ମାରାଡୋନାଙ୍କୁ ଟାଇଲ୍‌ ଶ୍ରଦ୍ଧାଞ୍ଜଳି

Advertisment
ମାରାଡୋନାଙ୍କୁ ଟାଇଲ୍‌ ଶ୍ରଦ୍ଧାଞ୍ଜଳି

Times of India

ବୁଏନେସ୍ ଏୟାର୍ସ : ଗତବର୍ଷ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିବା ମହାନ ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କୁ ଆର୍ଜେଣ୍ଟିନାବାସୀ ଆଦୌ ଭୁଲି ପାରୁନାହାନ୍ତି। ସେଥିପାଇଁ ତାଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେବାରେ ଲାଗି ପଡ଼ିଛନ୍ତି। କମାଣ୍ଡୋ ମରାଡୋନା ନାମକ ଏକ କ୍ଲବ୍ ନିଜ ପ୍ରିୟ ତାରକାଙ୍କୁ ଟାଇଲ୍‌ ଖଣ୍ଡରେ ଶ୍ରଦ୍ଧାଞ୍ଜଳି ଦେବାର ଅଭିଯାନ ଆରମ୍ଭ କରିଛି।

କ୍ଲବ୍‌ର ସଦସ୍ୟମାନେ ଛୋଟ ଛୋଟ ରଙ୍ଗବେରଙ୍ଗ ଟାଇଲ୍ ଖଣ୍ଡକୁ ବ୍ୟବହାର କରି ମାରାଡୋନାଙ୍କର ଏକ ବିଶାଳ ଟାଇଲ ଚିତ୍ର ପ୍ରସ୍ତୁତ କରିଛନ୍ତି। ୧୦ ନମ୍ବର ଜର୍ସି ପିନ୍ଧିଥିବା ମାରାଡୋନାଙ୍କ ଏହି ଟାଇଲ୍ ଚିତ୍ରକୁ ସେମାନେ ତାଙ୍କ ପିଲାଦିନର ଷ୍ଟାଡିୟମ୍ ଆର୍ଜେଣ୍ଟିନୋସ୍ ଜୁନିଅର କାନ୍ଥରେ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଟାଇଲଗୁଡ଼ିକୁ ପ୍ରସ୍ତୁତ କରିବା ଲାଗି କ୍ଲବ୍‌ର କଳାକାରମାନଙ୍କୁ ତିନିମାସ ସମୟ ଲାଗିଛି। ଏଗୁଡ଼ିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯେ ଭବିଷ୍ୟତରେ ଭାଙ୍ଗିରୁଜି ଗଲେ ସେଗୁଡ଼ିକୁ ପୁନର୍ବାର ମରାମତି କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe