ଓସିଏ ମ୍ୟାଚ୍‌ ପରିଚାଳନା ଅଧିକାରୀଙ୍କ ଭିତରେ ଖୁସିର ଲହରି

Advertisment

ଅବସର ନେଇଥା’ନ୍ତେ ବୀରବର, ୫ ବର୍ଷ କାର୍ଯ୍ୟକାଳ ବଢିଲା

ଅବସର ନେଇଥା’ନ୍ତେ ବୀରବର, ୫ ବର୍ଷ କାର୍ଯ୍ୟକାଳ ବଢିଲା

ଓସିଏ ମ୍ୟାଚ୍‌ ପରିଚାଳନା ଅଧିକାରୀଙ୍କ ଭିତରେ ଖୁସିର ଲହରି

କଟକ: ବିସିସିଆଇ ମାନ୍ୟତାପ୍ରାପ୍ତ ମ୍ୟାଚ୍‌ ପରିଚାଳନା ଅଧିକାରୀ ଓ ସହଯୋଗୀମାନଙ୍କର ଅବସର ବୟସ ସୀମା ୬୦ ବର୍ଷରୁ ୬୫ ବର୍ଷକୁ ବୃଦ୍ଧି କରାଯିବା ପ୍ରସଙ୍ଗରେ ଓଡ଼ିଶାରେ ଥିବା ଅଧିକାରୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଓଡ଼ିଶାରୁ ବର୍ତ୍ତମାନ ବିସିସିଆଇ ମାନ୍ୟତାପ୍ରାପ୍ତ ଅଧିକାରୀ ଭାବେ ୧୯ ଜଣ ବିଭିନ୍ନ ଘରୋଇ ମ୍ୟାଚ୍‌ ସମୟରେ କାର୍ଯ୍ୟ କରୁଛନ୍ତି କିମ୍ବା ମ୍ୟାଚ୍‌ ପାଇବା ଅପେକ୍ଷାରେ ଅଛନ୍ତି।

ସେମାନଙ୍କ ମଧ୍ୟରୁ ମ୍ୟାଚ୍‌ ରେଫରି ଭାବେ ସଞ୍ଜୟ ରାଉଳ, ପି. ଜୟଚନ୍ଦ୍ର, ଅମ୍ପାୟାର ଭାବେ ସୁବ୍ରତ ଦାସ, ଅରୁଣ ବାସା, ଦୁର୍ଗାଦତ୍ତ ଦାସ, ସ୍କୋରର ଭାବେ ସିଡି ସୁନୀଲ, ବୀରବର ନାୟକ, ସନ୍ଦୀପ କୁମାର ଜି, ବିରାଜ ଦାସ, ଭିଡିଓ ଆନାଲିିଷ୍ଟ ଭାବେ ଗଣେଶ କର, ଗୋବିନ୍ଦ ବେହେରା, ସାଵନ ପାଢୀ, ସୁବାଶିଷ ଜେନା, ରାଜକମଲ ସି˚ହ, ତାପସ କୁମାର ନାୟକ, ସାରଦା ପ୍ରସନ୍ନ ବିଶ୍ବାଳ ଏବ˚ ପିଚ୍‌ କ୍ୟୁରେଟର ଭାବେ ପଙ୍କଜ ପଟ୍ଟନାୟକ, ବିଭୂ ଶତପଥି ଓ ଅଞ୍ଜନ ଖୁଣ୍ଟିଆ ବିସିସିଆଇ ମାନ୍ୟତା ପାଇଛନ୍ତି।

ଏମାନଙ୍କ ମଧ୍ୟରୁ ସ୍କୋରର ବୀରବର ନାୟକ ଚଳିତ ବର୍ଷ ୬୦ ବର୍ଷରେ ପହଞ୍ଚୁଥିବାରୁ ତାଙ୍କୁ ଅବସର ମିଳିଥା’ନ୍ତା। ତେବେ ବିସିସିଆଇ ଏଜିଏମ୍‌ରେ ଏହି ବୟସ ସୀମା ୬୫ ବର୍ଷରୁ ବୃଦ୍ଧି କରାଯିବାରୁ ସେ ଆହୁରି ୫ ବର୍ଷ ମ୍ୟାଚ୍‌ ପରିଚାଳନା ଦାୟିତ୍ବରେ ରହିପାରିବେ। ଏଥିପାଇଁ ସେ ଖୁସି ବ୍ୟକ୍ତ କରିଥିଲା ବେଳେ ଓସିଏ ଓ ବିସିସିଆଇର କର୍ମକର୍ତ୍ତାମାନଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ବୀରବର ପୂର୍ବରୁ ପେପ୍‌ସି କମ୍ପାନିରେ ଲଜିଷ୍ଟିକ୍‌ ମ୍ୟାନେଜର ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିଲା ବେଳେ ୨୦୦୮-୦୯ ମସିହାରୁ ଓସିଏର ସ୍କୋରର ଭାବେ ମ୍ୟାଚ୍‌ ପରିଚାଳନା କରୁଥିଲେ।

୨୦୧୧ ବେଳକୁ ସି.ଡି. ସୁନୀଲ ଓ ସ୍ବର୍ଗତ କୌଶିକ ସାହାଙ୍କ ପରାମର୍ଶକ୍ରମେ ସେ ବିସିସିଆଇ ସ୍କୋରର ପାଇଁ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ। ସେବେଠାରୁ ବିସିସିଆଇର ଘରୋଇ ମ୍ୟାଚ୍‌ଗୁଡ଼ିକୁ ସେ ପରିଚାଳନା କରିଆସୁଥିଲା ବେଳେ ୨୦୧୮ରେ ଅନ୍‌ଲାଇନ୍‌ ସ୍କୋରର ମାନ୍ୟତା ପାଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ୧୫୦ରୁ ଅଧିକ ମ୍ୟାଚ୍‌ ପରିଚାଳନା କରିସାରିଛନ୍ତି। ବିଭିନ୍ନ ଆନ୍ତର୍ଜାତିକ ମ୍ୟାଚ୍‌ରେ ସେ ସ୍କୋରର ଦାୟିତ୍ବରେ ଥିଲେ ବି ବାରବାଟୀ ଷ୍ଟାଡିୟମରେ ୨୦୧୯ରେ ଭାରତ ଓ େଵଷ୍ଟଇଣ୍ତିଜ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍‌ରେ ସେ ମୁଖ୍ୟ ସ୍କୋରର ଭୂମିକାରେ ରହିଥିଲେ।

ପୂର୍ବରୁ ବିସିସିଆଇ ଅଧୀନରେ କାର୍ଯ୍ୟ କରୁଥିବା ମ୍ୟାଚ୍‌ ପରିଚାଳନା ଅଧିକାରୀଙ୍କ ମଧ୍ୟରେ କେବଳ ଅମ୍ପାୟାରମାନଙ୍କ ପାଇଁ ବୟସ ସୀମା ନିର୍ଧାରଣ କରାଯାଇଥିଲା। ଅମ୍ପାୟାରମାନେ ୫୫ ବର୍ଷ ବୟସରେ ଅବସର ନେଉଥିଲେ। ତେବେ ୨୦୧୯ରେ ଅମ୍ପାୟାରଙ୍କ ସହିତ ସ୍କୋରର, ଭିଡିଓ ଆନାଲିଷ୍ଟ ଓ ଅନ୍ୟାନ୍ୟ ସହକାରୀମାନଙ୍କ ଅବସର ସମୟ ୬୦ ବର୍ଷକୁ ଧାର୍ଯ୍ୟ ହୋଇଥିଲା। ଯାହାଫଳରେ ଏକାସଙ୍ଗରେ ୧୭ ଜଣ ବରିଷ୍ଠ ସ୍କୋରରଙ୍କୁ ଅବସର ନେବାକୁ ପଡ଼ିଥିଲା।

କିନ୍ତୁ ଏମାନଙ୍କୁ ଅବସର ପରର କୌଣସି ସୁବିଧା ସୁଯୋଗ ଦିଆଯାଉନଥିବାରୁ ସାରା ଭାରତର ସ୍କୋରରମାନେ ମିଳିତ ଭାବେ ସେମାନଙ୍କ ରାଜ୍ୟ ସ˚ଘମାନଙ୍କ ଜରିଆରେ ବିସିସିଆଇକୁ ଏଦିଗରେ ବିଚାର କରିବାକୁ ଅନୁରୋଧ କରିଥିଲେ। ସମସ୍ତ ରାଜ୍ୟ ସ˚ଘମାନେ ମଧ୍ୟ ଏହାକୁ ସମର୍ଥନ କରିବାରୁ ଶନିବାର ଏଜିଏମ୍‌ରେ ଅବସର ବୟସ ସୀମାକୁ ୬୫ ବର୍ଷକୁ ବଢାଇ ଦିଆଯାଇଥିଲା। ଏଭଳି ନିଷ୍ପତ୍ତି ପାଇଁ ଓସିଏର ପ୍ରଥମ ଡିଜିଟାଲ ସ୍କୋରର ସି.ଡି. ସୁନୀଲ ଓସିଏ ଓ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ବିସିସିଆଇକୁ ଅବସର ବୟସ ବିଷୟରେ ପୁନଃବିଚାର କରିବାକୁ ଓସିଏ ଜରିଆରେ ଅନୁରୋଧ କରାଯାଇଥିଲା। ରାଜ୍ୟ ସ˚ଘର ସମର୍ଥନ ରହିବାରୁ ଆଜି ସମଗ୍ର ମ୍ୟାଚ ପରିଚାଳନା ଅଧିକାରୀ ପରିବାରର ବିଜୟ ହୋଇଥିବା ସୁନୀଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe