କୋଲକାତା ନାଇଟ୍ ରାଇଡର୍ସ (କେକେଆର)ରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ ମୁକ୍ତ କରାଯିବାକୁ ନେଇ ବିସିସିଆଇ ଓ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମଧ୍ୟରେ ବିବାଦ ବଢିବାରେ ଲାଗିଛି ।  ଏତିକି ନୁହେଁ ଏହି ଘଟଣା  ସମଗ୍ର ଏସୀୟ କ୍ରିକେଟ (Cricket)କୁ ପ୍ରଭାବିତ କରିବ ।

Advertisment

ଆହୁରି ପଢନ୍ତୁ : UPSC SUCCESS STORY: ୯ ଘଣ୍ଟାର ଅଫିସ କାମ ପରେ ୟୁପିଏସସି ପାଇଁ ହେଉଥି‌ଲେ ପ୍ରସ୍ତୁତି: ପ୍ରଥମ ପ୍ରୟାସରେ ଉତ୍ତୀର୍ଣ୍ଣ ହେଲେ ସୃଷ୍ଟି

ଭାରତରେ ଟି-୨୦ ବିଶ୍ବକପ ଖେଳିବାକୁ ବାଂଲାଦେଶ କ୍ରିକେଟ ବୋର୍ଡ ଗତକାଲି ମନା କରିବା ପରେ ଏବେ ବାଂଲାଦେଶର ଅନ୍ତରୀଣ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ବାଂଲାଦେଶରେ ଆଇପିଏଲର ପ୍ରସାରଣ ଉପରେ ସେଠାକାର ଅନ୍ତରୀଣ ସରକାର  ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ପରେ ବାଂଲାଦେଶର ଲୋକମାନେ ଆଇପିଏଲର ଆସନ୍ତା ସଂସ୍କରଣ ଦେଖିବାରୁ ବଞ୍ଚିତ ହେବେ । ଏପରି ଗୋଟିକ ପରେ ଗୋଟିଏ ପଦକ୍ଷେପ ଭାରତ ଓ ବାଂଲାଦେଶ କ୍ରିକେଟ ସଂପର୍କକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏପରିକି ଏସବୁ ଘଟଣା କେବଳ କ୍ରିକେଟ ସଂପର୍କ ନୁହେଁ ଭାରତ-ବାଂଲାଦେଶ କ୍ରୀଡ଼ା ସଂପର୍କକୁ ବି ପ୍ରଭାବିତ କରିବାର ଆଶଙ୍କା ରହିଛି । 

ଆହୁରି ପଢନ୍ତୁ : Couple Died: ୧୦ ଦିନ ତଳେ ଭାରତରୁ ଆମେରିକା ଫେରିଥିବା ଦମ୍ପତିଙ୍କର ଦୁର୍ଘଟଣାରେ ମୃତ୍ୟୁ

କେବଳ ଏତିକି ନୁହେଁ ଏହି ଘଟଣା  ସମଗ୍ର ଏସୀୟ କ୍ରିକେଟକୁ ପ୍ରଭାବିତ କରିବ । କାରଣ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସଂପର୍କ ଖରାପ ରହିଛି ଓ ଦୁଇ ଦେଶ ମଧ୍ୟରେ କୌଣସି ଦ୍ବିପାକ୍ଷିକ କ୍ରିକେଟ ଖେଳାଯାଉନାହିଁ । ଏବେ ଯଦି ବାଂଲାଦେଶ-ଭାରତ କ୍ରିକେଟ ସଂପର୍କ ସମାନ ସ୍ଥିତିକୁ ଚାଲିଯାଏ ତେବେ ତାହା ଏସିଆ ଓ ସମଗ୍ର ବିଶ୍ବର କ୍ରିକେଟ ଜଗତକୁ ପ୍ରଭାବିତ କରିବ । ଏହା ଦ୍ବାରା ଅନ୍ତର୍ଜାତୀୟ କ୍ରିକେଟ ସିଡ୍ୟୁଲିଂ  ପ୍ରଭାବିତ ହେବା ସହ କ୍ରିକେଟ ବୋର୍ଡମାନଙ୍କ ରାଜସ୍ବ., ପ୍ରସାରଣକାରୀଙ୍କ ରାଜସ୍ବ ବି ପ୍ରଭାବିତ ହେବ ।