ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଠେଲାପେଲା: ୩ ଏମ୍‌ସିସି ସଦସ୍ୟ ନିଲମ୍ବିତ

Advertisment
ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଠେଲାପେଲା: ୩ ଏମ୍‌ସିସି ସଦସ୍ୟ ନିଲମ୍ବିତ

The Indian Express

ଲର୍ଡସ : ଏଠାରେ ଖେଳାଯାଇଥିବା ଦ୍ବିତୀୟ ଆସେସ୍‌ ଟେଷ୍ଟର ପଞ୍ଚମ ଦିନରେ ଅଷ୍ଟ୍ରେଲିଆ ‌ଖେଳାଳିଙ୍କୁ ଠେଲାପେଲା କରିଥିବା ୩ ଜଣ ସଦସ୍ୟଙ୍କୁ ଦ ମେରିଲବୋନ କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି) ନିଲମ୍ବନ କରିଛି। ୩୭୦ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିଲା ବେଳେ ଇଂଲଣ୍ଡ ବ୍ୟାଟର୍‌ ଜନି ବେୟାରଷ୍ଟୋଙ୍କୁ ଅଷ୍ଟ୍ରେଲିଆ ୱିକେଟ୍‌ରକ୍ଷକ ଆଲେକ୍ସ କାରି ବିବାଦୀୟ ଷ୍ଟମ୍ପିଂ କରିବା ପରେ ଏହି ଘଟଣା ଘଟିଥିଲା।

ମଧ୍ୟାହ୍ନ ଭୋଜନ ଲାଗି ଅଷ୍ଟ୍ରେଲିଆ ଖେଲାଳି ଲଙ୍ଗ ରୁମ୍‌କୁ ଆସୁଥଇଲା ବେଳେ ଉସ୍‌ମାନ ଖୱାଜା, ଡେଭିଡ୍‌ ୱାର୍ଣ୍ଣରଙ୍କ ସହ ଏମ୍‌ସିସିର କିଛି ସଦସ୍ୟଙ୍କ ମଧ୍ୟ‌ରେ ଠେଲାପେଲା ହୋଇଥିଲା। ଏହାର ଭିଡିଓ ଫୁଟେଜ୍‌ରୁ ଚିହ୍ନିତ ହୋଇଥିବା ୩ ଜଣ ସଦସ୍ୟଙ୍କୁ ସଙ୍ଗେସଙ୍ଗେ ଏମ୍‌ସିସି ନିଲମ୍ବନ କରିବା ସହ ତଦନ୍ତ ଆରମ୍ଭ କରିଛି। ‌ତଦନ୍ତ ନ ସରିବା ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିବା ସଦସ୍ୟଙ୍କୁ ଲର୍ଡସକୁ ଅନୁମତି ମିଳିବନି ବୋଲି ଏମ୍‌ସିସି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe