ଛକା ମାରିବା ପାଇଁ ବଡ଼ ଶରୀରର ଆବଶ୍ୟକତା ନାହିଁ, ବ୍ୟାଟ-ବଲର ଉପଯୁକ୍ତ ସଂଯୋଗ ହେବା ଦରକାର: ରୋହିତ ଶର୍ମା

ଆଇପିଏଲ୍ ପ୍ରସ୍ତୁତି ଆରମ୍ଭ କଲେ ରୋହିତ

Hindustan Times

ରାଜକୋଟ: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ରାଜକୋଟରେ ଜିତିଛି। ମ୍ୟାଚ୍‌ ପରେ ରୋହିତ କହିଛନ୍ତି, ଆପଣଙ୍କୁ ବଡ଼ ଛକା ମାରିବା ପାଇଁ ବଡ଼ ଶରୀର ଆବଶକ୍ୟ ପଡୁନାହିଁ। ଏପରିକି ୟୁଜବେନ୍ଦ୍ର ଚହଲ ମଧ୍ୟ ଛକା ମାରିପାରିବେ। ଛକା ମାରିବା ପାଇଁ କେବଳ କ୍ଷମତା ଦରକାର ଅଛି, ସେଭଳି ଭାବିବା ଭୁଲ। କାରଣ ଛକା ମାରିବା ପାଇଁ ବଲର ସଂଯୋଗ ବ୍ୟାଟ୍‌ର ଠିକ୍‌ ସ୍ଥାନରେ ହେବା ଦରକାର। ଏଥି ପାଇଁ ମୁଣ୍ଡ ସ୍ଥିର ରହିବା ଦରକାର। ସେହିପରି ଛକା ମାରିବା ପାଇଁ ଅନେକ ଜିନିଷ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ।

ମୋସାଦିକ ହୁସେନଙ୍କ ବଲରେ ରୋହିତ ଶର୍ମା କ୍ରମାଗତ ୩ ଛକା ମାରିବା ବାବଦରେ କହିଛନ୍ତି, ଯେତେବେଳେ ମୁଁ ୩ ଛକା ମାରିଥିଲି, ଆଗାମୀ ୩ ବଲରେ ମଧ୍ୟ ଛକା ମାରିବାକୁ ଚାହିଁଥିଲି କିନ୍ତୁ ୪ର୍ଥ ବଲ ସେଭଳି ସଂଯୋଗ ନ ଥିଲା। ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲା ରବିବାର ନାଗପୁରରେ ଖେଳାଯିବ।

ତିନି ମ୍ୟାଚ୍‌ର ଶୃଙ୍ଖଳା ଏବେ ୧-୧ରେ ସ୍ଥିତିରେ ପହଚିଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଭାରତୀୟ ଟିମ୍‌ର ନେତୃତ୍ୱ ନେଇଛନ୍ତି। ରୋହିତ ଶର୍ମା ୪୩ଟି ବଲ ଖେଳି ୮୫ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୧୫୩ ରନ୍‌ କରିଥିଲା। ବିଜୟ ପାଇଁ ଆବଶ୍ୟକ ରନ୍‌କୁ ଭାରତ ୧୫.୪ ଓଭର ପୂରା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe