ଆହତ ବିକାଶଙ୍କ ଅଭିଯାନ ଶେଷ

Advertisment
ଆହତ ବିକାଶଙ୍କ ଅଭିଯାନ ଶେଷ

The Indian Express

ଟୋକିଓ: ଭାରତୀୟ ମୁଷ୍ଟିଯୋଦ୍ଧା ବିକାଶ କୃଷ୍ଣନ୍‌ଙ୍କ ଅଲିମ୍ପିକ୍‌ ଅଭିଯାନ ଆରମ୍ଭରୁ ଶେଷ ହୋଇଯାଇଛି। ୬୯ କେଜିରେ ଲଢ଼ିଥିବା ବିକାଶ ଶନିବାର ନିଜ ପ୍ରଥମ ବ‌ାଉଟ୍‌ରେ ଜାପାନ ପ୍ରତିଦ୍ବନ୍ଦ୍ବୀ ସେୱନ୍‌ରେଟ୍‌ସ କ୍ବିନ୍‌ସି ମେନ୍‌ସ ଓକାଜାୱାଙ୍କ ନିକଟରୁ ୦-୫ରେ ପଞ୍ଚ ଆଉଟ୍‌ ହୋଇଯାଇଥିଲେ। ଏପରିକି ଏହି ଘମାଘୋଟ ଲଢ଼େଇ ବେଳେ ପ୍ରତିପକ୍ଷର ପଞ୍ଚ୍‌ ମାଡ଼ରେ ୨୯ ବର୍ଷ ବୟସ୍କ ବିକାଶଙ୍କ ବାମ ଆଖି ତଳ ଫାଟି ରକ୍ତ ବୋହୁଥିବା ଦେଖାଯାଇଥିଲା। ଫଳରେ କାନ୍ଧ ଆଘାତ ଜନିତ ସମସ୍ୟା ସତ୍ତ୍ବେ ଲଢ଼ିଥିବା ବିକାଶ ଆହତ ହୋଇ ପରାଜୟ ସହ ବିଦାୟ ନେଇଛନ୍ତି।

ଭାରତୀୟ ଦଳ ଟୋକିଓ ଯିବା ପୂର୍ବରୁ ଇଟାଲିରେ ଅଭ୍ୟାସ ସେସନ୍‌ ବେଳେ ବିକାଶ କାନ୍ଧରେ ଆଘାତ ପାଇଥିଲେ। ସେ ଚିକିତ୍ସା‌ରେ ରହିଥିଲେ ଏବଂ ସୁସ୍ଥ ହୋଇଯାଇଥିବେ ବୋଲି ଆମର ଆଶା ଥିଲା। ସେ ମଧ୍ୟ ପ୍ରଥମ ବାଉଟ୍‌ ଲଢ଼େଇକୁ ବିନା‌ ସମସ୍ୟାରେ ଆରମ୍ଭ କରିଥିଲେ ବୋଲି ଭାରତର ଉଚ୍ଚ ପ୍ରଦର୍ଶନ ନିର୍ଦେଶକ ସାନ୍ତିଆଗୋ ନିଏଭା କହିଚନ୍ତି। ହେଲେ ଯେତେବେଳେ ସେ ସକାଜାୱାଙ୍କ ଶରୀରକୁ ଜୋର୍‌ଦାର ଆଘାତ ଦେବାକୁ ପୟାସ କରିଥିଲେ ସେତେବେଳେ ପୁନର୍ବାର କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏପରିକି ତାଙ୍କ ବାମ ହାତକୁ ଠିକ୍‌ ଭାବେ ବ୍ୟବହାର କରିପାରିନଥିଲେ। ସେ ଶନିବାର ଗୋଟିଏ ହାତରେ ହିଁ ଲଢ଼ିଥିଲେ ବୋଲି ସାନ୍ତିଆଗୋ କହିଛନ୍ତି। ସେ ଏକମାତ୍ର ମୁଷ୍ଟିଯୋଦ୍ଧା ଭାବେ ଆଜି ଆକ୍‌ସନ୍‌କୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଏହାର ଭରପୁର ଫାଇଦା ଉଠାଇ ନିଜର ତୃତୀୟ ଅଲିମ୍ପିକ୍ସ ଖେଳୁଥିବା ଓକାଜାୱା ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ସହଜରେ ଲଢ଼େଇ ଜିତି ‌ନେଇଥିଲେ। ବିଜୟୀ ହେବାପରେ ସେ ରିଙ୍ଗ୍‌ ଭିତରେ ନା‌ଚିବାରେ ଲାଗିଥିଲେ। ତେବେ ବାଉଟ୍‌ ସାରା ବିକାଶ ଖୁବ୍‌ ଯନ୍ତ୍ରଣା ଭୋଗିଥିଲେ ବୋଲି ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ନିୟମିତ ସାଥୀ ନୀରଜ ଚୋପ୍ରା କହିଛନ୍ତି। ରବିବାର ଦୁଇ ଭାରତୀୟ ରିଙ୍ଗ୍‌କୁ ଓହ୍ଲାଇବେ। ସେମାନେ ହେଲେ ୬ ଥର ବିଶ୍ବ ବିଜୟିନୀ ଏମ୍‌ସି ମେରି କମ୍‌ (୫୧ କେଜି) ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ‌‌ରୌପ୍ୟ ବିଜେତା ମନୀଷ କୌଶିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe