Sports Calendar 2026 :  ଭାରତ ପାଖରେ ଇତିହାସ ସୃଷ୍ଟି କରିବାର ସୁଯୋଗ

Advertisment

ବର୍ଷ ୨୦୨୬ କ୍ରୀଡ଼ା ଜଗତ ବେଶ ବ୍ୟସ୍ତବହୁଳ ରହିବ । କ୍ରିକେଟଠାରୁ ଆରମ୍ଭ କରି ଆଥଲେଟିକ୍ସ ପର୍ଯ୍ୟନ୍ତ ଅନେକ କ୍ରୀଡ଼ାରେ ଭାରତ ମୈଦାନକୁ ଓହ୍ଲାଇବ । ଭାରତ ଆଗରେ ଅନେକ ଆହ୍ବାନ ରହିବ ଓ ତା ସହିତ ଇତିହାସ ସୃଷ୍ଟି କରିବାର ମୌକା ରହିବ ।

ବର୍ଷ ୨୦୨୬ କ୍ରୀଡ଼ା ଜଗତ ବେଶ ବ୍ୟସ୍ତବହୁଳ ରହିବ । କ୍ରିକେଟଠାରୁ ଆରମ୍ଭ କରି ଆଥଲେଟିକ୍ସ ପର୍ଯ୍ୟନ୍ତ ଅନେକ କ୍ରୀଡ଼ାରେ ଭାରତ ମୈଦାନକୁ ଓହ୍ଲାଇବ । ଭାରତ ଆଗରେ ଅନେକ ଆହ୍ବାନ ରହିବ ଓ ତା ସହିତ ଇତିହାସ ସୃଷ୍ଟି କରିବାର ମୌକା ରହିବ ।

sports

sports

 ଭୁବନେଶ୍ବର : ବର୍ଷ ୨୦୨୬ କ୍ରୀଡ଼ା ଜଗତ ବେଶ ବ୍ୟସ୍ତବହୁଳ ରହିବ । କ୍ରିକେଟଠାରୁ ଆରମ୍ଭ କରି ଆଥଲେଟିକ୍ସ ପର୍ଯ୍ୟନ୍ତ ଅନେକ କ୍ରୀଡ଼ାରେ ଭାରତ ମୈଦାନକୁ ଓହ୍ଲାଇବ । ଭାରତ ଆଗରେ ଅନେକ ଆହ୍ବାନ ରହିବ ଓ ତା ସହିତ ଇତିହାସ ସୃଷ୍ଟି କରିବାର ମୌକା ରହିବ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୨୮ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସ ପାଇଁ ଚଳିତ ବର୍ଷରୁ କ୍ବାଲିଫିକେସନ ପ୍ରକ୍ରିୟା ଆରମ୍ଭ ହୋଇଯିବ । 

ଜାନୁଆରିରୁ ମାର୍ଚ୍ଚ :

ଜାନୁଆରି ୧୫ରୁ ଆରମ୍ଭ ହେବ ୧୯ ବର୍ଷରୁ କମ ବିଶ୍ବକପ କ୍ରିକେଟ୍ । ଏହା ଫେବ୍ରୁଆରି ୬ ପର୍ଯ୍ୟନ୍ତ ଚାଲିବ । ଏହା ପରେ ୭ ଫେବ୍ରୁଆରିରୁ ୮ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ପୁରୁଷ ଟି-୨୦ ବିଶ୍ବକପ୍ । ଏଥର ଭାରତୀୟ ଦଳ ନିଜର ଟାଇଟଲ ବଜାୟ ରଖିବାକୁ ପଡ଼ିଆକୁ ଓହ୍ଲାଇବ । ଜାନୁଆରିରୁ ଆରମ୍ଭ ହେବ ଅଷ୍ଟ୍ରେଲିଆନ ଓପନ ଟେନିସ । ମାର୍ଚ୍ଚରେ ଅନୁଷ୍ଠିତ ହେବ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଯେଉଁଥିରେ ଭାରତର ପି.ଭି. ସିନ୍ଧୁ ଭାଗନେବେ ।

ଆହୁରି ପଢନ୍ତୁ : Supermoon: ଶତାବ୍ଦୀର ବିରଳ ସୁପରମୁନ୍: ଆକାଶରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ପ୍ରଥମ ସୁପରମୁନ୍, ଦେଶର ବିଭିନ୍ନ ସହରରୁ ଆସିଲା ଦୃଶ୍ୟ

ଏପ୍ରିଲରୁ ଜୁନ : 

ଏପ୍ରିଲରେ ସାଇପ୍ରସରେ ହେବାକୁ ଥିବା କ୍ୟାଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନର ଚାମ୍ପିଅନ ଡି. ଗୁକେଶ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏଥିରେ ରମେଶବାବୁ ପ୍ରଜ୍ଞାନନ୍ଦା, ବୈଶାଳୀ, ହମ୍ପି ଏବଂ ଦିବ୍ୟା ପରି ଭାରତୀୟ ଖେଳାଳିମାନେ ମଧ୍ୟ ଅଂଶଗ୍ରହଣ କରିବେ। ସେହିପରି ଏସୀୟ ବକ୍ସିଂ ଚାମ୍ପିଅନସିପ୍ ମଧ୍ୟ ମଙ୍ଗୋଲିଆରେ ଅନୁଷ୍ଠିତ ହେବ। ଭାରତୀୟ ଦଳଗୁଡ଼ିକ ଅହମ୍ମଦାବାଦରେ ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍, ଥମାସ-ଉବର କପ୍ ବ୍ୟାଡମିଣ୍ଟନ ଏବଂ ଲଣ୍ଡନରେ ବିଶ୍ୱ ଦଳ ଟେବୁଲ ଟେନିସ୍ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜୁନରେ ମହିଳା ଟି-୨୦ ବିଶ୍ବକପ୍ ଅନୁଷ୍ଠିତ ହେବ । ଏହି ସମୟରେ ଆଥଲେଟିକ୍ସରେ ଡାଇମଣ୍ଡ ଲିଗ୍ ଆରମ୍ଭ ହେବ, ଯେଉଁଥିରେ ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଥ୍ରୋ ଉପରେ ସମସ୍ତଙ୍କ ନଜର ରହିବ। ଏହା ବ୍ୟତୀତ, ଏହି ସମୟ ମଧ୍ୟରେ ଟେନିସ୍ ଗ୍ରାଣ୍ଡ ସ୍ଲାମ୍ ଫ୍ରେଞ୍ଚ ଓପନ୍ ଏବଂ ୱିମ୍ବଲଡନ୍ ମଧ୍ୟ ଅନୁଷ୍ଠିତ ହେବ। ତେବେ ଏହି ସମୟରେ ବର୍ଷର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ବକପ୍ ଆମେରିକା, ମେକ୍ସିକୋ ଏବଂ କାନାଡାରେ ଅନୁଷ୍ଠିତ ହେବ । 

ଜୁଲାଇ-ସେପ୍ଟେମ୍ବର :

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଲାଇ-ଅଗଷ୍ଟରେ ଗ୍ଲାସଗୋରେ ଅନୁଷ୍ଠିତ ହେବ, ଯେଉଁଠାରେ ଭାରତ ଆଥଲେଟିକ୍ସ, ବକ୍ସିଂ ଏବଂ ଭାରୋତ୍ତୋଳନ ଆଦିରେ ଅଂଶଗ୍ରହଣ କରିବ । ଦିଲ୍ଲୀରେ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ୧୭ରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୧୫ରୁ ୩୦ ଅଗଷ୍ଟ ବେଲଜିୟମ ଓ ନେଦରଲାଣ୍ଡସରେ ବିଶ୍ବକପ ହକି ଅନୁଷ୍ଠିତ ହେବ । ଅଗଷ୍ଟ ୨୨ରେ ଭୁବନେଶ୍ବରରେ ଓ୍ବାଲ୍ଡଡ୍ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର ସିଲଭର ଲେବଲ ମିଟ୍ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୯ରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ଜାପାନରେ ଏସୀୟ କ୍ରୀଡ଼ା ଅନୁଷ୍ଠିତ ହେବ । ଏହି କ୍ରୀଡ଼ା ହକିରେ ସ୍ବର୍ଣ୍ଣ ବିଜେତାକୁ ସିଧାସଳଖ ଅଲମ୍ପିକ୍ସ ଟିକେଟ ମିଳିବ । 

ଆହୁରି ପଢନ୍ତୁ :Good News: ବାପା-ମା’ ଛେଉଣ୍ଡ ମୃତ ଯୁବକଙ୍କୁ ମିଳିଲାନି କାନ୍ଧ; ଶେଷକୃତ୍ୟ କଲେ ପାଳିତ ମା’

ଅକ୍ଟୋବର-ଡିସେମ୍ବର : 

ବର୍ଷର ଶେଷ ତିନିମାସରେ ବି କେତେକ ଗୁରୁତ୍ବପୂର୍ଣ୍ଣ କ୍ରୀଡ଼ା ପ୍ରତିଯୋଗିତା ରହିଛି । ବାହାରିନରେ ବିଶ୍ୱ କୁସ୍ତି ଚାମ୍ପିଅନସିପ୍, ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପ୍, ଦୋହାରେ ଆଇଏସଏସଏଫ ସୁଟିଂ ବିଶ୍ୱ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ଡିସେମ୍ବରରେ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ଅନୁଷ୍ଠିତ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe