ଆଜିଠୁ ବାରବାଟୀ ଲିଲେଣ୍ଡ୍ସ ଲିଗ୍ କାଉଣ୍ଟର୍‌ ଟିକେଟ୍ ବିକ୍ରି

Advertisment
ଆଜିଠୁ ବାରବାଟୀ ଲିଲେଣ୍ଡ୍ସ ଲିଗ୍ କାଉଣ୍ଟର୍‌ ଟିକେଟ୍ ବିକ୍ରି

କଟକ: ଆସନ୍ତା ୨୬ ତାରିଖରୁ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ ପାଇଁ ଶୁକ୍ରବାର ସକାଳ ୧୦ଟାରୁ କାଉଣ୍ଟର‌୍‌ରେ ଟିକେଟ୍ ବିକ୍ରି କରାଯିବ। ଏ ନେଇ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ସଂପାଦକ ସଂଜୟ ବେହେରା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି। ସର୍ବସ‌ାଧାରଣ ଦର୍ଶକଙ୍କ ପାଇଁ ୧୨ ନମ୍ବର ଗେଟ୍ ନିକଟସ୍ଥ କାଉଣ୍ଟର୍‌ରେ ମୋଟ ୮୪୨୧ଟି ଟିକେଟ୍ ବିକ୍ରି କରାଯିବ। ୨ ନମ୍ବର ଗ୍ୟାଲେରି ପାଇଁ ୩୭୩୯ ଓ ୪ ନମ୍ବର ଗ୍ୟାଲେରି ପାଇଁ ୪୨୩୨ଟି ଟିକେଟ୍ ବିକ୍ରି କରାଯିବ। ଏହି ଟିକେଟର ମୂଲ୍ୟ ମଧ୍ୟ ୩୫୦ ଟଙ୍କା ରଖାଯାଇଛି। ଏହାବାଦ୍‌ କ୍ଲବ୍ ହାଉସ (ପ୍ରଥମ ମହଲା)‌ ପାଇଁ ୩୫୦ ଟିକେଟ୍ ବିକ୍ରି କରାଯିବ। ଏହାର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। କର୍ପୋରେଟ୍ ବକ୍ସ ୯ ଓ ୧୦ ପାଇଁ ୬୦ଟି ଟିକେଟ୍ ବିକ୍ରି ହେବାକୁ ଥିବାବେଳେ ଏହାର ମୂଲ୍ୟ ୪୮୦୦ ଟଙ୍କା ରଖାଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe