ଆଜି ଅଲିମ୍ପିକ୍‌ ବିଜେତା ବେଲ୍‌ଜିୟମକୁ ଭେଟିବ ଭାରତ

Advertisment
ଆଜି ଅଲିମ୍ପିକ୍‌ ବିଜେତା ବେଲ୍‌ଜିୟମକୁ ଭେଟିବ ଭାରତ

ଲଣ୍ଡନ: ଘରୋଇ ଚରଣରେ ଚମତ୍କାର ପ୍ରଦର୍ଶନ କରି ପଏଣ୍ଟ ତାଲିକାର ଶୀର୍ଷରେ ଥିବା ଭାରତ ଶୁକ୍ରବାରଠୁ ଏଫ୍‌ଆଇ‌ଏଚ୍‌ ପ୍ରୋ-ଲିଗ୍‌ର ବିଦେଶ ଚରଣ ଅଭିଯାନ ଆରମ୍ଭ କରିବ। ଏଥିପାଇଁ ୟୁରୋପ ଗସ୍ତରେ ରହିଛି ଭାରତୀୟ ପୁରୁଷ ହକି ଦଳ। ପ୍ରଥମ ମ୍ୟାଚ୍‌ରେ ଏହି ଦଳ ଅଲିମ୍ପିକ୍‌ ବିଜେତା ବେଲ୍‌ଜିୟମକୁ ଭେଟିବ। ଏହାପରେ ଗ୍ରେଟ୍‌ ବ୍ରିଟେନ୍‌ ସହ ଖେଳିବ।  ଭାରତ ଏହି ପ୍ରତିଯୋଗିତାର ୟୁରୋପ ଚରଣରେ ବେଲ୍‌ଜିୟମ ଓ ଗ୍ରେଟ୍‌ ବ୍ରିଟେନ୍‌ ପରେ ନେଦରଲାଣ୍ଡ୍ସରେ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନାକୁ ଭେଟିବ। ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ ଦେଇପାରିନଥିବା ଭ‌ାରତ କିନ୍ତୁ ପ୍ରୋ-ଲିଗ୍‌ରେ ବିଶ୍ବ ବିଜେତା ଜର୍ମାନି ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜେୟ ରହି ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିନେଇଥିଲା। ୮ ମ୍ୟାଚ୍‌ରୁ ଭାରତ ୨ ସୁଟ୍‌ ଆଉଟ୍‌ ଓ ୫ ବିଜୟ ସହ ୧୯ ପଏଣ୍ଟ ପାଇଛି।

ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଶୁକ୍ରବାର ବେଲ୍‌ଜିୟମ ବିପକ୍ଷରେ ଖେଳିସାରିବା ପରେ ଶନିବାର ଗ୍ରେଟ୍‌ ବ୍ରିଟେନ୍‌କୁ ଭେଟିବ। ୟୁରୋପରେ ଏହି ପ୍ରୋ-ଲିଗ୍‌ ମ୍ୟାଚ୍‌ ଭାରତର ନୂଆ ପ୍ରଶିକ୍ଷକ କ୍ରେଗ ଫୁଲ୍‌ଟନଙ୍କ ପାଇଁ ପ୍ରଥମ ପରୀକ୍ଷା ହେବ। ୨୦୧୬ ରିଓ ଅଲିମ୍ପିକ୍‌ ପରଠୁ ବେଲ୍‌ଜିୟମ ବିପକ୍ଷରେ ଭାରତ ୧୯ ମ୍ୟାଚ୍‌ ଖେଳିଛି। ଏଥିରୁ ଭାରତ ୮ଟି ଏବଂ ବେଲ୍‌ଜିୟମ ୯ଟି ଜିତିଥିଲା ବେଳେ ଅନ୍ୟ ଦୁଇଟି ଅମୀମାଂସିତ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe