ରାଜ୍ୟ ବନ୍ଧୁକଚାଳନା ପ୍ରତିଯୋଗିତା ଆରମ୍ଭ

Advertisment
ରାଜ୍ୟ ବନ୍ଧୁକଚାଳନା ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ବର: ଉତ୍କଳ କରାଟେ ସ୍କୁଲ୍‌ ଓ କଳିଙ୍ଗ ଷ୍ଟାଡିୟମ୍‌ ୫୦ ମିଟର ସୁଟିଂ ରେଞ୍ଜ୍‌ରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି ରାଜ୍ୟ ବନ୍ଧୁକଚାଳନା ପ୍ରତିଯୋଗିତାର ଦଶମ ସଂସ୍କରଣ। ଏଥିରେ ଓଡ଼ିଶା ରାଇଫଲ ସଂଘ ସହ ଅନୁବନ୍ଧିତ ୧୫ ଜିଲ୍ଲା ସଂଘ, କ୍ଲବ୍‌ (ତାଳଚେର କ୍ଲବ୍‌, ଆଦିତ୍ୟ ବିର୍ଲା ଗଗନ ନାରଙ୍ଗ ଏଚ୍‌ପିସି, ଉତ୍କଳ କରାଟେ ସ୍କୁଲ୍‌, ରାଉରକେଲା କ୍ଲବ୍‌, ବାଲେଶ୍ବର କ୍ଲବ୍‌)ମାନଙ୍କରୁ ପ୍ରାୟ ୨୦୦ ପ୍ରତିଯୋଗୀ ଭାଗ ନେଉଛନ୍ତି। ଉତ୍କଳ କରାଟେ ସ୍କୁଲ୍‌ରେ ୧୪ ଓ ୧୫ ତାରିଖ ଦୁଇ ଦିନ ଏୟାର ୱିପନରେ ପ୍ରତିଦ୍ବନ୍ଦ୍ବିତା ହେଉଥିଲା ବେଳେ ୧୬ ଓ ୧୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ ସୁଟିଂ ରେଞ୍ଜ୍‌ରେ ୫୦ ମିଟର ରାଇଫଲ ଏବଂ ୨୫ ମିଟର ପିସ୍ତଲ ଇଭେଣ୍ଟ ଅନୁଷ୍ଠିତ ହେବ। ୧୭ ତାରିଖ ସଂଧ୍ୟାରେ ଉଦ୍‌ଯାପନୀ ଉତ୍ସବରେ କ୍ରୀଡ଼ା ଓ ଯୁବସେବା ବିଭାଗ କମିଶନର ତଥା ସଚିବ ଭିନୀଲ କ୍ରିଷ୍ଣା ମୁଖ୍ୟ ଅତିଥି ଏବଂ ପୂର୍ବତନ ସାଂସଦ ପଦ୍ମଶ୍ରୀ ଦିଲିପ ତିର୍କି ସମ୍ମାନୀତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ପ୍ରତିଯୋଗିତାରୁ ମନୋନୀତ ଖେଳାଳିମାନେ ଆସନ୍ତା ଅକ୍ଟୋବର ୧୦ରୁ ଗୁଜରାଟର ଅହମ୍ମଦାବାଦଠାରେ ଆୟୋଜିତ ହେବାକୁଥିବା ପ୍ରାକ୍‌ ଜାତୀୟ ଜିଭି ମାଭ୍‌ଲେଙ୍କାର ବନ୍ଧୁକଚାଳନା ପ୍ରତିଯୋଗିତାରେ ଭାଗ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe