କ୍ରୀଡ଼ା ବଜେଟ୍ କମିଲା

Advertisment
ଚାଷୀ, ବ୍ୟବସାୟୀ, ବିଶେଷଜ୍ଞଙ୍କ ସହ ପ୍ରାକ୍‌ ବଜେଟ୍‌ ଆଲୋଚନା

The Sentinel Assam

ନୂଆଦିଲ୍ଲୀ: କୋଭିଡ୍-୧୯ ସଙ୍କଟର ପ୍ରଭାବ ଦେଶର କ୍ରୀଡ଼ା ବଜେଟ୍ ଉପରେ ପଡ଼ିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷି, ସ୍ବାସ୍ଥ୍ୟ ଏବଂ ଭିତ୍ତିଭୂମି ନିର୍ମାଣକୁ ଅଗ୍ରାଧିକାର ଦେବା ପରେ ୨୦୨୧-୨୨ ଆର୍ଥକ ବର୍ଷ ଲାଗି କ୍ରୀଡ଼ା ବଜେଟରେ ପାଖାପାଖି ୨୩୦.୭୮ କୋଟି ଟଙ୍କାର ହ୍ରାସ ଘଟିଛି। ଚଳିତ ବର୍ଷ କ୍ରୀଡ଼ା କ୍ଷେତ୍ର ପାଇଁ ୨୫୯୬.୧୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଯାହାର ପରିମାଣ ଗତ ଆର୍ଥିକ ବର୍ଷରେ ୨୮୨୬.୯୨ କୋଟି ଟଙ୍କ‌ା ଥିଲା। ତେବେ କୋଭିଡ୍ ସଂକ୍ରମଣ ପାଇଁ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ବ୍ୟାପକ ଭାବେ ପ୍ରଭାବିତ ହେବା ପରେ ଏହାକୁ ୧୮୦୦.୧୫ କୋଟି ଟଙ୍କାକୁ କମାଇ ଦିଆଯାଇଥିଲା।

ଏଣୁ ଗତବର୍ଷର ପୁନଃନିର୍ଦ୍ଧାରିତ ବଜେଟ୍‌ଠାରୁ ଚଳିତ ବର୍ଷର ବଜେଟ୍‌ରେ କ୍ରୀଡ଼ାକୁ ୭୯୫.୯୯ କୋଟି ଟଙ୍କା ଅଧିକ ମିଳିଛି। କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଯୋଜନା ‘ଖେଲୋ ଇଣ୍ଡିଆ’ର କିନ୍ତୁ ସର୍ବାଧିକ କ୍ଷତି ସହିଛି। ଏହି ଯୋଜନାର ବ୍ୟୟ ବରାଦକୁ ଚଳିତ ଆର୍ଥିକ ବର୍ଷରେ ୨୩୨.୭୧ କୋଟି ଟଙ୍କା କମାଇ ଦିଆଯାଇଛି। ଗତ ବଜେଟ୍‌ରେ ଖେଲୋ ଇଣ୍ଡିଆକୁ ୮୯୦.୪୨ କୋଟି ଟଙ୍କା‌ ମିଳିଥିଲା। ଏଥର ଯାହା ୬୫୭.୭୧ କୋଟି ଟଙ୍କା ରହିଛି। ଗତ ଆର୍ଥିକ ବର୍ଷରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ବଜେଟକୁ ପାଖାପାଖି ୫୦୦ କୋଟି ଟଙ୍କା କମାଇ ଦିଆଯାଇଥିଲା। ଏଥର ୧୬୦.୪୧ କୋଟି ଟଙ୍କା ବଢ଼ିଛି। ସାଇ ପାଇଁ ସରକାର ୬୬୦.୪୧ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଜାତୀୟ କ୍ରୀଡ଼ା ସଂସ୍ଥାନଗୁଡ଼ିକର ବ୍ୟୟ ବରାଦ ୩୫ କୋଟି ଟଙ୍କା ବଢ଼ାଇ ୨୮୦ କୋଟି ଟଙ୍କା କରାଯାଇଛି। କ୍ରୀଡ଼ାବିତ୍‌ଙ୍କୁ ଦିଆଯାଇଥିବା ଆର୍ଥିକ ପ୍ରୋତ୍ସାହନକୁ ୭୦ରୁ ୫୩ କୋଟି ଟଙ୍କାକୁ କମାଇ ଦିଆଯାଇଛି।

ଜାତୀୟ କ୍ରୀଡ଼ା ବିକାଶ ପାଣ୍ଠିର ବଜେଟକୁ ଅଧା କରି ୨୫ କୋଟି ଟଙ୍କା କରି ଦିଆଯାଇଛି। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା-ସାଇ ଷ୍ଟାଡିୟମ୍ ନବୀକରଣ ପାଇଁ ମିଳୁଥିବା ରାଶିକୁ ଗତବର୍ଷର ୭୫ କୋଟି ଟଙ୍କାରୁ ୩୫ କୋଟି ଟଙ୍କା କରି ଦିଆଯାଇଛି। ଜମ୍ମୁ କାଶ୍ମୀରରେ କ୍ରୀଡ଼ା ବିକାଶ ଏବଂ ଜାତୀୟ କ୍ରୀଡ଼ାବିତ୍ କଲ୍ୟାଣ ପାଣ୍ଠିର ବଜେଟ ଯଥାକ୍ରମେ ୫୦ ଓ ୨ କୋଟି ଟଙ୍କାରେ ଅପରିବର୍ତ୍ତିତ ରହିଛି। ବିଶ୍ବ ଡୋପିଂ ନିରୋଧୀ ସଂସ୍ଥାନ (ୱାଡା)କୁ ଦିଆଯାଉଥିବା ଅନୁଦାନକୁ ୨ରୁ ୨.୫ କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe