୧୧୦ ବର୍ଷ ପରେ ଥର୍ପଙ୍କୁ ମିଳିଲା ହକ୍‌

Advertisment
୧୧୦ ବର୍ଷ ପରେ ଥର୍ପଙ୍କୁ ମିଳିଲା ହକ୍‌

The Boston Globe

ନ୍ୟୁୟର୍କ: ଜିମ୍ ଥର୍ପ ଏଣିକି ଏକମାତ୍ର ଆଥ୍‌ଲେଟ୍ ଭାବେ ଉଭୟ ଡେକାଥଲନ୍ ଓ ପେଣ୍ଟାଥଲନ୍‌ରେ ଅଲିମ୍ପିକ୍ସ ବିଜେତା ପରିଗଣିତ ହେବେ। ଦୀର୍ଘ ୧୧୦ ବର୍ଷ ପରେ ଏହି ମହାନ ଆମେରିକୀୟଙ୍କୁ ତାଙ୍କ ହକ୍ ମିଳିଛି। ୧୯୧୨ ଷ୍ଟକ୍‌ହୋମ୍‌ ଗେମ୍ସରେ ଥର୍ପ ଉଭୟ ମୁକୁଟ ଜିତିଥିଲେ ମଧ୍ୟ ଅମେଚର୍‌ ନିୟମ ଉଲ୍ଲଂଘନ କରିଥିବାରୁ ୧୯୧୩ରେ ତାଙ୍କଠାରୁ ପଦକ ପ୍ରତ୍ୟାହୃତ କରିନିଆଯାଇଥିଲା। ପେସାଦାର ଭାବେ ଉଭୟ ବେସବଲ୍ ଓ ଆମରିକାନ୍‌ ଫୁଟ୍‌ବଲ୍ ଖେଳି ପାଉଣା ପାଉଥିବାର ପ୍ରମାଣ ହେବାରୁ ଅଲିମ୍ପିକ୍ସ ପଦକ ହରାଇଥିଲେ ସେ। ତେବେ ଲମ୍ବା ଲଢ଼େଇ ପରେ ୧୯୮୩ରେ ଅନ୍ତର୍ଜାତୀୟ ଅଲିମ୍ପିକ ସମିତି ଉଭୟ ପଦକକୁ ପୁନଃ ଅବସ୍ଥାପିତ କରିବାରୁ ତାଙ୍କ ପିଲାମାନେ ଏହାକୁ ଗ୍ରହଣ କରିଥିଲେ। ଥର୍ପ ଡେକାଥଲନ୍ ସ୍ବର୍ଣ୍ଣ ପଦକ ହରାଇବା ପରେ ରୌପ୍ୟ ପଦକ ବିଜେତା ସ୍ବିଡେନ୍‌ର ହୁଗୋ ୱିଜଲାଣ୍ଡର୍‌ଙ୍କୁ ସ୍ବର୍ଣ୍ଣ ପଦକକୁ ଉନ୍ନୀତ କରାଯାଇଥିଲା। କିନ୍ତୁ ଥର୍ପଙ୍କୁ ସେ ଅଲିମ୍ପିକ୍ ସ୍ବର୍ଣ୍ଣ ବିଜେତା ମାନୁଥିବାରୁ ଏହାକୁ ଗ୍ରହଣ କରିନଥିଲେ। ପେଣ୍ଟାଥଲନ୍ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ହୋଇଥିଲା। ଫଳରେ ଶୁକ୍ରବାର ଆଇଓସି ଉଭୟରେ ଥର୍ପଙ୍କୁ ସ୍ବର୍ଣ୍ଣ ପଦକ ବିଜେତା ଭାବେ ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe