କଟକ: ବାରିଷ୍ଟର ରଣଜୀତ ମହାନ୍ତି ସ୍ମାରକୀ ଥ୍ରୀ ଅନ୍ ଥ୍ରୀ ବାସ୍କେଟବଲ୍ ପ୍ରତିଯୋଗିତା ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହୋଇଛି। ପ୍ରଥମ ଥର ଏଭଳି ଏକ ପ୍ରତିଯୋଗିତା କଟକରେ ଆୟୋଜିତ ହୋଇଥିଲା। ୧୦ ମିନିଟ୍ ଅବଧି ଭିତରେ ୩ ଜଣ ଲେଖାଏଁ ଖେଳାଳି ମ୍ୟାଚ୍ ଖେଳିଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟରୁ ୩୦ ଦଳ ଅଂଶଗ୍ରହଣ କରିଥିଲେ। ତେବେ ଫାଇନାଲ୍ରେ ସାଇ କଟକ କେନ୍ଦ୍ର ଭୁବନେଶ୍ୱରର ଲାକଲ୍ସକୁ ପରାସ୍ତ କରି ବିଜେତା ହୋଇଥିଲା। ବାଳିକା ବିଭାଗରେ ଭୁବନେଶ୍ୱରର ବଲ୍ ଓ୍ଵାରିୟର୍ସ ବିଜେତା ଓ ଗ୍ରୀନ୍ ଗ୍ୟାଙ୍ଗ ଉପବିଜେତା ହୋଇଥିଲେ। ପୁରସ୍କାର ପ୍ରଦାନ ସମାରୋହରେ ବିଜେପି ନେତା ବିଶ୍ୱଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆନ୍ତର୍ଜାତିକ ବାସ୍କେଟବଲ୍ ଖେଳାଳି ତଥା ପ୍ରଶିକ୍ଷକ ଡିପି. ଇରାନୀ, ସୌରଭ କୁମାର ବେହେରା, ଜ୍ଞାନ ରଂଜନ ପରିଡ଼ା, ମଦନ ରାଓ, ସନ୍ଦୀପ ହାଜରା ଅତିଥି ଭାବେ ଯୋଗଦେଇଥିଲେ। ଅଶୋକ ସାହୁ ପ୍ରତିଯୋଗିତା ପରିଚାଳନା କରିଥିଲେ।
ଥ୍ରୀ ଅନ୍ ଥ୍ରୀ ବାସ୍କେଟ୍ବଲ୍ ସାଇ କଟକ, ବଲ୍ ଓ୍ଵାରିଅର୍ସ ବିଜେତା
Advertisment
Follow Us