ସାକ୍ଷୀ କାମୁଡ଼ିଲେ ଧୋନିଙ୍କ ପାଦ ଆଙ୍ଗୁଠି ! ଜାଣନ୍ତୁ ଏପରି କରିବା ପଛର କାରଣ କ’ଣ

ସାକ୍ଷୀ କାମୁଡ଼ିଲେ ଧୋନିଙ୍କ ପାଦ ଆଙ୍ଗୁଠି ! ଜାଣନ୍ତୁ ଏପରି କରିବା ପଛର କାରଣ କ’ଣ

ରାଞ୍ଚି: କ୍ୟାପଟେନ୍ କୁଲ୍ ଧୋନି ଗୋଟିଏ ସମୟରେ ଗୋଟିଏ କାମ କରିବାକୁ ପସନ୍ଦ କରନ୍ତି। ଯେତେବେଳେ ସେ କୌଣସି କାମରେ ଲାଗି ଥାଆନ୍ତି, ତାକୁ ପୂରଣ ନକଲା ପର୍ଯ୍ୟନ୍ତ ଶାନ୍ତିରେ ନିଶ୍ବାସ ମାରନ୍ତି ନାହିଁ। ଏପରିକି ପତ୍ନୀ ସାକ୍ଷୀ ମଧ୍ୟ ଏଥିଲାଗି ଅଣଦେଖା ହୁଅନ୍ତି। ସାକ୍ଷୀ ମଧ୍ୟ ଏକଥା ଭଲ ଭାବେ ଜାଣିଛନ୍ତି। ସେଥିପାଇଁ ଏକ ଫଟୋ ପ୍ରକାଶ କରି ଧୋନି କିଭଳି ତାଙ୍କୁ ଅଣଦେଖା କରି ଚାଲିଛନ୍ତି, ତା’ର ପ୍ରମାଣ ଦେବାକୁ ଚେଷ୍ଟା କରିଛନ୍ତି।

publive-image

ଏହି ଫଟୋରେ ଧୋନି ବେଡ୍ ଉପରେ ଶୋଇ ଭିଡିଓ‌ ଗେମ୍‌ ଖେଳୁୁଛନ୍ତି। ତାଙ୍କ ଧ୍ୟାନ ଭାଙ୍ଗିବା ଲାଗି ସାକ୍ଷୀ ଚେଷ୍ଟା କରୁଛନ୍ତି। ଧୋନିଙ୍କ ଗୋଡ଼ ଆଙ୍ଗୁଠିକୁ ସେ କାମୁଡ଼ିବାର ଅଭିନୟ କରୁଛନ୍ତି। ଅଭିମାନ କରି ଫଟୋ ତଳେ ଲେଖିଛନ୍ତି ‘ମିଷ୍ଟର୍‌ ସ୍ବିଟି ବନାମ ପତ୍ନୀ’। ତାଙ୍କର ଏହି ଫଟୋକୁ ୫ ଲକ୍ଷରୁ ଅଧିକ ଲାଇକ୍ ମିଳିଛି। ଧୋନି ମଧ୍ୟ ଏହାର ଉତ୍ତର ରଖି ନିଜ ଇନଷ୍ଟାଗ୍ରାମ୍‌ ଅନୁଗାମୀ ସଂଖ୍ୟା ବଢ଼ାଇବା ଲାଗି ଏଭଳି କରୁଛ ବୋଲି ତାତ୍ସଲ୍ୟ କରିଛନ୍ତି।

publive-image Daily Express

ଅନ୍ୟପକ୍ଷରେ  କୋଭିଡ-୧୯ ମହାମାରୀ ସମଗ୍ର ଦେଶକୁ ଏକପ୍ରକାର ଠପ କରି ରଖିଥିବାବେଳେ ଏମ୍ଏସ୍ ଧୋନି ଖେଳାଳିଙ୍କ ପାଇଁ ଅନଲାଇନ୍ କୋଚିଂ ସୁବିଧା ଆରମ୍ଭ କରୁଛନ୍ତି | ଏମଏସ ଧୋନି କ୍ରିକେଟ୍ ଏକାଡେମୀ ଫେସବୁକରେ ଲାଇଭ୍ କ୍ଲାସ୍ ପ୍ରଦାନ କରୁଥିବାବେଳେ ଏକାଡେମୀର ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ତଥା ମୁଖ୍ୟ ପ୍ରଶିକ୍ଷକ ସତ୍ୟଜିତ୍ ଲାହିରି କହିଛନ୍ତି ଯେ ଆମର କ୍ରିକେଟର ନାମକ ଏକ ଆପ୍ ଅଛି ଯେଉଁଠାରେ ଆମେ ନିୟମିତ ଭାବରେ ଡେମୋ ଡ୍ରିଲ୍ ଅପଲୋଡ୍ କରୁ | ପ୍ରଶିକ୍ଷାର୍ଥୀମାନେ ମଧ୍ୟ ସେମାନଙ୍କର ଭିଡିଓ ଅପଲୋଡ୍ କରନ୍ତି ଯାହାକୁ ଆମେ ଦେଖି ସେହି ଅନୁଯାୟୀ ମତାମତ ଦେଉଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe