ଧୋନିଙ୍କୁ ସିଏସ୍‌କେ ରଖିବା ପଥ ପରିଷ୍କାର

Advertisment

ଆଇପିଏଲ୍‌ରେ ଭାରତୀୟ ଅନକ୍ୟାପ୍‌ଡ (୫ ବର୍ଷ ଭିତରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନଥିବା) ଖେଳାଳିଙ୍କୁ କିଣିବା ଏବଂ ରଖିବା ନିୟମରେ ବିସିସିଆଇ ଆଂଶିକ ପରିବର୍ତ୍ତନ କରିଛି।

ଆଇପିଏଲ୍‌ରେ ଭାରତୀୟ ଅନକ୍ୟାପ୍‌ଡ (୫ ବର୍ଷ ଭିତରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନଥିବା) ଖେଳାଳିଙ୍କୁ କିଣିବା ଏବଂ ରଖିବା ନିୟମରେ ବିସିସିଆଇ ଆଂଶିକ ପରିବର୍ତ୍ତନ କରିଛି।

Dhoni

ମୁମ୍ବାଇ: ଆଇପିଏଲ୍‌ରେ ଭାରତୀୟ ଅନକ୍ୟାପ୍‌ଡ (୫ ବର୍ଷ ଭିତରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନଥିବା) ଖେଳାଳିଙ୍କୁ କିଣିବା ଏବଂ ରଖିବା ନିୟମରେ ବିସିସିଆଇ ଆଂଶିକ ପରିବର୍ତ୍ତନ କରିଛି। ଫଳରେ ପାଞ୍ଚଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ତା’ର ମହାନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ରିଟେନ୍ କରିବାର ପଥ ପରିଷ୍କାର ହୋଇଛି। ନୂଆ ନିୟମ ଅନୁସାରେ ଯେଉଁ ଘରୋଇ ଖେଳାଳିମାନେ ୫ବର୍ଷ ତଳେ ଅବସର ଘୋଷଣା କରିଥିବେ ସେମାନେ ଅନକ୍ୟାପ୍‌ଡ୍ ଖେଳାଳି ଭାବେ ଆଇପିଏଲ୍ ନିଲାମରେ ସାମିଲ ‌ହୋଇପାରିବେ ଏବଂ ଫ୍ରାଞ୍ଚାଇଜ ଚାହିଲେ ଏଭଳି ଖେଳାଳିଙ୍କୁ ରିଟେନ୍ କରିପାରିବେ।

ଏହି ନିୟମ ଅବଶ୍ୟ କେବଳ ଭାରତୀୟ ଖେଳାଳିଙ୍କ କ୍ଷେତ୍ରରେ ଲାଗୁହେବ। ସେହିଭଳି ‌ଶେ‌ଷ ମୁହୂର୍ତ୍ତରେ ମେଗା ନିଲାମରୁ ଓହରି ଯାଉଥିବା ବିଦେଶୀ ଖେଳାଳିଙ୍କୁ ଦୁଇବର୍ଷ ବାସନ୍ଦ କରାଯିବାର ନିୟମ ମଧ୍ୟ ବିଚାରାଧୀନ ରହିଛି। ଗତ ଜୁଲାଇରେ ୪୩ତମ ଜନ୍ମଦିବସ ପାଳନ କରଥିବା ଧୋନିଙ୍କୁ ୨୦୨୨ ମେଗା ନିଲାମରେ ସିଏସ୍‌କେରେ ୧୨କୋଟି ଟଙ୍କା‌ରେ ରିଟେନ୍ କରିଛି। ଧୋନି ୨୦୧୯ ମସିହାରୁ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ି ସାରିଥିବାରୁ ତାଙ୍କୁ ରିଟେନ୍ କରିବାକୁ ସିଏସ୍‌କେକୁ ମାତ୍ର ୪ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe