ଏଥର ଘରୋଇ ଋତୁରେ ଦୁଇଟି ଈରାନୀ କପ୍‌: ଅକ୍ଟୋବର ଓ ମାର୍ଚ୍ଚରେ ଖେଳାଯିବ

Advertisment
ଏଥର ଘରୋଇ ଋତୁରେ ଦୁଇଟି ଈରାନୀ କପ୍‌: ଅକ୍ଟୋବର ଓ ମାର୍ଚ୍ଚରେ ଖେଳାଯିବ

News18

ନୂଆଦିଲ୍ଲୀ: ଆଗାମୀ ଘରୋଇ ଋତୁର ଦୁଇଟି ଈରାନୀ କପ୍‌ ମୁକାବିଲା ପାଇଁ ସୂଚୀ ସ୍ପଷ୍ଟ କରିଛି ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ)। ପ୍ରଥମ ଥର ପାଇଁ ଗୋଟିଏ ଘରୋଇ ଋତୁରେ ଦୁଇଟି ଈରାନୀ କପ୍‌ ଦେଖିବାକୁ ମିଳିବ। ମଙ୍ଗଳବାର ବିସିସିଆଇ ସ୍ପଷ୍ଟ କରିଥିବା ଘରୋଇ ଋତୁର ସୂଚୀ ଅନୁଯାୟୀ ପ୍ରଥମ ମୁକାବିଲା ଚଳିତ ବର୍ଷ ଅକ୍ଟୋବରରେ ୨୦୧୯-୨୦ ରଣଜୀ ଟ୍ରଫି ବିଜେତା ସୌରାଷ୍ଟ୍ର ଏବଂ ଅବଶିଷ୍ଟ ଭାରତ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ରାଜକୋଟରେ ଅକ୍ଟୋବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ସେହିପରି ଦ୍ବିତୀୟ ମୁକାବିଲା ଆସନ୍ତାବର୍ଷ ମାର୍ଚ୍ଚରେ ଏବର ରଣଜୀ ଟ୍ରଫି ବିଜେତା ମଧ୍ୟପ୍ରଦେଶ ଓ ଅବଶିଷ୍ଟ ଭାରତ ମଧ୍ୟରେ ଇନ୍ଦୋରରେ ଖେଳାଯିବ। ଦ୍ବିତୀୟ ଈରାନୀ କପ୍‌ ମୁକାବିଲା ୨୦୨୩ ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଅନ୍ୟପକ୍ଷରେ କୋଲ୍‌କାତା ଏବଂ ଅହମ୍ମଦାବାଦ ଯଥାକ୍ରମେ ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିର ନକ୍‌ଆଉଟ୍‌ ପର୍ଯ୍ୟାୟ ଆୟୋଜନ କରିବେ। ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି ଟ୍ବେଣ୍ଟି-୨୦ ଅକ୍ଟୋବର ୧୧ରୁ ନଭେମ୍ବର ୫ ଏବଂ ବିଜୟ ହଜାରେ ଜାତୀୟ ୫୦ ଓଭରିଆ ପ୍ରତିଯୋଗିତା ନଭେମ୍ବର ୧୨ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ, ପଞ୍ଜାବ ଓ ଜୟପୁର ମୁସ୍ତାକ ଅଲ୍ଲୀର ଲିଗ୍‌ ପର୍ଯ୍ୟାୟ ଏବଂ ମୁମ୍ବାଇ, ବାଙ୍ଗାଲୋର, ଦିଲ୍ଲୀ, କୋଲ୍‌କାତା ଓ ରାଞ୍ଚି ବିଜୟ ହଜାରେ ଟ୍ରଫି ଲିଗ୍‌ ପର୍ଯ୍ୟାୟ ଆୟୋଜନ କରିବେ। ତେବେ ସେପ୍ଟେମ୍ବର ୮ରୁ ୨୫ ତାରିଖ ପର୍ଯ୍ୟନ୍ତ ଦଲୀପ ଟ୍ରଫିରୁ ହିଁ ଘରୋଇ ଋତୁ ଆରମ୍ଭ ହେବ। ରଣଜୀ ଟ୍ରଫି ଡି‌‌ସେମ୍ବର ୧୨ରୁ ଫେବ୍ରୁଆରି ୨୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ରଣଜୀ ଟ୍ରଫିରେ ପ୍ରତ୍ୟେକ ଦଳ ୩ଟି ଲେଖାଏଁ ଲିଗ୍‌ ମ୍ୟାଚ୍‌ ଖେଳିପାରିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି।
ସେହିପରି ପ୍ରଥମ ଥର ଲାଗି ମହିଳା ୧୫ ବର୍ଷରୁ କମ୍‌ ପ୍ରତିଯୋଗିତା ଡିସେମ୍ବର ୨ରୁ ଜାନୁଆରି ୧୨ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୋର, ରାଞ୍ଚିଳ ରାଜକୋଟ, ଇନ୍ଦୋର, ରାଇପୁର ଓ ପୁଣେରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe