ଦୁବାଇ ପାରାବ୍ୟାଡମିଣ୍ଟନ୍ ଲାଗି ଭାରତୀୟ ଦଳରେ ୨ ଓଡ଼ିଆ

Advertisment
ଦୁବାଇ ପାରାବ୍ୟାଡମିଣ୍ଟନ୍ ଲାଗି ଭାରତୀୟ ଦଳରେ ୨ ଓଡ଼ିଆ

ଭୁବନେଶ୍ବର: ଚଳିତ ମାସ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ୟୁଏଇର ଦୁବାଇଠାରେ ଆୟୋଜିତ ହେବାକୁ ଥିବା ଚତୁର୍ଥ ଫଜା ଦୁବାଇ ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲାଗି ଘୋଷିତ ଭାରତୀୟ ଦଳରେ ଦୁଇ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଲିମ୍ପିଆନ୍ ପ୍ରମୋଦ ଭଗତ ଏବଂ ଦୀପ ରଞ୍ଜନ ବିଶୋଇ। ପ୍ରମୋଦ ଏହି ପ୍ରତିଯୋଗିତାରେ ଏସଏଲ୍‌-୩ ବର୍ଗର ଏକକ ଏବଂ ମିଶ୍ରିତ ବର୍ଗରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ ଦୀପ ରଞ୍ଜନ ଏସ୍‌ଏଲ୍‌-୪ର ଏକକ ଏବଂ ଯୁଗଳରେ ଭାରତର ପ୍ରତିନିଧିତ୍ବ କରିବେ। ନିକଟରେ ଅନୁଷ୍ଠିତ ବାହାରିନ୍ ପାରାବ୍ୟାଡମିଣ୍ଟନ୍‌ରେ ପ୍ରମୋଦ ଏକକ ଏବଂ ମିଶ୍ରିତ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ଦୀପ ରଞ୍ଜନ ପୁରୁଷ ଯୁଗଳ‌ରେ କାଂସ୍ୟ ପଦକ ହାସଲ କରିଥିଲେ। ଏହି ପ୍ରତିଯୋଗିତାରେ ମଧ୍ୟ ଉଭୟ ସେହି ସଫଳତାକୁ ଦୋହରାଇବାକୁ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe