ଏସୀୟ କରାଟେରେ ଭାଗନେବେ ୬ ଓଡ଼ିଆ

Advertisment
ଏସୀୟ କରାଟେରେ ଭାଗନେବେ ୬ ଓଡ଼ିଆ

ଭୁବନେଶ୍ବର: ଏସୀୟ କନିଷ୍ଠ କରାଟେରେ ଅଂଶଗ୍ରହଣ କରିବା ଲାଗି ୬ଜଣ ଓଡ଼ିଆ ଖେଳାଳି ଫିଲିପାଇନ୍ସ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଖେଳାଳିମାନେ ହେଲେ ମୋନାଲି ସାହୁ (ବ୍ୟକ୍ତିଗତ ଫାଇଟ୍), ଅଂଶୁମାନ ଆଚାର୍ଯ୍ୟ (ବ୍ୟକ୍ତିଗତ ଫାଇଟ୍), ଓମ୍ ଶୁଭମ୍ ମହାନ୍ତି (ବ୍ୟକ୍ତିଗତ ଫାଇଟ୍) ଓ ଶୁଭକାନ୍ତ ବିଶ୍ବାଳ (ବ୍ୟକ୍ତିଗତ ଫାଇଟ୍)। ଏମାନଙ୍କ ସହ ପ୍ରଶିକ୍ଷକ ଭାବେ ସେଠାକୁ ଯାତ୍ରା କରିଛନ୍ତି କରାଟେ କୁଇନ୍ ଭାଲିନା ଭାଲେଣ୍ଟିନା। ଓଡ଼ିଶା ଦଳର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ବହନ କରୁଛି। ଶନିବାର ଓଡ଼ିଶା ରାଜ୍ୟ କରାଟେ ଡୋ ସଂଘ ତରଫରୁ ଏହି ଖେଳାଳିମାନଙ୍କୁ ଶୁଭକାମନା ପ୍ରଦାନ କରାଯାଇଥିଲା।

ଉତ୍କଳ କରାଟେ ସ୍କୁଲ୍‌ଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ କରାଟେ ସଂଘର କର୍ମକର୍ତ୍ତା ଇଂ. ଚିତ୍ତରଞ୍ଜନ ସ୍ବାଇଁ, ଡ. ହରିପ୍ରସାଦ ପଟ୍ଟନାୟକ, ଡ. ଗୌରୀ ମହାନ୍ତି, ଏସ୍‌ଆର ସାସମଲ୍, ଖାରବେଳ ମଲ୍ଲିକ, ପ୍ରଦୀପ କୁମାର ସରକାର, ପ୍ରଶାନ୍ତ ଧଳ, କାଳୀପ୍ରସାଦ ନନ୍ଦ, ସନତ ନାୟକ, ସଂଜୟ କୁମାର ଦାସ, ସନ୍ତୋଷ କୁମାର ମହାରଣା, ଏନ୍‌ବି ପଟ୍ଟନାୟକ, ଅରବିନ୍ଦ ପଟ୍ଟନାୟକ ଓ ଦୀପକ କୁମାର ସାମନ୍ତରା ପ୍ରମୁଖ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe