ସ୍ବିତେକଙ୍କୁ ତୃତୀୟ ଫ୍ରେଞ୍ଚ ଓପନ୍‌ ମୁକୁଟ

Advertisment

ଡଡିଗ୍‌-କ୍ରାଜିସେକ୍‌ ପୁରୁଷ ଯୁଗଳ ବିଜେତା

ଡଡିଗ୍‌-କ୍ରାଜିସେକ୍‌ ପୁରୁଷ ଯୁଗଳ ବିଜେତା

ସ୍ବିତେକଙ୍କୁ ତୃତୀୟ ଫ୍ରେଞ୍ଚ ଓପନ୍‌ ମୁକୁଟ

ପ୍ୟାରିସ : ବିଶ୍ବର ଏକ ନମ୍ବର ମହିଳା ଟେନିସ ଖେଳାଳି ଈଗା ସ୍ବିତେକ ଚଳିତ ଫ୍ରେଞ୍ଚ ଓପନ୍‌ ‌ମୁକୁଟ କରାୟତ୍ତ କରିଛନ୍ତି। ଶନିବାର ମହିଳା ଏକକ ଫାଇନାଲ୍‌ରେ ଏହି ପୋଲାଣ୍ଡ ମହିଳା ୬-୨, ୫-୭, ୬-୪ ସେଟ୍‌ରେ ୧୯ ମାନ୍ୟତାପ୍ରାପ୍ତ ଚେକ୍‌ ଗଣରାଜ୍ୟର କାରୋଲିନା ମୁଚୋଭାଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌କୁ ସହଜରେ ଜିତିଥିବା ସ୍ବିତେକଙ୍କୁ ଦ୍ବିତୀୟ ସେଟ୍‌ରେ ମୁଚୋଭା ହରାଇ ଦେଇଥିଲେ। ହେଲେ ତୃତୀୟ ସେଟ୍‌କୁ ସ୍ବିତେକ ଜିତି ନେଇ ଟ୍ରଫି ନିଜ ନାମରେ କରିଥିଲେ। ଏଥସହ ‌ସ୍ବିତେକ ରୋଲାଁ ଗାରୋସରେ ଲଗାତାର ଦ୍ବିତୀୟ ଓ ତୃତୀୟ ଟ୍ରଫି କରାୟତ୍ତ କରିଛନ୍ତି। ଏହା ତାଙ୍କର ଚତୁର୍ଥ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ। ସେ ୩ ଥର ଫ୍ରେଞ୍ଚ ଓପନ୍‌ (୨୦୨୦, ୨୦୨୨, ୨୦୨୩) ଏବଂ ଥରେ ୟୁଏସ୍‌ ଓପନ୍‌ (୨୦୨୨) ଜିତିଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍‌ରେ ସର୍ବିୟା ‌ତାରକା ନୋଭାକ ଜୋକୋଭିକ୍‌ ନରୱେର କାସପର୍‌ ରୁଡଙ୍କୁ ଭେଟିବେ। ସେମିଫାଇନାଲରେ ଜୋକୋଭିକ୍‌ ବିଶ୍ବ ଏକ ନମ୍ବର ସ୍ପେନର କାର୍ଲୋସ୍ ଆଲକାରାଜଙ୍କୁ ଏବଂ ରୁଡ୍‌ ଜର୍ମାନିର ଆଲେକଜାଣ୍ଡର ଜିଭେରଭଙ୍କୁ ପରାସ୍ତ କରି ଟାଇଟଲ୍ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଜୋକୋଭିକ୍‌ ବିଶ୍ବ କୀର୍ତ୍ତିମାନ ୨୩ ଗ୍ରାଣ୍ଡ୍ ସ୍ଲାମ ମୁକୁଟ ଅର୍ଜନ ଲକ୍ଷ୍ୟରେ ରହିଛନ୍ତି।

ଅନ୍ୟପକ୍ଷରେ କ୍ରୋଏସିଆର ଇଭାନ୍‌ ‌ଡଡିଗ୍‌ ଓ ତାଙ୍କ ଆମେରିକୀୟ ସାଥି ଅଷ୍ଟିନ୍‌ କ୍ରାଜିସେକ୍‌ ପୁରୁଷ ଯୁଗଳ ବିଜେତା ହୋଇଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲ୍‌ରେ ଏହି ଯୋଡ଼ି ଏକତରଫା ଭାବେ ୬-୩, ୬-୧ ରେ ବେଲଜିୟମ୍‌ର ଜୋରାନ୍‌ ଭ୍ଲିଜେନ୍‌ ଓ ସାନ୍ଦର ଗିଲିଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe