ସୁଲତାନ ଜୋହର କପ୍‌: କନିଷ୍ଠ ପୁରୁଷ ଭାରତୀୟ ହକି ଦଳରେ ୩ ଓଡ଼ିଆ

ମାଲେସିଆରେ ହେବାକୁ ଥିବା ସୁଲତାନ ଜୋହର କପ୍‌ ପାଇଁ ଭାରତୀୟ କନିଷ୍ଠ ହକି ଦଳ ଘୋଷଣା କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ସୋମବାର ଘୋଷଣା କରାଯାଇଥିବା ଏହି ୧୮ ଜଣିଆ ଦଳରେ ଓଡ଼ିଶାର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି।

rkl

ରାଉରକେଲା: ମାଲେସିଆରେ ହେବାକୁ ଥିବା ସୁଲତାନ ଜୋହର କପ୍‌ ପାଇଁ ଭାରତୀୟ କନିଷ୍ଠ ହକି ଦଳ ଘୋଷଣା କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ସୋମବାର ଘୋଷଣା କରାଯାଇଥିବା ଏହି ୧୮ ଜଣିଆ ଦଳରେ ଓଡ଼ିଶାର ୩ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି ଡିଫେଣ୍ଡର୍‌ ଅନମୋଲ ଏକ୍କା, ମିଡ୍‌ଫିଲଡର୍‌ ଆଦ୍ରୋହିତ ଏକ୍କା ଓ ରୋଶନ କୁଜୁର। ସେହିଭଳି ଷ୍ଟାଣ୍ଡ୍‌ବାଏରେ ଓଡ଼ିଶାର ବିବେକ ଲାକ୍ରା ଓ ରୋହିତ କୁଲ୍ଳୁୁୁ ଅଛନ୍ତି।

ଦଳର ନେତୃତ୍ବନେବେ ତାରକା ଡିଫେଣ୍ଡର୍‌ ରୋହିତ। ପ୍ରତିଯୋଗିତାର ପୂର୍ବ ସଂସ୍କରଣରେ ଭାରତ କାଂସ୍ୟ ପଦକ ଜିତିଥିବାବେଳେ ଚଳିତବର୍ଷ ଉନ୍ନତ ପ୍ରଦର୍ଶନ ପାଇଁ ଚେଷ୍ଟା କରିବ। ଦଳ ୧୧ ଅକ୍ଟୋବରରେ ଗ୍ରେଟ୍ ବ୍ରିଟେନ ବିପକ୍ଷରେ ଅଭିଯାନ ଆରମ୍ଭ କରି। ୧୨ ଅକ୍ଟୋବରରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବାକୁ ଥିବାବେଳେ ୧୪ରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ, ୧୫ରେ ଅଷ୍ଟ୍ରେଲିଆ ଓ ୧୭ରେ ଆୟୋଜକ ମାଲେସିଆ ବିପକ୍ଷରେ ଖେଳି ରାଉଣ୍ଡ୍‌-ରବିନ୍ ପର୍ଯ୍ୟାୟ ଶେଷ କରିବ।

ଭାରତୀୟ ଦଳ: ଗୋଲ୍‌କିପର- ବିକ୍ରମଜିତ ସିଂହ, ପ୍ରିନ୍ସଦୀପ ସିଂହ, ଡିଫେଣ୍ଡର୍‌- ରୋହିତ, ତାଲେମ ପ୍ରିୟବ୍ରତ, ଅନମୋଲ ଏକ୍କା, ଅମୀର ଅଲୀ, ସୁନିଲ ପି.ବି., ରବନୀତ ସିଂହ, ମିଡ୍‌ଫିଲ୍‌ଡର- ଅଙ୍କିତ ପାଲ, ଥୋଉନଜାମ୍‌ ଇଙ୍ଗାଲେମ୍ବା ଲୁୱାଙ୍ଗ, ଆଦ୍ରୋହିତ ଏକ୍କା, ଅରଇଜିତ ସିଂହ ହୁଣ୍ଡାଲ, ରୋଶନ କୁଜୁର, ମନମିତ ସିଂହ, ଫରୱାର୍ଡ୍‌-ଅର୍ଶଦୀପ ସିଂହ, ସୌରଭ ଆନନ୍ଦ କୁଶୱାହ, ଅଜିତ ଯାଦବ, ଗୁରଜୋତ ସିଂହ, ଷ୍ଟାଣ୍ଡ୍‌ବାଏ- ବିବେକ ଲାକ୍ରା, ସାରଦାନନ୍ଦ ତିୱାରୀ, ଥୋକଚମ କିଙ୍ଗସନ ସିଂହ, ରୋହିତ କୁଲ୍ଲୁ, ଦିଲରାଜ ସିଂହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe