୧୯ ବର୍ଷରୁ କମ୍‌ କ୍ରିକେଟ୍ ବିଶ୍ବକପ୍‌: ଆଜି ଭାରତ-ପାକିସ୍ତାନ ସେମିଫାଇନାଲ୍‌

Advertisment
୧୯ ବର୍ଷରୁ କମ୍‌ ବିଶ୍ବକପ୍‌ ଗଣ୍ଡଗୋଳ: ୫ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପଶ୍ଚଷ୍ଟ୍ରୁମ୍‌ (ଦକ୍ଷିଣ ଆଫ୍ରିକା): ଚଳିତ ୧୯ ବର୍ଷରୁ କମ୍‌ କ୍ରିକେଟ୍ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲରେ ମଙ୍ଗଳବାର ଭାରତ ଏବଂ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ମଧ୍ୟରେ ଖେଳାଯିବ। ୪ ଥର ବିଜେତା ଭାରତ କ୍ରମାଗତ ତୃତୀୟ ଥର ଫାଇନାଲ୍‌ ପ୍ରବେଶ କରିବା ଲକ୍ଷ୍ୟରେ ରହିଛି। ଉଭୟ ଦଳ ଅପରାଜିତ ରହି ସେମିଫାଇନାଲ୍‌ ପହଞ୍ଚିଛନ୍ତି। କ୍ବାର୍ଟର ଫାଇନାଲରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଏବଂ ପାକିସ୍ତାନ ନିଜ ପଡ଼ୋଶୀ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଭାରତ-ପାକିସ୍ତାନ ମୁକାବିଲା ସବୁବେଳେ ଉଚ୍ଚ ଚାପ ଭିତ୍ତିକ ବୋଲି ଥିବା ଧାରଣାକୁ କିନ୍ତୁ ପାକିସ୍ତାନ ଅଧିନାୟକ ରୋହେଲ୍‌ ନାଜିର ଖଣ୍ଡନ କରିଛନ୍ତି। ଆମେ ଏହାକୁ ସାଧାରଣ ମ୍ୟାଚ୍‌ଟି ଭଳି ଖେଳିବୁ ଏବଂ ଉନ୍ନତ ପ୍ରଦର୍ଶନ ଲାଗି ଚେଷ୍ଟା କରିବୁ ବୋଲି ପାକିସ୍ତାନର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ମହମ୍ମଦ ହୁରାଇରା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ବରିଷ୍ଠ ଦଳ ଭଳି କନିଷ୍ଠ ଦଳ ମଧ୍ୟ ପାକିସ୍ତାନ ବିପକ୍ଷରେ ପ୍ରଧାନ୍ୟ ବିସ୍ତାର କରିଛନ୍ତି। ୨୦୧୮ ସଂସ୍କରଣ କନିଷ୍ଠ ବିଶ୍ବକପ୍‌ରେ ଭାରତ ଫାଇନାଲରେ ପାକିସ୍ତାନକୁ ୨୦୩ ରନ୍‌ର ବଡ଼ ବ୍ୟବଧାନରେ ହରାଇ ବିଜେତା ହୋଇଥିଲା। ସେହିଭଳି ସେପ୍ଟେମ୍ବରରେ ଅନୁଷ୍ଠିତ ଏସିଆ କପ୍‌ ଫାଇନାଲରେ ମଧ୍ୟ ପାକିସ୍ତାନକୁ ହରାଇ ଭାରତ ବିଜେତା ହୋଇଥିଲା। କିନ୍ତୁ ଇତିହାସର ପୁନରାବୃତ୍ତି କରିବାକୁ ପ୍ରିୟମ ଗର୍ଗଙ୍କ ଯୁବ ଦଳକୁ ମଙ୍ଗଳବାର ଭଲ କ୍ରିକେଟ୍‌ ଖେଳିବାକୁ ପଡ଼ିବ। ପ୍ରାରମ୍ଭିକ ବ୍ୟାଟସିମ୍ୟାନ୍‌ ଯଶସ୍ବୀ ଜୟସ୍ବାଲ୍‌ ୪ ମ୍ୟାଚ୍‌ରୁ ୩ ଅର୍ଧଶତକ ହାସଲ କରି ଭରସାଯୋଗ୍ୟ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ କ୍ବାର୍ଟର ଫାଇନାଲରେ ଜୟସ୍ବାଲଙ୍କ ସହିତ ଅଥର୍ବ ଆଙ୍କୋଲେକର୍‌, ଲେଗ୍‌ ସ୍ପିନର୍‌ ରବି ବିଷ୍ଣୋଇ ମଧ୍ୟ ଚମତ୍କାର ଖେଳିଥିଲେ। ପାକିସ୍ତାନର ଦ୍ରୁତ ବୋଲର୍‌ ଅବାଦ୍‌ସ ଆଫ୍ରିଦି, ମହମ୍ମଦ ଆମିର୍‌ ଖାନ୍‌, ତାହିର୍‌ ହୁସେନ୍‌ଙ୍କୁ ଖେଳିବା କିନ୍ତୁ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କ ପାଇଁ ଆହ୍ବାନଭରା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe