ଅଷ୍ଟ୍ରେଲିଆନ୍ ଓପନରେ ଇତିହାସ ରଚିଲେ ତିଏନ୍‌

Advertisment

ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଆମେରିକୀୟ କିଶୋର ଲିନର ତିଏନ୍ ଇତିହାସ ରଚିଛନ୍ତି। ଗତ ୨୦ବର୍ଷ ମଧ୍ୟରେ ଯୋଗ୍ୟତା ପର୍ଯ୍ୟାୟ ଖେଳି ମୁଖ୍ୟ ଡ୍ର’କୁ ଯାଇଥିବା ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆନ୍ ଓପନ୍‌ର ଚତୁର୍ଥ ରାଉଣ୍ଡ୍‌ରେ...

ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଆମେରିକୀୟ କିଶୋର ଲିନର ତିଏନ୍ ଇତିହାସ ରଚିଛନ୍ତି। ଗତ ୨୦ବର୍ଷ ମଧ୍ୟରେ ଯୋଗ୍ୟତା ପର୍ଯ୍ୟାୟ ଖେଳି ମୁଖ୍ୟ ଡ୍ର’କୁ ଯାଇଥିବା ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆନ୍ ଓପନ୍‌ର ଚତୁର୍ଥ ରାଉଣ୍ଡ୍‌ରେ...

sfsfsf

ମେଲବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡ ସ୍ଲାମ୍ ଟେନିସ୍ ପ୍ରତିଯୋଗିତାରେ ଆମେରିକୀୟ କିଶୋର ଲିନର ତିଏନ୍ ଇତିହାସ ରଚିଛନ୍ତି। ଗତ ୨୦ବର୍ଷ ମଧ୍ୟରେ ଯୋଗ୍ୟତା ପର୍ଯ୍ୟାୟ ଖେଳି ମୁଖ୍ୟ ଡ୍ର’କୁ ଯାଇଥିବା ଖେଳାଳିଙ୍କ ମଧ୍ୟରେ ଅଷ୍ଟ୍ରେଲିଆନ୍ ଓପନ୍‌ର ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିବାରେ ସ୍ପେନ୍‌ର କିଂବଦନ୍ତି ତାରକା ରାଫେଲ ନାଦାଲଙ୍କ ପରେ ସର୍ବକନିଷ୍ଠ ହୋଇଛନ୍ତି ସେ । ଶନିବାର କଡ଼ା ସଂଘର୍ଷପୂର୍ଣ୍ଣ ତୃତୀୟ ରାଉଣ୍ଡ୍‌ ମୁକାବିଲାରେ ଫ୍ରାନ୍ସର କରେଣ୍ଟିନ୍ ମୁତେତଙ୍କୁ ୭-୬ (୧୦), ୬-୩, ୬-୩ ସେଟ୍‌ରେ ହରାଇ ୧୯ ବର୍ଷୀୟ ଲିନର ଏଭଳି ସ୍ମରଣୀୟ ସଫଳତା ପାଇଛନ୍ତି। ବିଶ୍ବମାନ୍ୟତାର ୧୨୧ତମ ସ୍ଥାନରେ ଥିବା ଲିନରଙ୍କ ସହ ୨୦ବର୍ଷୀୟ ଆମେରିକୀୟ ଆଲେକ୍ସ ମିଚେଲସନ୍ ମଧ୍ୟ ୨୦୨୩ ସେମିଫାଇନାଲିଷ୍ଟ ରୁଷିଆର କାରେନ୍ ଖଚାନୋଭଙ୍କୁ ୬-୩, ୭-୬ (୫), ୬-୨ରେ ହରାଇ ଚତୁର୍ଥ ରାଉଣ୍ଡକୁ ଯାଇଛନ୍ତି। ଏହା ପୂର୍ବରୁ ପୁରୁଷ ଏକକ ପ୍ରଥମ ରାଉଣ୍ଡ୍‌ରେ ମିଚେଲସନ୍ ଏକାଦଶ ସିଡ୍ ଷ୍ଟିଫାନସ୍ ସିସିପାସ୍‌ଙ୍କୁ ହରାଇ ଆରମ୍ଭରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମୁଖ ଟାଇଟଲ୍ ଦାବିଦାର ସର୍ବିୟାର ନୋଭାକ ଜୋକୋଭିକ୍ ୬-୧, ୬-୪, ୬-୪ରେ ଚେସ୍ ରିପବ୍ଲିକ୍‌ର ଟୋମାସ୍ ମାକହାକ୍‌ଙ୍କୁ ମାତ୍ ଦେଇ ନିଜ ସପ୍ତଦଶ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ବିଜୟ ଦିଗରେ ଆଉ ଏକ ବଡ଼ ପାଦ ବଢ଼ାଇଛନ୍ତି। ସେହିଭଳି ତୃତୀୟ ସିଡ୍ କାର୍ଲୋସ୍ ଆଲକାରାଜ୍, ଗତଥର ବିଜେତା ଜାନିକ୍ ସିନର୍, ଫ୍ରାନ୍ସର ଗଏଲ୍ ମନଫିଲ୍ସ ପ୍ରମୁଖ ନିଜନିଜ ମ୍ୟାଚ୍‌ ଜିତି ଚତୁର୍ଥ ରାଉଣ୍ଡ୍‌କୁ ଯାଇଛନ୍ତି। 

ମହିଳା ଏକକ‌ରୁ କିନ୍ତୁ ଦୁଇ ଥର ବିଜୟିନୀ ନାଓମି ଓସାକାଙ୍କ ଅଭିଯାନ ଶେଷ ହୋଇଯାଇଛି। ସ୍ବିଜରଲାଣ୍ଡର ବେଲିଣ୍ଡା ବେନ୍‌କିକ୍‌ଙ୍କ ବିପକ୍ଷ ତୃତୀୟ ରାଉଣ୍ଡ ମୁକାବିଲାର ପ୍ରଥମ ସେଟ୍‌କୁ ଟାଇବ୍ରେକର୍‌ରେ ୭-୬ (୩)ରେ ହାରିବା ପରେ ଓସାକା ସ୍ବାସ୍ଥ୍ୟଗତ କାରଣ ପାଇଁ ଏଥିରୁ ଓହରି ଯାଇଥିଲେ। ଫଳରେ ବେନ୍‌କିକ୍ ଚତୁର୍ଥ ରାଉଣ୍ଡ୍‌କୁ ଉନ୍ନୀତ ହୋଇଥିଲେ। ଗତଥରର ବିଜୟିନୀ ଆରିନା ସାବାଲେଙ୍କା, ଗତବର୍ଷର ସେମିଫାଇନାଲିଷ୍ଟ ଆମେରିକାର କୋକୋ ଗଫ୍, ଦ୍ବିତୀୟ ସିଡ୍ ପୋଲାଣ୍ଡର ଇଗା ସ୍ବିତେକ  ପ୍ରମୁଖ ନିଜନିଜ ବିଜୟ ଅଭିଯାନ ଜାରି ରଖିଛନ୍ତି। 

ଭାରତର ଏନ୍‌ ଶ୍ରୀରାମ ବାଲାଜୀ ଓ ମେକ୍ସିକୋର ମିଗ୍ବେଲ୍ ଆଞ୍ଜେଲ ରେୟସ୍ ଭରେଲା ପୁରୁଷ ଯୁଗଳର ଦ୍ବିତୀୟ ରାଉଣ୍ଡ୍‌ରୁ  ବିଦାୟ ନେଇଛନ୍ତି। ସେମାନଙ୍କୁ ପର୍ତ୍ତୁଗାଲ୍‌ର ନୁନୋ ବର୍ଗେସ୍ ଓ ଫ୍ରାନସିସ୍‌କୋ କବ୍ରାଲ ୬-୭ (୭), ୬-୪, ୩-୬ ସେଟ୍‌ରେ ହରାଇଛନ୍ତି। ଏହି ମ୍ୟାଚ୍ ଜିତିବାକୁ କବ୍ରାଲ-ବର୍ଗେସ୍ ଯୋଡ଼ି ୫୬ ମିନିଟ୍ ସମୟ ନେଇଥିଲେ। ପ୍ରଥମ ସେଟ୍‌କୁ ଟାଇବ୍ରେକରରେ ହାରିବା ପରେ ଦ୍ବିତୀୟ ସେଟ୍‌କୁ ଜିତି ବାଲାଜୀ-ଭରେଲା ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ‌ତେବେ ନିର୍ଣ୍ଣାୟକ ତୃତୀୟ ସେଟ୍‌ରେ ପରାଜିତ ହୋଇ ବିଦାୟ ନେଇଥି‌ଲେ। ବାଲାଜୀଙ୍କ ବିଦାୟ ପରେ ଭାରତୀୟ ଟେନିସ୍ ପ୍ରେମୀଙ୍କ ସବୁ ନଜର ଏବେ ଅଭିଜ୍ଞ ରୋହନ ବୋପାନ୍ନାଙ୍କ ଉପରେ ରହିଛି। ବୋପାନ୍ନା ମିଶ୍ରିତ ଯୁଗଳରେ ଚୀନର ଝାଙ୍କ ସୁଇଙ୍କୁ ସାଥୀ କରି ଶେଷ ୧୬ ଯୋଡ଼ି ମଧ୍ୟରେ ସାମିଲ ‌ହୋଇଛନ୍ତି। ଶନିବାର ବୋପାନ୍ନା ଓ ସୁଇ, ଫ୍ରାନ୍ସର କ୍ରିଷ୍ଟିନା ମାଡେ‌ନୋଭିକ ଓ କ୍ରୋଏସିଆର ଇଭାନ୍ ଡଜିଗଙ୍କୁ ୬-୪, ୬-୪ରେ ପରାସ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe