ମହିଳା ୧୦୦ ମିଟରରେ ଜାମାଇକାର କ୍ଲିନ୍ ସୁଇପ୍: ଥମ୍ପସନ୍-ପ୍ରାଇସ୍-ଜ୍ୟାକସନ୍ କମାଲ କଲେ

Advertisment
ମହିଳା ୧୦୦ ମିଟରରେ ଜାମାଇକାର କ୍ଲିନ୍ ସୁଇପ୍: ଥମ୍ପସନ୍-ପ୍ରାଇସ୍-ଜ୍ୟାକସନ୍ କମାଲ କଲେ

ଟୋକିଓ: ଦୌଡ଼କୁଦର ଅନ୍ୟତମ ଚର୍ଚ୍ଚିତବର୍ଗ ମହିଳା ୧୦୦ ମିଟରରେ କାରବୀୟ ରାଷ୍ଟ୍ର ଜାମାଇକା କ୍ଲିନ୍ ସୁଇପ୍ କରିବାର ଐତିହାସିକ ସଫଳତା ଲାଭ କରିଛି। ଏହି ଦେଶର ତିନି ମହାନ ଧାବିକା‌ ଏଲାନି ଥମ୍ପସନ୍ ହେରା (୧୦.୬୧ ସେକେଣ୍ଡ), ସେଲିଆନ୍ ଫ୍ରେଜର ପ୍ରାଇସ୍ (୧୦.୭୪ ସେକେଣ୍ଡ) ଓ ସେରିକା ଜ୍ୟାକସନ୍ (୧୦.୭୬ ସେକେଣ୍ଡ) ଏଭଳି ଅନନ୍ୟ ସଫଳତା ଲାଭ କରି ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। ବିଶେଷ କରି ଥମ୍ପସନ୍ ନିଜ ନାମକୁ ରେକର୍ଡ ବୁକ୍‌ରେ ସ୍ଥାନିତ କରିଛନ୍ତି।

ସଫଳତାର ସହ ନିଜ ୨୦୧୬ ରିଓ ଅଲିମ୍ପିକ୍ସ ଟାଇଟଲକୁ ବଜାୟ ରଖିବା ସହ ମହିଳା ୧୦୦ ମିଟର ଇତିହାସର ଦ୍ବିତୀୟ ଦ୍ରୁତତମ ଟାଇମିଂ (୧୦.୬୧ ‌ସେକେଣ୍ଡ) ସହ ସମକକ୍ଷ ହୋଇଛନ୍ତି ସେ। ହେଲେ ୧୦୦ ମିଟରରେ ଏବେ ବି ବିଶ୍ବ କୀର୍ତ୍ତିମାନ ଧାରିଣୀ ଆମେରିକାର ଦିବଂଗତ ଧାବିକା ଫ୍ଲେରେନ୍ସ ଗ୍ରିଫିଥ ଜୋଏନରଙ୍କ ୩୩ ବର୍ଷ ତଳର କୀର୍ତ୍ତିମାନକୁ ଭାଙ୍ଗିଛନ୍ତି ଥମ୍ପସନ୍। ୧୯୮୮ ସିଓଲ ଅଲିମ୍ପିକ୍ସରେ ଜୋଏନର ୧୦.୬୨ ସେକେଣ୍ଡ ସମୟ ସହ ଅଲିମ୍ପିକ୍ସ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଥମ୍ପସନ୍ ଏବେ ତାଙ୍କୁ ଟପି ଯାଇଛନ୍ତି। ତେବେ ୧୦୦ ମିଟରର ଦ୍ରୁତତମ ଟାଇମିଂ (୧୦.୪୯ ସେକେଣ୍ଡ)ର ବିଶ୍ବ କୀର୍ତ୍ତିମାନ ଏବେ ବି ଜୋଏନରଙ୍କ ନାଁରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe