟନ୍ ସୁନ୍ଦର-୪/୮୧, ଆକାଶ ଦୀପ-୧/୨୨)। ଭାରତ ପ୍ରଥମ ପାଳି-୧୯ ଓଭରରେ ୮୬/୪ (ଶୁବମନ ଗିଲ୍‌-୩୧*, ଯଶସ୍ବୀ ଜୟସ୍ବାଲ-୩୦, ରୋହିତ ଶର୍ମା-୧୮, ଋଷଭ ପନ୍ତ୍‌-୧*, ଏଜାଜ ପଟେଲ୍‌-୨/୩୩, ମ୍ୟାଟ୍ ହେନରି-୧/୧୫)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe