ଇତିହାସ ରଚିଲେ ସର୍ବକନିଷ୍ଠ ଜାଜା

Advertisment
ଇତିହାସ ରଚିଲେ ସର୍ବକନିଷ୍ଠ ଜାଜା

ଟୋକିଓ : ୧୨ ବର୍ଷ ବୟସ‌ ବେଳକୁ ଆପଣ କ’ଣ କରୁଥିଲେ? ସିରିଆର ଜଣେ ଯୁବା ଟେବୁଲ୍‌ ଟେନିସ୍‌ ଖେଳାଳି ହେଣ୍ଡ୍ ଜାଜା ଏହି ବୟସ ବେଳକୁ ଅଲିମ୍ପିକ ସ୍ବର୍ଣ୍ଣ ସାକାର କରିବାକୁ ଯାଉଛନ୍ତି। ବିଶ୍ବର ଯୁବ ଖେଳାଳିଙ୍କ ପାଇଁ ସେ ପ୍ରରଣାର ଉତ୍ସ ପାଲଟିଛନ୍ତି। ଜାଜା ଏବେ ଅଲିମ୍ପିକ୍ସ ଇତିହାସର ଅନ୍ୟତମ ସର୍ବକାଳୀନ ସର୍ବକନିଷ୍ଠ ଖେଳାଳି ଏବଂ ଟେବୁଲ ଟେନିସ୍‌ର ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ୨୦୦୯ ଜାନୁଆରି ପହିଲାରେ ଜନ୍ମଗ୍ରହଣ କରିଥିବା ଜାଜା ଟୋକିଓ ଅଲିମ୍ପିକ୍ସର ସର୍ବକନିଷ୍ଠ ଖେଳାଳି। ଶନିବାର ସେ ପଦାର୍ପଣ କରିବା ମାତ୍ରେ ୫୨ ବର୍ଷ ଭିତରେ ସର୍ବକନିଷ୍ଠ ଅଲିମ୍ପିଆନ ହେବେ। ଶେଷ ଥର ପାଇଁ ୧୯୬୮ ମସିହା ଶୀତକାଳୀନ ଅଲିମ୍ପିକ୍ସରେ ୧୧ ବର୍ଷ ବୟସରେ ଫିଗର ସ୍କେଟର୍‌ ବିଟ୍ରିସ୍‌ ହେସ୍ତଲୁ ଅଂଶଗ୍ରହଣ କରିଥିଲେ।

ଅନ୍ତର୍ଜାତୀୟ ଟେବୁଲ୍‌ ଟେନିସ୍ ମାନ୍ୟତାରେ ଏବେ ୧୩ ବର୍ଷରୁ କମ୍‌ ବାଳିକା ବର୍ଗରେ ୪୬ତମ ସ୍ଥାନରେ ରହିଛନ୍ତି ଜାଜା। ଇସ୍ରାଏଲରେ ଯୁଦ୍ଧର ବିଭୀଷିକା ଓ କୋଭିଡ୍‌ ମହାମାରୀ ପରିସ୍ଥିତି ସତ୍ତ୍ବେ ଜାଜା ତାଙ୍କ ଅଲିମ୍ପିକ୍ସ ‌ଅଭିଯାନକୁ ଠିକଣା ପଥରେ ରଖିଥିଲେ। ଶନିବାର ପଦାର୍ପଣ ବେଳକୁ ତାଙ୍କୁ ୧୨ ବର୍ଷ ୨୦୫ ଦିନ‌ ହୋଇଥିବ। ବ୍ରିଟେନ୍‌ର ୧୩ ବର୍ଷୀୟ ସ୍କେଟବୋର୍ଡର ସ୍କାଏ ବ୍ରାଉନ୍‌ ମଧ୍ୟ ‌ଟୋକିଓରେ ପଦାର୍ପଣ କରିବାକୁ ଯାଉଛନ୍ତି। ତେବେ ଅଲିମ୍ପିକ୍ସର ୧୨୫ ବର୍ଷ ଇତିହାସରେ ସର୍ବକନିଷ୍ଠ ଅଲିମ୍ପିଆନ୍‌ ହେବାର ଗୌରବ ଗ୍ରିକ୍ ଜିମ୍ନାଷ୍ଟ ଦିମିତ୍ରାଏସ୍‌ ଲୌଣ୍ଡ୍ରସ୍‌ଙ୍କ ନାମରେ ରହିଛି।

୧୮୯୬ ଆଧୁନିକ ଅଲିମ୍ପିକ୍ସର ପ୍ରଥମ ସଂସ୍କରଣରେ ମାତ୍ର ୧୦ ବର୍ଷ ବୟସରେ ସେ ଅଂଶଗ୍ରହଣ କରିଥିଲେ। କେବଳ ଅଂଶଗ୍ରହଣ ନୁହେଁ କାଂସ୍ୟ ପଦକ ଜିତିବାର ଗୌରବ ମଧ୍ୟ ଅର୍ଜନ କରିଥିଲେ। ଜାଜାଙ୍କ ନାମ କିନ୍ତୁ ଟୋକିଓରେ ସର୍ବକନିଷ୍ଠ, ଅଲିମ୍ପିକ୍ସର ଅନ୍ୟତମ ସର୍ବକନିଷ୍ଠ ଏବଂ ଟୋକିଓର ସର୍ବକନିଷ୍ଠ ହୋଇ ରହିବ। ପ୍ରଥମ ଇସ୍ରାଏଲ୍ ଟେବୁଲ୍‌ ଟେନିସ୍‌ ଖେଳାଳି ଭାବେ ସେ ମଧ୍ୟ ଟୋକିଓ ଟିକେଟ୍‌ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe