ତିଳକ ପିନ୍ଧାଇଲେ ବିଜୟ ଟିକା: ଇଂଲଣ୍ଡ ୨ ୱିକେଟ୍‌ରେ ପରାସ୍ତ

Advertisment

ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ କ୍ରମାଗତ ବିଫଳତା ଏବଂ ପ୍ରଥମ ମ୍ୟାଚ୍‌ର ୩ ତାରକା ଖେଳାଳିଙ୍କ ନିରାଶାଜନକ ପ୍ରଦର୍ଶନ ସତ୍ତ୍ବେ ବିଜୟ ଟିକା ପିନ୍ଧାଇଛନ୍ତି ତିଳକ ବର୍ମା। ଇଂଲଣ୍ଡ୍‌ ବୋଲରଙ୍କ ବାଉଁସର୍‌ ଆକ୍ରମଣରେ ଶିକାର ହୋଇ ଭାରତ ୭୮ ରନ୍‌ରେ ଅଧା ଖେଳାଳିଙ୍କୁ ହରାଇଥିଲା।

ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ କ୍ରମାଗତ ବିଫଳତା ଏବଂ ପ୍ରଥମ ମ୍ୟାଚ୍‌ର ୩ ତାରକା ଖେଳାଳିଙ୍କ ନିରାଶାଜନକ ପ୍ରଦର୍ଶନ ସତ୍ତ୍ବେ ବିଜୟ ଟିକା ପିନ୍ଧାଇଛନ୍ତି ତିଳକ ବର୍ମା। ଇଂଲଣ୍ଡ୍‌ ବୋଲରଙ୍କ ବାଉଁସର୍‌ ଆକ୍ରମଣରେ ଶିକାର ହୋଇ ଭାରତ ୭୮ ରନ୍‌ରେ ଅଧା ଖେଳାଳିଙ୍କୁ ହରାଇଥିଲା।

ffhfhfh

ଚେନ୍ନାଇ: ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ କ୍ରମାଗତ ବିଫଳତା ଏବଂ ପ୍ରଥମ ମ୍ୟାଚ୍‌ର ୩ ତାରକା ଖେଳାଳିଙ୍କ ନିରାଶାଜନକ ପ୍ରଦର୍ଶନ ସତ୍ତ୍ବେ ବିଜୟ ଟିକା ପିନ୍ଧାଇଛନ୍ତି ତିଳକ ବର୍ମା। ଇଂଲଣ୍ଡ୍‌ ବୋଲରଙ୍କ ବାଉଁସର୍‌ ଆକ୍ରମଣରେ ଶିକାର ହୋଇ ଭାରତ ୭୮ ରନ୍‌ରେ ଅଧା ଖେଳାଳିଙ୍କୁ ହରାଇଥିଲା। କିନ୍ତୁ ୱାସିଂଟନ୍ ସୁନ୍ଦର (୧୯ ବଲ୍‌ରୁ ୨୬ ରନ୍) ଏବଂ ରବି ବିଷ୍ଣୋଇ (୫ ବଲ୍‌ରୁ ୯* ରନ୍)ଙ୍କୁ ସାଥୀ କରି ଭାରତକୁ ୪ ବଲ୍‌ ପୂର୍ବରୁ ରୋମାଞ୍ଚକ ଭାବେ ୨ ୱିକେଟ୍‌ରେ ଜିତାଇଛନ୍ତି ତିଳକ। ଟିମ୍ ଇଣ୍ଡିଆ ବି ୫ ମ୍ୟାଚ୍‌ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଯାଇଛି। ପରାଜୟ ମୁହାଁ ଭାରତକୁ ବିଜୟୀ କରିଥିବାରୁ ତିଳକ(୫୫ ବଲ୍‌ରୁ ୭୨* ରନ୍‌, ୪ ଚୌକା, ୫ ଛକା) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ଆକ୍ରମଣର ଶିକାର ହୋଇ ‌ଜୋଫ୍ରା ଆର୍ଚର ନିଜ ୪ ଓଭରରେ ୬୦ ରନ୍ ବ୍ୟୟ କରି ଲଜ୍ଜିତ ହୋଇଛନ୍ତି।

ରେଡ୍ଡୀ, ରିଙ୍କୁ ଆହତ: ଦୁବେ, ରମଣଦୀପ ସାମିଲ
ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ମଝିରୁ ଭାରତକୁ ଯୁଗଳ ଝଟ୍‌କା ଲାଗିଛି। ଅଷ୍ଟ୍ରେଲିଆରେ ପ୍ରଭାବୀ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ନୀତୀଶ କୁମାର ରେଡ୍ଡୀ ଏବଂ ବିସ୍ଫୋରକ ବ୍ୟାଟର୍ ରିଙ୍କୁ ସିଂହ ଆହତ ହୋଇ ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି। ରେଡ୍ଡୀ ଶୃଙ୍ଖଳାର ଠିକ୍ ପୂର୍ବରୁ ଅଭ୍ୟାସ କରୁଥିଲା ବେଳେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରୁଥିଲା ବେଳେ କୋଲକାତାରେ ଖେଳାଯାଇଥିବା ପ୍ରଥମ ମୁକାବିଲାରେ କ୍ଷେତ୍ରରକ୍ଷଣ କରୁଥିଲା ବେଳେ ରିଙ୍କୁଙ୍କ ତଳ ପିଠିରେ ଯନ୍ତ୍ରଣା ହୋଇଥିଲା। ଏଣୁ ସେ ଅନ୍ୟୂନ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍ ଖେଳି ପାରିବେ ନାହିଁ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ରେଡ୍ଡୀ ଆପାତତଃ ପୂରା ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ଏହି ଦୁଇଜଣଙ୍କ ସ୍ଥାନରେ ଶିବମ ଦୁବେ ଓ ରମଣଦୀପ ସିଂହଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଶିବମ ଶେଷ ଥର ପାଇଁ ଗତବର୍ଷ ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି-୨୦ ଖେଳିଥିଲେ। ଭାରତ ପକ୍ଷରୁ ୩୩ ଟ୍ବେଣ୍ଟି-‌୨୦ ଖେଳି ସେ ୪୪୮ ରନ୍ କରିବା‌ ସହ ୧୧ ୱି‌କେଟ୍ କରାୟତ୍ତ କରିଛନ୍ତି। ଅନ୍ୟପକ୍ଷରେ ରମଣଦୀପ ମାତ୍ର ଦୁଇଟି ଟ୍ବେଣ୍ଟି-୨୦ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ଦୁଇଟି ଯାକ ଗତ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ ସେ।

କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ୟାଦବ ଟସ୍ ଜିତିବା ସହ ସମାନ ନିଷ୍ପତ୍ତି ନେଇ ‌କ୍ଷେତ୍ରରକ୍ଷଣ କରିଥିଲେ। ଇଂଲଣ୍ଡ ଦ୍ରୁତ ଆରମ୍ଭ କରିବା ସହ ପାୱାର ପ୍ଲେ ଭିତରେ ୫୮ ରନ୍ ସଂଗ୍ରହ କରିଥିଲା। ତେବେ ଏହି ସମୟ ମଧ୍ୟରେ ଦଳ ଦୁଇ ପ୍ରାରମ୍ଭିକ ବ୍ୟାଟର୍‌ ଫିଲ୍ ସଲ୍ଟ (୪) ଓ ବେନ୍‌ ଡକେଟ୍‌ (୩)ଙ୍କୁ ହରାଇ ଦେଇଥିଲା। ପ୍ରଥମ ମ୍ୟାଚ୍‌ ଭଳି ଜୋସ୍ ବଟଲର୍ ଦଳର ଅଗ୍ରଣୀ ରନ୍ ସ୍କୋରର୍ ହୋଇ ସର୍ବାଧିକ ୪୫ ରନ୍ କରିଥିଲେ। ୩୦ ବଲ୍‌ ଖେଳି ସେ ୨ ଚୌକା ଓ ୩ ଛକା ବଳରେ ଏହି ରନ୍‌ ସଂଗ୍ରହ କରିଥିବାବେଳେ ଅକ୍ଷର ପଟେଲଙ୍କ ପ୍ରଥମ ଶିକାର ହୋଇଥିଲେ। ନିଜ ପରବର୍ତୀ ଓଭରରେ ଅକ୍ଷର ପଟେଲ୍‌ ମନ୍ଥର ଖେଳୁଥିବା ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ (୧୪ ବଲ୍‌ରୁ ୧୩ ରନ୍)ଙ୍କୁ ବଦଳ ଖେଳାଳି ହର୍ଷିତ ରାଣାଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ପ୍ରଥମ ପଦାର୍ପଣ କରିଥିବା ଜାମି ସ୍ମିଥ୍ ବଢ଼ିଆ ବ୍ୟାଟିଂ କରି ୧୨ ବଲ୍‌ରୁ ୨୨ ରନ୍ (୧ ଚୌକା, ୨ ଛକା)  ସଂଗ୍ରହ କରିଥିଲେ ମଧ୍ୟ ସାମୟିକ ବୋଲର ଅଭିଷେକ ଶର୍ମାଙ୍କ ଶିକାର ହୋଇଥିଲେ। ଭାରତ ୪ ଜଣ ସ୍ପିନରଙ୍କୁ ନେଇ ଖେଳିଥିଲେ ମଧ୍ୟ ଅଭିଷେକ ଶର୍ମାଙ୍କୁ ବୋଲିଂ ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ଗୋଟିଏ ଓଭରରେ ୧୨ ରନ୍ ଦେଇ ସ୍ମିଥ୍‌ଙ୍କ ୱିକେଟ୍‌ ନେଇଥିଲେ। ନିମ୍ନକ୍ରମରେ ବ୍ରାଏଡନ୍ କାର୍ସ ୧୭ ବଲ୍‌ରୁ ୩୧ ରନ୍ ସଂଗ୍ରହ କରିବା ଦଳକୁ ୧୫୦ ଅତିକ୍ରମ କରାଇବାରେ ବଡ଼ ଭୂମିକା ତୁଲାଇଥିଲା। ଜୋଫ୍ରା ଆର୍ଚର ୯ ବଲ୍‌ରୁ ୧୨* ଏବଂ ଆଦିଲ ରସିଦ୍ ୧୧ ବଲ୍‌ରୁ ୧୦ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ୍ (୪-୦-୩୨-୨) ଓ ବରୁଣ ଚକ୍ରବର୍ତ୍ତୀ (୪-୦-୩୮-୨) ସଫଳ ବୋଲର ଥିବାବେଳେ ଅର୍ଶଦୀପ, ହାର୍ଦିକ, ୱାସିଂଟନ୍‌, ଅଭିଷେକ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୨୦ ଓଭରରେ-୧୬୫/୯ (ଜୋସ୍ ବଟଲର୍-୪୫, ବ୍ରାଏଡନ୍ କାର୍ସ-୩୧, ଜାମି ସ୍ମିଥ୍‌-୨୨, ଅକ୍ଷର ପଟେଲ୍‌-୨/୩୨, ବରୁଣ ଚକ୍ରବର୍ତ୍ତୀ-୨/୩୮, ହାର୍ଦିକ ପାଣ୍ଡ୍ୟା-୧/୬, ୱାସିଂଟନ୍ ସୁନ୍ଦର-୧/୯, ଅଭିଷେକ ଶର୍ମା-୧/୧୨, ଅର୍ଶଦୀପ ସିଂହ-୧/୪୦)। ଭାରତ ୧୯.୨ ଓଭରରେ ୧୬୬/୮ (ତିଳକ ବର୍ମା-୭୨*, ୱାସିଂଟନ ସୁନ୍ଦର-୨୬, ସୂର୍ଯ୍ୟକୁମାର ୟାଦବ-୧୨, ଅଭିଷେକ ଶର୍ମା-୧୨, ରବି ବିଷ୍ଣୋଇ-୯*, ବ୍ରାଇଡନ୍ କାର୍ସ-୩/୨୯, ଲିଆମ ଲିଭିଙ୍ଗଷ୍ଟୋନ୍‌-୧/୭, ଆଦିଲ ରସିଦ୍‌-୧/୧୪, ଜାମି ଓଭର୍ଟନ-୧/୨୦, ମାର୍କ ଉଡ୍‌-୧/୨୮, ଜୋଫ୍ରା ଆର୍ଚର-୧/୬୦)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe