ଭାରତର ରୋମାଞ୍ଚକ ବିଜୟ

Advertisment
ଭାରତର ରୋମାଞ୍ଚକ ବିଜୟ

Eagles Vine

ପୋର୍ଟ ଅଫ୍‌ ସ୍ପେନ୍‌: ‌ୱେଷ୍ଟଇଣ୍ଡିଜ୍ ଗସ୍ତକୁ ଭାରତ ରୋମାଞ୍ଚକ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆକୁ ଶିଖର ଧାୱନଙ୍କ ଦଳ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩ ରନ୍‌ରେ ଜିତି ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଶିଖର ଧାୱନ, ଶୁବମନ ଗିଲ୍‌, ଶ୍ରେୟସ ଆୟରଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ୩୦୮ ରନ୍‌ କରିବା ପରେ ଘରୋଇ ଦଳକୁ ୩୦୫ ରନ୍‌ରେ ରୋକି ଦେଇଥିଲା। ଶେଷ ଓଭରରୁ ୧୫ ରନ୍‌ ଆବଶ୍ୟକ ଥିବାବେଳେ ମହମ୍ମଦ ସିରାଜ୍‌ ୧୧ ରନ୍‌ ଦେଇ ଦଳକୁ ବିଜୟମଣ୍ଡିତ କରିଥିଲେ। ସିରାଜ, ଶାର୍ଦୁଳ ଠାକୁର ଓ ୟୁଝବେନ୍ଦ୍ର ଚହଲ୍‌ ୨‌ ଲେଖାଏଁ ୱିକେଟ୍ ନେଇଥିଲେ। ଶିଖର ଧାୱନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରବିବାର ଦ୍ବିତୀୟ ଦିନିକିଆ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe