ରାଜ୍ୟ ଅନ୍‌ଲାଇନ୍‌ ଓପନ୍‌ ଓ ବାଳିକା ଚେସ୍‌ ଆରମ୍ଭ

ରାଜ୍ୟ ଅନ୍‌ଲାଇନ୍‌ ଓପନ୍‌ ଓ ବାଳିକା ଚେସ୍‌ ଆରମ୍ଭ

ଭୁବନେଶ୍ବର: ରାଜ୍ୟ ଅନ୍‌ଲାଇନ୍‌ ଓପନ୍‌ ଓ ବାଳିକା ଚେସ୍‌ ପ୍ରତିଯୋଗିତା ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ୧୪ ବର୍ଷରୁ କମ୍‌ ବର୍ଗ ଖେଳାଯାଇଛି। ୩ ରାଉଣ୍ଡ ପରେ ବାଳିକାରେ ବୌଦ୍ଧର ସାଞ୍ଚୀ ସାହୁ ୩ ପଏଣ୍ଟ୍‌ ସହ ଶୀର୍ଷରେ ରହିିଥିଲା ବେଳେ ଜୟଲକ୍ଷ୍ମୀ ବାରିକ ଓ ସନ୍ଦୀପା ପ୍ରିୟଦର୍ଶିନୀ ସାହୁ ୨.୫ ପଏଣ୍ଟ୍‌ ଲେଖାଏଁ ପାଇ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି। ଓପନ୍‌ରେ ହୃଷିକେଶ ପଣ୍ଡା‌, ଶ୍ରେୟସ ଶୁଭମ ପଟ୍ଟନାୟକ, ଓମ୍‌ ଆଦିତ୍ୟ ଖାଡ଼ାଙ୍ଗା, ଶ୍ରୀୟାଶ ଦାସ ୩ ପଏଣ୍ଟ୍‌ ଲେଖାଏଁ ପାଇ ମିଳିତ ଭାବେ ଶୀର୍ଷରେ ରହିଛନ୍ତି।

ଏହି ପ୍ରତିଯୋଗିତାରେ ୨୧ ବାଳିକାଙ୍କ ସହ ମୋଟ ୭୧ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଓପନ୍‌ରେ ୬ ରାଉଣ୍ଡ ଏବଂ ବାଳିକାରେ ୫ ରାଉଣ୍ଡ ଖେଳାଯିବ। ଉଭୟ ବର୍ଗର ଶ୍ରେଷ୍ଠ ଦୁଇ ଖେଳାଳି ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଜାତୀୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବେ। ବିଶ୍ବର ପ୍ରତିଷ୍ଠିତ ଚେସ୍‌ ପ୍ରଶିକ୍ଷକ ଭାରତୀୟ ଗ୍ରାଣ୍ଡମାଷ୍ଟର (ଜିଏମ୍‌) ଆର୍‌ବି ରମେଶ ଏହି ପ୍ରତିଯୋଗିତାକୁ ଟର୍ନେଲୋ ପ୍ଲାଟ୍‌ଫର୍ମରେ ଉଦ୍‌ଘାଟନ କରିଥିଲେ। ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ସ୍ବୟାଂଶୁ ସତ୍ୟପ୍ରଜ୍ଞ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଫେୟାର ପ୍ଲେ କମିଟିର ମୁଖ୍ୟ ଜିଏମ୍‌ ସ୍ବୟଂମ୍ସ, ଯୁଗ୍ମ ସମ୍ପାଦକ ବିଧୁ ଭୂଷଣ ମିଶ୍ର, ମୁଖ୍ୟ ଆର୍ବି‌ଟର ଆଇଏ ସୁରେଶ ଚନ୍ଦ୍ର ସାହୁ, ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ) ସଭାପତି ରଂଜନ ମହାନ୍ତି, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe