ଆଜିଠୁ ସର୍ବଭାରତୀୟ ଓପନ୍‌ କରାଟେ

Advertisment
ଆଜିଠୁ ସର୍ବଭାରତୀୟ ଓପନ୍‌ କରାଟେ

କଟକ: ଉତ୍କଳ କରାଟେ ସ୍କୁଲ୍‌ ଓ ଭାରତୀୟ ସୁକୋକାଇ କରାଟେ ମହାସଂଘ ମିଳିତ ଆନୁକୂଲ୍ୟରେ ଗୁରୁବାରଠୁ ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ନବମ ସର୍ବଭାରତୀୟ ଓପନ୍‌ କରାଟେ ପ୍ରତିଯୋଗିତା ଆରମ୍ଭ ହେବ। ଅପ୍ରେଲ୍‌ ୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୭ ରାଜ୍ୟରୁ ପ୍ରାୟ ୧୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହାବ୍ୟତୀତ ଶତାଧିକ ମ୍ୟାଚ୍‌ ପରିଚାଳନା ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ଉପକନିଷ୍ଠ, କନିଷ୍ଠ, ଯୁବ, ପୁରୁଷ ଓ ମହିଳା ବିଭାଗରେ ମୋଟ ୧୦୧ ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା ହେବ। ପ୍ରତ୍ୟେକ ଦିନ ସଂଧ୍ୟାରେ ପୁରସ୍କାର ବିତରଣ କରାଯିବ ବୋଲି ହୋଟେଲ୍‌ ବିଶାଲ୍‌ ଇନ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏଥିପୂର୍ବରୁ ଗୁରୁବାର ରାଜ୍ୟ କରାଟେ ସଂଘର ୩୦ତମ ରାଜ୍ୟ ଉପକନିଷ୍ଠ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ଏଠାରୁ ରାଜ୍ୟ ଦଳ ପାଇଁ ଖେଳାଳି ଚୟନ କରାଯିବ। ଓଡ଼ିଶାର କରାଟେକାଙ୍କ ମାନ ବୃଦ୍ଧି କରିବା ପାଇଁ ଅନ୍ୟ ରାଜ୍ୟର ଖେଳାଳିଙ୍କ ସହିତ ମୁକାବିଲା କରିବାକୁ ଏହି ପ୍ରୟାସ କରାଯାଇଛି। ଏଥିରୁ କୌଣସି ଚୟନ ହେବନାହିଁ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଇଂ ଚିତ୍ତରଂଜନ ସ୍ୱାଇଁ, ବରିଷ୍ଠ ପ୍ରଶିକ୍ଷକ ଜୟଦେବ ପଟ୍ଟନାୟକ, ବେଙ୍ଗାଲୁରୁ ମିଶ୍ରିତ ସାମରିକ କଳାର ମୁଖ୍ୟ ପ୍ରସାଦ ଗାଏତୋଣ୍ଡେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe