ବିସିସିଆଇ ବନାଇଥିବା ନିୟମ ଆଗରୁ ଥିଲା, ମଝିରେ ତାକୁ କିଏ ବଦଳାଇଲା ଯାଞ୍ଚ କର: ହରଭଜନ ସିଂହ ‌

ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ ଶୁକ୍ରବାର ଜୋର ଦେଇ କହିଛନ୍ତି ଯେ ବିସିସିଆଇ ଦ୍ୱାରା ସଦ୍ୟ ପ୍ରକାଶିତ ୧୦ଟି ନିୟମ ପୂର୍ବରୁ ଥିଲା। ମଝିରେ କିଏ ବଦଳାଇଥିଲା, ତା’ର ଯାଞ୍ଚ ହେବା ଜରୁରୀ।

tharbhajans

ନୂଆଦିଲ୍ଲୀ: "ବିସିସିଆଇ ନୂଆ ବୋଲି କହି ଜାରି କରିଥିବା ନିୟମ ପୂର୍ବରୁ ଥିଲା। ଆମେ ଖେଳିବା ସମୟରୁ ହିଁ ଏହି ନିୟମ ରହିଛି। ମଝିରେ ଏହାକୁ କିଏ ଏବଂ କାହିଁକି ପରିବର୍ତ୍ତନ କରିଥିଲା, ତା’ର ଯାଞ୍ଚ ହେବା ଜରୁରୀ।" ପୂର୍ବତନ ଭାରତୀୟ ଅଫ୍ ସ୍ପିନର ହରଭଜନ ସିଂହ ଏଭଳି ଦାବି କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଦଳର ଲଜ୍ଜାଜନକ ପରାଜୟରୁ ଧ୍ୟାନ ହଟାଇବା ପାଇଁ ଏହି ନିର୍ଦ୍ଦେଶାବଳୀ ଏକ ପଦକ୍ଷେପ ହୋଇପାରେ।

ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୧-୩ରେ ପରାଜୟ ହେବାର କିଛି ଦିନ ପରେ, ବିସିସିଆଇ ଦଳରେ ଶୃଙ୍ଖଳା ରକ୍ଷା କରିବା ପାଇଁ ୧୦-ସୂତ୍ରୀ ନିର୍ଦ୍ଦେଶ ଜାରି କରିଛି, ଯେଉଁଥିରେ ଘରୋଇ କ୍ରିକେଟକୁ ବାଧ୍ୟତାମୂଳକ କରିବା ସହିତ ପରିବାର ସଦସ୍ୟଙ୍କ ରହିବା ସମୟ ସୀମିତ କରାଯାଇଛି ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କୁ ଗସ୍ତରେ ନେବାକୁ ଅନୁମତି ଦିଆଯାଇନାହିଁ। ଏହା ସହ ସିରିଜ୍ ଚାଲିଥିବା ବେଳେ ବ୍ୟକ୍ତିଗତ ବିଜ୍ଞାପନ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। 

"ମୁଁ ଗଣମାଧ୍ୟମରେ ପ୍ରକାଶିତ ଯାତ୍ରା ନୀତି ବିଷୟରେ ପଢ଼ୁଥିଲି ଏବଂ ମୁଁ ମୋର ଖେଳିବା ସମୟରେ ଥିବା ନିୟମ ଆଉ ଏ ନିୟମ ମଧ୍ୟରେ କିଛି ପାର୍ଥକ୍ୟ ପାଇଲି ନାହିଁ। ୧୦ଟି ମଧ୍ୟରୁ ୯ଟି ନିୟମ ଆମ ସମୟରେ ଥିଲା। ମୋର ପ୍ରଶ୍ନ ହେଉଛି ଯେହେତୁ ଏହି ସମସ୍ତ ନିୟମ ଆମ ସମୟରେ ଥିଲା, ତେବେ କିଏ ଏବଂ କେବେ ଏହାକୁ ପରିବର୍ତ୍ତନ କଲା? ଏହାର ତଦନ୍ତ ହେବା ଆବଶ୍ୟକ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe