ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ

Advertisment
ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ ବିଜୁ ପଟ୍ଟନାୟକ ସୁଇମଂ ପୁଲ୍ କଂପ୍ଲେକ୍ସରେ ଶନିବାରଠାରୁ ୬୧ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ମୋଟ ୮୨ ଇଭେଣ୍ଟ୍‌ ସମ୍ପନ୍ନ ହୋଇଛି। ୫୦ ମିଟର୍‌ ବାଳିକା ବ୍ରେଷ୍ଟଷ୍ଟ୍ରୋକ୍‌ରେ ମନ୍ନତା ମିଶ୍ର ଚମତ୍କାର ପ୍ରଦର୍ଶନ ସହ ଜାତୀୟ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଜାଦୁ ବୁଦେକ୍‌ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସନ୍ତରଣ ସଂଘ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଅୟୋଜିତ ଏହି ପ୍ରତିଯୋଗିତାରେ ୧୯ ଜିଲ୍ଲାରୁ ପ୍ରାୟ ୧୨୬ ଖେଳାଳି ଅଂଶଗ୍ରହଣ କରିଛନ୍ତି ବୋଲି ରାଜ୍ୟ ସଂଘ କାର୍ଯ୍ୟକାରୀ ସଭାପତି ପ୍ରଦୀପ ପାଢ଼ୀ ପ୍ରକାଶ କରିଛନ୍ତି। ପ୍ରତିଯୋଗିତାକୁ ଶନିବାର ସକାଳେ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଉଦ୍‌ଘାଟନ କରିଥିଲେ।

ପ୍ରଥମ ଦିବସରେ ବିଭିନ୍ନ ବର୍ଗରେ ଜଦୁ ବୁଦେକ, ଭଦ୍ରା ଶପତଥୀ, ମୋନଜିତ ରୟ, ଅଂଶିକା ଆରାଧନା ସାହୁ, ଭଦୁ ହାଂସଦା, ଉପେନ୍ଦ୍ର ପୂଜାରୀ, ସାତ୍ତ୍ବିକ ପାଣ୍ଡେ, ମନ୍ନତା ମିଶ୍ର, ସାହିଲ ମାଝୀ, ଭୂମିତ ପ୍ରଧାନ, ପ୍ରତୀକ୍ଷା ନନ୍ଦି, ପୀୟୂଷ ଠାକୁର, ଅଲିଭା ସାମଲ, ସୋହନ ବାରିକ, ଅନମୋଲ ମହାନ୍ତି, ଯଜତ ଗୁପ୍ତା, ଦିବ୍ୟାଙ୍କା ଦିବ୍ୟଜ୍ୟୋତି ପ୍ରଧାନ, ସିଂହରାଇ ହାଁସଦା, ଅର୍ପିତ ସେଠ, ରାୟଗୁରୁ ସୂର୍ଯ୍ୟାଂଶ ମହାପାତ୍ର, ଦଶପ୍ରୀତ କୌର ସୋଢ଼ି, ଅଂଶୁମାନ ମେରଲି, ଆକାଂକ୍ଷା ନାୟକ, ନୟନତାରା କା‌ର୍ତ୍ତିକେୟନ ପ୍ରମୁଖ ପ୍ରଥମ ସ୍ଥାନ ଦଖଲ କରିଥିଲେ। ଜଦୁ, ଭଦ୍ରା, ଦିବ୍ୟାଙ୍କା, ଅଂଶୁମାନ, ସିଂହରାଇ, ଉପେନ୍ଦ୍ର, ସାହିଲ, ସାତ୍ତ୍ବିକ, ଅନମୋଲ୍‌, ଭୂମିତ ପ୍ରମୁଖ ଏକାଧିକ ବର୍ଗରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe