ଟି-୨୦ ବିଶ୍ବକପ୍‌ର ୩ ୟୁରୋପୀୟ ଯୋଗ୍ୟତା ପର୍ଯ୍ୟାୟ ବାତିଲ

Advertisment
ଦ୍ବିତୀୟ ବିଜୟ ସହ ଇଂଲଣ୍ଡ ସେମିଫାଇନାଲ୍‌ ନିକଟତର, ୮ ୱିକେଟ୍‌ରେ ହାରିଲା ବାଂଲାଦେଶ

The Royal Gazette

ଦୁବାଇ : କରୋନା ଯୋଗୁଁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁଥିବା ୨୦୨୨ ପୁରୁଷ ଟି-୨୦ ବିଶ୍ବକପ୍‌ ଲାଗି ଖେଳାଯିବାକୁ ଥିବା ୩ଟି ୟୁରୋପୀୟ ଯୋଗ୍ୟତା ପର୍ଯ୍ୟାୟ ବାତିଲ କରିଦେଇଛି। ଆସନ୍ତା ମାସରେ ଫିନ୍‌ଲାଣ୍ଡ ସବ୍‌ ରିଜିଓନାଲ ୟୁରୋପ ଏ ଓ ବି ଯୋଗ୍ୟତା ପର୍ଯ୍ୟାୟ ଆୟୋଜନ କରିଥା’ନ୍ତା। ଜୁ

ନ୍‌ ୩୦ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୟୁରୋପ ବି ଯୋଗ୍ୟତା ପର୍ଯ୍ୟାୟରେ ଆୟୋଜକ ଦେଶ ସହ ଜର୍ମାନି, ଗିବ୍ରାଲଟର, ଗ୍ରିସ, ଗୁଏର୍ନସି, ହଙ୍ଗେରି, ଲକ୍ସମବର୍ଗ ଓ ସ୍ବିଡେନ୍‌ ଥିଲେ। ଜୁଲାଇ ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯୋଗ୍ୟତା ପର୍ଯ୍ୟାୟରେ ବୁଲଗେରିଆ, ସାଇପ୍ରସ, ଫ୍ରାନ୍ସ, ଇସ୍ରାଏଲ, ଇଟାଲି, ମାଲ୍‌ଟା, ନରୱେ, ସ୍ପେନ୍‌ ଅଂଶଗ୍ରହଣ କରିଥା’ନ୍ତେ। ବେଲ୍‌ଜିୟମରେ ଜୁଲାଇ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଅଷ୍ଟ୍ରିଆ, ବେଲ୍‌ଜିୟମ, ଚେକ୍‌ଗଣରାଜ୍ୟ, ଡେନ୍‌ମାର୍କ, ଇସ୍‌ଲେ ଅଫ୍‌ ମ୍ୟାନ୍‌, ପର୍ତ୍ତୁଗାଲ ଓ ସର୍ବିଆ ସହ ଆୟୋଜକ ଦେଶକୁ ନେଇ ୟୁରୋପ ସି’ ଯୋଗ୍ୟତା ପର୍ଯ୍ୟାୟ ଖେଳାଯାଇଥା’ନ୍ତା। ଆଇସିସି ଏହି ୩ଟି ଯାକ ପ୍ରତିଯୋଗିତାକୁ ବାତିଲ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe