ଆଜିଠୁ ମହିଳା ହକି ବିଶ୍ୱକପ୍‌: ଇଂଲଣ୍ଡକୁ ଭେଟିବ ଭାରତ

Advertisment
ଆଜିଠୁ ମହିଳା ହକି ବିଶ୍ୱକପ୍‌: ଇଂଲଣ୍ଡକୁ ଭେଟିବ ଭାରତ

India Test Matches

ଲଣ୍ଡନ୍‌: ଶନିବାରଠୁ ମହିଳା ହକି ବିଶ୍ୱକପ୍‌ ଆରମ୍ଭ ହେବ। ଭାରତ ତା’ର ପ୍ରଥମ ମୁକାବିଲାରେ ଆୟୋଜକ ଇଂଲଣ୍ଡକୁ ଭେଟିବ। ପୁଲ୍‌-ବି’ରେ ସ୍ଥାନ ପାଇଥିବା ଭାରତ ଏହାପରେ ୨୬ ତାରିଖରେ ଷୋଡ଼ଶ ମାନ୍ୟତା ଆୟର୍ଲାଣ୍ଡ୍‌ ଏବଂ ୨୯ରେ ସପ୍ତମ ମାନ୍ୟତା ଆମେରିକା ବିପକ୍ଷରେ ଖେଳିବ। ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟ ରଖିଛନ୍ତି ଭାରତୀୟ ଦଳର ଅଧିନାୟିକା ରାଣୀ। ଅଲିମ୍ପିକ୍‌ ବିଜେତା ଇଂଲଣ୍ଡ ଘରୋଇ ମାଟିରେ ଖେଳୁଥିବାରୁ ସେମାନଙ୍କୁ ଭରପୁର ଦର୍ଶକ ସମର୍ଥନ ମିଳିବ। ହେଲେ ଆମ ପାଇଁ ଏହା ନୂଆ ନୁହେଁ। ଚାପ ଇଂଲଣ୍ଡ ଉପରେ ରହିବ, ଆମ ଉପରେ ନୁହେଁ ବୋଲି ରାଣୀ କହିଛନ୍ତି। ସଂପ୍ରତି ବିଭିନ୍ନ ପ୍ରତିଯୋଗିତାରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛୁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଇଂଲଣ୍ଡକୁ ହରାଇଥିଲୁ। କିନ୍ତୁ ସାମାନ୍ୟ ଭୁଲ ପାଇଁ କାଂସ୍ୟରୁ ବଞ୍ଚିତ ହୋଇଥିଲୁ। ଏହି ସବୁ ଭୁଲ ସୁଧାରି ବିଶ୍ୱକପ୍‌ରେ ଆଗକୁ ବଢ଼ିବୁ ବୋଲି ରାଣୀ କହିଛନ୍ତି। ଶେଷ ଥର ଲାଗି ଆର୍ଜେଣ୍ଟିନାରେ ଆୟୋଜିତ ବିଶ୍ୱକପ୍‌ରେ ଭାରତ ଖେଳିଥିଲା। ନବମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ହେଲେ ସେହି ସଂସ୍କରଣରେ ରାଣୀ ବ୍ୟକ୍ତିଗତ ଭାବେ ୭ ଗୋଲ୍‌ ଦେଇ ସମସ୍ତଙ୍କ ମନ କିଣି ନେଇଥିଲେ। ଚଳିତ ବର୍ଷ ଇଂଲଣ୍ଡରେ ରାଣୀ ନିଜ ଚମକ ଦେଖାଇବା ଲାଗି ପୁରା ପ୍ରସ୍ତୁତ ରହିଛନ୍ତି। ସଂପ୍ରତି ଭାରତ ବିଶ୍ୱ ମାନ୍ୟତାରେ ଦଶମ ସ୍ଥାନରେ ରହିଛି। ଆମର ପୂରୋଭାଗ ଭଲ ରହିଛି। ଯୁବ ଏବଂ ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ବନ୍ଦନା କଟାରିୟାଙ୍କ ପରି ଅଭିଜ୍ଞ ଖେଳାଳି ମଧ୍ୟ ଦଳରେ ରହିଛନ୍ତି। ବିଭିନ୍ନ ସମୟରେ ତାଙ୍କ ଗୋଲ୍‌ ବଳରେ ଆମେ ଜିତିଛୁ। ଏଥିସହ ଡ୍ରାଗ୍‌-ପ୍ଲିକର୍‌ ଗୁରୁଜିତ୍‌ କୌର ମଧ୍ୟ ଜଣେ ଚମତ୍କାର ଖେଳାଳି। ଏମାନଙ୍କୁ ନେଇ ଆମ ଦଳ ସନ୍ତୁଳିତ ରହିଛି ବୋଲି ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ କହିଛନ୍ତି। ଅଷ୍ଟ୍ରେଲିଆ ଏବଂ ବେଲ୍‌ଜିୟମ ବିପକ୍ଷରେ ଏଠାରେ ଅଭ୍ୟାସ ମ୍ୟାଚ୍‌ ଖେଳି ପାଣିପାଗ ସହ ଅଭ୍ୟସ୍ତ ହୋଇ ଯାଇଛୁ। ଆମର ପ୍ରଥମ ଲକ୍ଷ୍ୟ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌। ଅନ୍ୟ ମ୍ୟାଚ୍‌ଗୁଡ଼ିକୁ ନେଇ ପରେ ଯୋଜନା କରିବୁ ବୋଲି ରାଣୀ ପ୍ରକାଶ କରିଛନ୍ତି।

ଭାରତକୁ କ୍ଷମା ମାଗିଲା ଏଫ୍‌ଆଇଏଚ୍‌
ଲଣ୍ଡନ: ଶେଷରେ ନିଜ ଭୁଲ୍‌କୁ ସୁଧାରିବା ସହିତ ଭାରତ ନିକଟରୁ କ୍ଷମା ମାଗି ନେଇଛି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)। ମହିଳା ହକି ବିଶ୍ୱକପ୍‌ର ଦୁଇ ଦିନ ପୂର୍ବରୁ ଆୟୋଜିତ ଏକ ପ୍ରଚାର କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ ପାତାକାରେ ଅଶୋକଚକ୍ରକୁ ସ୍ଥାନିତ କରାଯାଇନଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ହକି ଇଣ୍ଡିଆ ତୁରନ୍ତ ଏ ପ୍ରସଙ୍ଗରେ ଏଫ୍‌ଆଇଏଚ୍‌ର ଦୃଷ୍ଟି ଆକର୍ଷଣ କରିଥିଲା। ଶୁକ୍ରବାର ଏଫ୍‌ଆଇଏଚ୍‌ ଏହି ତ୍ରୁଟିକୁ ସୁଧାରିବା ସହ କ୍ଷମା ମାଗି ନେଇଥିଲା। ଶୁକ୍ରବାର ପୁନର୍ବାର ଭାରତୀୟ ଦଳ ଅଧିନାୟିକା ରାଣୀଙ୍କ ସହ ସଂଶୋଧିତ ଭାରତୀୟ ତ୍ରିରଙ୍ଗାକୁ ନେଇ ଫଟୋସୁଟ୍‌ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe