କାର୍‌ ଦୁର୍ଘଟଣାରେ ଟାଇଗର ଉଡ୍ସ ଆହତ

Advertisment
କାର୍‌ ଦୁର୍ଘଟଣାରେ ଟାଇଗର ଉଡ୍ସ ଆହତ

Times of India

ଲସ୍‌ଏଞ୍ଜେଲ୍ସ : ଆମେରିକାର ଗଲ୍ଫ ତାରକା ଟାଇଗର ଉଡ୍ସ ମଙ୍ଗଳବାର କାର୍‌ ଦୁର୍ଘଟଣା‌ରେ ଆହତ ହୋଇଛନ୍ତି। ସକାଳ ୭.୧୨ରେ ରୋଲିଂ ହିଲ୍‌ ଷ୍ଟେଟ୍ସ ନିକଟରେ ତାଙ୍କ କାର୍‌ ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଥିଲା। ବଡ଼ ଧରଣର ଦୁର୍ଘଟଣା ହୋଇଥିଲେ ମଧ୍ୟ ଏୟାର ବ୍ୟାଗ୍‌ ଯୋଗୁଁ ଉଡ୍ସଙ୍କ ଜୀବନ ବଞ୍ଚିଯାଇଥିଲା। ହେଲେ ତାଙ୍କର ଦୁଇଟି ଯାକ ଗୋଡ଼ରେ ଗୁରୁତର ଆଘାତ ଲାଗିଛି। ଆଘାତ ସମସ୍ୟ‌ା କେତେ ଗୁରୁତର ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି। ‌ସଂପ୍ରତି ସେ ସୁସ୍ଥ ଅଛନ୍ତି। ଲସ୍‌ଏଞ୍ଜେଲ୍ସର ଏକ ଡାକ୍ତରଖାନାରେ ତାଙ୍କ ଗୋଡ଼ର ଅସ୍ତ୍ରୋପଚାର କରାଯାଇଛି। ସଫଳ ହୋଇଛି ‌ବୋଲି ଖବର ଆସିଛି। ଦୁର୍ଘଟଣା ବେ‌ଳେ ‌କାର୍‌ରେ କେବଳ ଉଡ୍ସ ଥିଲେ। ସ୍ଥାନୀୟ ଅଗ୍ନିଶମ ଦଳ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସୂଚନାଯୋଗ୍ୟ ଯେ ଉଡ୍ସ ୧୫ଟି ମେଜର ଗଲ୍ଫ ଚାମ୍ପିଅନ୍‌ସିପ୍‌ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe