ଆଜି ଦ୍ବିତୀୟ ଟ୍ବେଣ୍ଟି-୨୦, ଶୃଙ୍ଖଳା ବରାବର ଲକ୍ଷ୍ୟରେ ଭାରତ

Advertisment

ଖଲିଲଙ୍କ ଜାଗା‌ରେ ଖେଳିବେ ଚହଲ୍‌

ଖଲିଲଙ୍କ ଜାଗା‌ରେ ଖେଳିବେ ଚହଲ୍‌

ଧୋନିଙ୍କ ଭଳି କୋହଲି ଶାନ୍ତ ହୋଇପାରିବେନି: ହୁସେନ

Guwahati: Team India captain Virat Kohli and MS Dhoni during a practice session ahead of the first One Day International cricket match against West Indies, at ACA Cricket Stadium, Barsapara in Guwahati, Saturday, October 20, 2018. (PTI Photo) (PTI10_20_2018_000037B)

ମେଲ୍‌ବର୍ନ: ବ୍ରିସ୍‌ବନ୍‌ର ଗାବା ଷ୍ଟାଡିୟମ୍‌ରେ ଲଢ଼େଇ କରିବା ସତ୍ତ୍ବେ ଘରୋଇ ଅଷ୍ଟ୍ରେଲିଆ ନିକଟରୁ ୪ ରନ୍‌ରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ହାରି ଯାଇଥିବା ବିରାଟ କୋହଲିଙ୍କ ଭ୍ରମଣକାରୀ ଭାରତୀୟ ଦଳ ଆସନ୍ତାକାଲି (ଶୁକ୍ରବାର) ମେଲ୍‌ବର୍ନରେ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ଜିତି ଶୃଙ୍ଖଳାକୁ ପେରିବା ସହ ସ୍ଥିତି ବରାବର କରିବା ଲକ୍ଷ୍ୟରେ ରହିଛି ଭାରତ। କିନ୍ତୁ ହାରିଗଲେ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ହାତଛଡ଼ା ହୋଇଯିବ। ତଥାପି ଲଗାତାର ସପ୍ତମ ଦ୍ବିପାକ୍ଷିକ ‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଥିବା ଭାରତ ଅଷ୍ଟମ ଶୃଙ୍ଖଳା ଜିତିବା ଦିଗରେ ପ୍ରୟାସ କରିବ। ସେହି ଦୃଷ୍ଟିରୁ କୋହଲିଙ୍କ ନେତୃତ୍ବ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ମେଲ୍‌ବର୍ନ ମ୍ୟାଚ୍‌ରେ ଭାରତ ତିନି ଜଣ ସ୍ପିନରଙ୍କୁ ଖେଳାଇବ ବୋଲି ଅଧିନାୟକ କୋହଲି ଆଭାସ ଦେଇଛନ୍ତି। ଏହାହେଲେ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ବାହାରେ ବସିବାକୁ ପଡ଼ିବ ଏବଂ ତାଙ୍କ ସ୍ଥାନରେ ୟୁଜ୍‌ବେନ୍ଦ୍ର ଚହଲ୍‌ ଖେଳିବା ନିଶ୍ଚିତ। ବ୍ରିସ୍‌ବନ୍‌ରେ ବ୍ୟୟବହୁଳ ବୋଲିଂ କରିଥିବା କୃନାଲ ପାଣ୍ଡ୍ୟାଙ୍କ ଉପରେ ପୁଣି ଥରେ ଦଳ ଆସ୍ଥା ରଖିବ। ସେହିପରି ଲୋକେଶ ରାହୁଲ୍‌ଙ୍କୁ ତିନି ନମ୍ବରରେ ବ୍ୟାଟିଂ ପାଇଁ ପଠାଇବା ନିଷ୍ପତ୍ତି ଅପରିବର୍ତିତ ରହିବ ବୋଲି କୋହଲି କହିଛନ୍ତି। ଇଂଲଣ୍ଡ୍‌ ବିପକ୍ଷ ମାଞ୍ଚେଷ୍ଟର ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଅପରାଜିତ ୧୦୧ ରନ୍‌ କରିବା ପରଠୁ ରାହୁଲ୍‌ ୬ ମ୍ୟାଚ୍‌ ଖେଳିଥିଲେ ମଧ୍ୟ କୌଣସିଥିରେ ୩୦ ରନ୍‌ ଉପରକୁ ଉଠି ପାରିନାହାନ୍ତି। ହେଲେ ଆଗାମୀ ବିଶ୍ବକପ୍‌ ପୂର୍ବରୁ ପରୀକ୍ଷା ସ୍ବରୂପ ରାହୁଲ୍‌ଙ୍କୁ ଏହି ସ୍ଥାନରେ ଖେଳାଇବା ଯଥାର୍ଥ ବୋଲି କୋହଲି କହିଛନ୍ତି। କିନ୍ତୁ ଦଳୀୟ କର୍ତୃପକ୍ଷ ରାହୁଲ୍‌ଙ୍କ ବଦଳରେ ମନୀଷ ପାଣ୍ଡେଙ୍କୁ ଚୂଡାନ୍ତ ଏକାଦଶରେ ଖେଳାଇବା ସପକ୍ଷରେ ରହିଛି।
ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ ଜିତିଥିବା ଘରୋଇ ଦଳ ବିନା ପରିବର୍ତନରେ ମେଲ୍‌ବର୍ନ ମ୍ୟାଚ୍‌କୁ ଓହ୍ଲାଇବ ବୋଲି ସ୍ପଷ୍ଟ କରିଛି। ‌ନିକଟରେ ପାକିସ୍ତାନ ନିକଟରୁ ଦୟନୀୟ ଭାବେ ୦-୩ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିବା ଅଷ୍ଟ୍ରେଲିଆ ଶୁକ୍ରବାର ମେଲ୍‌ବର୍ନରେ ଜିତି ଭାରତ ବିପକ୍ଷ ଶୃଙ୍ଖଳା ଆଗୁଆ କବ୍‌ଜା କରିନେବା ଲକ୍ଷରେ ରହିଛି। ତେବେ ବ୍ରିସ୍‌ବନ୍‌ ଭଳି ମେଲ୍‌ବର୍ନରେ ମଧ୍ୟ ବର୍ଷା ହେବାର ଆଶଙ୍କାକୁ ଏଡାଇ ‌ଦେଇହେବ ନାହିଁ। ଫଳରେ ପୁଣି ଏକ ମ୍ୟାଚ୍‌ ଡି/ଏଲ୍‌ ପଦ୍ଧତିରେ ନିର୍ଣ୍ଣାୟକ ହେବା ଆଶଙ୍କା ବଢ଼ିଯାଇଛି। ଏହି ପିଚ୍‌ ବିଶେଷତଃ ମନ୍ଥର ଗତି ବୋଲରଙ୍କୁ ଅଧିକ ସୁହାଇବ ବୋଲି ଆକଳନ କରାଯାଇଛି।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶିଖର ଧାୱନ୍‌, ବିରାଟ କୋହଲି (ଅଧିନାୟକ), ଲୋକେଶ ରାହୁଲ୍‌, ଋଷଭ ପନ୍ତ୍‌, ଦୀନେଶ କାର୍ତିକ, କୃନାଲ ପାଣ୍ଡ୍ୟା, ଭୁବନେଶ୍ବର କୁମାର, କୁଲ୍‌ଦୀପ୍‌ ଯାଦବ, ଯଶ୍‌ପ୍ରୀତ୍‌ ବୁମ୍‌ରା, ଖଲିଲ ଅହମ୍ମଦ/ୟୁଜ୍‌ବେନ୍ଦ୍ର ଚହଲ୍‌।

ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଡି ଆର୍କି ସର୍ଟ, କ୍ରିସ୍‌ ଲିନ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ମାର୍କୋସ୍‌ ଷ୍ଟୋଇନିସ୍‌, ବେନ୍‌ ମ୍ୟାକ୍‌ଡର୍ମଟ, ଆଲେକ୍ସ କା‌ରେ, ଆଣ୍ଡରୁ ଟାଇ, ଆଦାମ୍‌ ଜାମ୍ପା, ଜାସନ୍‌ ବେରେନ୍‌ଡ୍ରଫ୍‌, ବିଲି ଷ୍ଟାନ୍‌ଲେକ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe