ମାର୍ଚ୍ଚ ୨୬ରୁ ଆଇପିଏଲ୍‌ ଆରମ୍ଭ ପାଇଁ ଷ୍ଟାର୍‌ ଚାହୁଛି: ପ୍ରସାରଣରୁ ବିସିସିଆଇକୁ ମିଳିବ ୫୦,୦୦୦ କୋଟି

Advertisment
ଆଇପିଏଲ୍‌: ଆଜି ନାଇଟ୍‌ ରାଇଡର୍ସକୁ ଭେଟିବ ସନ୍‌ରାଇଜର୍ସ

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଆରମ୍ଭ ନେଇ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏବଂ ପ୍ରସାରଣକାରୀ ସଂସ୍ଥା ଡିଜ୍‌ନି ଷ୍ଟାର୍‌ ଭିନ୍ନ ମତ ପୋଷଣ କରୁଛନ୍ତି। ବିସିସିଆଇ ଆଇପିଏଲ୍‌କୁ ମାର୍ଚ୍ଚ ୨୭ ତାରିଖରୁ ଆୟୋଜନ କରିବ ବୋଲି ସ୍ଥିର କରିଛି। ‌ହେଲେ ଡିଜ୍‌ନି ଷ୍ଟାର୍‌ କିନ୍ତୁ ଏହାକୁ ୨୬ରୁ ଆରମ୍ଭ କରିବାକୁ ଚାହୁଛି। ଫଳରେ ବିସିସିଆଇ ବିଦ୍ଧିବଧ ଭାବେ ଭେନ୍ୟୁ ଏବଂ ସୂଚୀ ‌ଘୋଷଣା କରିବା ନେଇ ବିଳମ୍ବ ଦେଖାଦେଇଛି। ମାର୍ଚ୍ଚ ୨୭ ତାରିଖ ରବିବାର ପଡୁଛି। ସପ୍ତାହନ୍ତ (ଶନିବାର ଓ ରବିବାର)ରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଆୟୋଜନ କରିବା ପାଇଁ ପ୍ରସାରଣକାରୀ ସଂସ୍ଥା ଚାହେଁ। ତେବେ ଆଇପିଏଲ୍‌ ନିୟମ ଅନୁଯାୟୀ ଉଦ୍‌ଘାଟନୀ ଦିବସରେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳାଯିବ। ସେହିଦୃଷ୍ଟିରୁ ରବିବାର ଆରମ୍ଭ ହେଲେ ସେଦିନ ଗୋଟିଏ ମ୍ୟାଚ୍‌ ଖେଳାଯିବ। ପରଦିନ ସୋମବାର ଯୋଗୁଁ ଦୁଇଟି ମ୍ୟାଚ୍‌ ସମ୍ଭବ ହେବନି। କେବଳ ସୋମବାର ଜାତୀୟ ଛୁଟି ଦିବସ ପଡ଼ିଲେ ହିଁ ଦୁଇଟି ମ୍ୟାଚ୍‌ ହୋଇପାରିବ। କିନ୍ତୁ ଶନିବାର ପ୍ରତିଯୋଗିତା ଆରମ୍ଭ ହେଲେ ସେଦିନ ଗୋଟିଏ ଏବଂ ପରଦିନ ରବିବାରରେ ଦୁଇଟି ମ୍ୟାଚ୍‌ ଖେଳାଯାଇପାରିବ। ଫଳରେ ପ୍ରଥମ ସନ୍ତାହନ୍ତରେ ୩ ମ୍ୟାଚ୍‌ ସମ୍ଭବ ହେବ। ଏହା ହିଁ ହେବା ପାଇଁ ଷ୍ଟାର୍‌ ଚହେଁ। କିନ୍ତୁ ଏନେଇ ବିସିସିଆଇ କୌଣସି ପ୍ରତିକ୍ରିୟା ରଖିନି।

ଅନ୍ୟପକ୍ଷରେ ଷ୍ଟାର୍‌ ମଧ୍ୟ ଭାଷ୍ୟକାରମାନଙ୍କୁ ମାର୍ଚ୍ଚ ୧୯ରୁ ଜୁନ୍‌ ୭ ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ କହିସାରିଲାଣି। କେବଳ ପ୍ରତିଯୋଗିତା ପାଇଁ ନୁହେଁ, ଉଦ୍‌ଘାଟନୀର ୮-୧୦ ଦିନ ପୂର୍ବରୁ କାର୍ଯ୍ୟ କରିବାକୁ ଷ୍ଟାର୍‌ ପରାମର୍ଶ ଦେଇଛି।

ମୁମ୍ବାଇ: ଆଇପିଏଲ୍‌ର ୨୦୨୩ରୁ ୨୦୨୭ ଚକ୍ର ପାଇଁ ସିଧା ପ୍ରସାରଣ ଅଧିକାର ବିକ୍ରିରୁ ବିସିସିଆଇ ୬.୭ ବିଲିୟନ୍ ଡଲାର ବା ପାଖାପାଖି ୫୦,୦୦୦ କୋଟି ଟଙ୍କା ରୋଜଗାର କରିବ। ବିଶେଷ କରି ଦୁଇଟି ନୂଆ ଦଳ ସାମିଲ କରିବା ପରେ ବିସିସିଆଇ ଏହି ‌କ୍ଷେତ୍ରରୁ ହାସଲ କରୁ୍‌ଥିବା ରାଜସ୍ବ ବହୁତ ଗୁଣରେ ବଢ଼ିବ। ବିଶ୍ବର ସବୁଠାରୁ ଧନୀ ତଥା ଚର୍ଚ୍ଚିତ କ୍ରିକେଟ୍‌ ଲିଗ୍‌ରୁ ଅଧିକରୁ ଅଧିକ ଅର୍ଥ ପାଇବା ଲାଗି ବିସିସିଆଇ ଏଥର ବି ଟେଲିଭିଜନ୍ ଏବଂ ଡିଜିଟାଲ ପ୍ରସାରଣ ଅଧିକାରକୁ ପୃଥକ ପୃଥକ ଭାବେ ବିକ୍ରି କରିବାକୁ ଯୋଜନା କରୁଛି। ୨୦୨୩ରୁ ୨୦୨୭ର ଚାରି ବର୍ଷୀୟା ଚକ୍ର ଲାଗି ଆମେରିକୀୟ କଂପାନି ଆମାଜନ ସହ ଭାରତୀୟ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ସୋନି ଗ୍ରୁପ୍ ଏବଂ ୱାଲ୍ଟ ଡିସ୍‌ନି ବିଡ୍ ଦାଖଲ କରିବାର ସମ୍ଭାବନା ରହିଛି। ୨୦୧୮ରୁ ୨୦୨୨ର ଚାରି ବର୍ଷୀୟା ଚକ୍ର ଲାଗି ୱାଲ୍ଟ ଡିସ୍‌ନି ମାଲିକାନାରେ ଥିବା ଷ୍ଟାର୍ ଇଣ୍ଡିଆ ୧୬୩୪୮ କୋଟି ଟଙ୍କା ଦେଇଥିଲା। ଏଥର ବିସିସିଆଇ ଏହାର ତିନିଗୁଣ ରାଜସ୍ବ ପାଇବା ଏକପ୍ରକାର ନିଶ୍ଚିତ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଦୁଇଟି ନୂଆ ଦଳ ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସକୁ ବିସିସିଆଇ ମିଳିତ ଭାବେ ୧.୭ ବିଲିୟନ୍ ବା ୧୨୬୯୬ କୋଟି ଟଙ୍କାରେ ବିକ୍ରି କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe