ଆଜି କଟକ ଆସୁଛନ୍ତି ଆନ୍ତର୍ଜାତିକ କ୍ରିକେଟର୍‌ ଟିଏ ଶେଖର

Advertisment
ଆଜି କଟକ ଆସୁଛନ୍ତି ଆନ୍ତର୍ଜାତିକ କ୍ରିକେଟର୍‌ ଟିଏ ଶେଖର

thesportsrush.com

କଟକ: ଆନ୍ତର୍ଜାତିକ କ୍ରିକେଟର୍‌ ଟି.ଏ. ଶେଖର ସୋମବାର କଟକ ଆସୁଛନ୍ତି। ୟୁନିଅନ୍‌ ସ୍ପୋର୍ଟି˚ କ୍ଲବ୍‌ ଆନୁକୂଲ୍ୟରେ ବୋସ୍‌ ପଡ଼ିଆରେ ଚାଲିଥିବା ପିଭିଆର‌୍‌ ମୂର୍ତ୍ତି ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ଅବସରରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଶେଖର ଯଦିଓ ଖୁବ୍‌ କମ୍‌ ସମୟ ପାଇଁ ଭାରତୀୟ ଦଳର ସଦସ୍ୟ ଥିଲେ, କିନ୍ତୁ ଜଣେ ଭଲ ପ୍ରଶିକ୍ଷକ ଭାବେ ତାଙ୍କର ଖ୍ୟାତି ରହିଛି। ଏହି ଦ୍ରୁତ ବୋଲର ମୋଟ ୨ ଟେଷ୍ଟ୍‌ ଓ ୪ ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୫ ଆନ୍ତର୍ଜାତିକ ଓ୍ୱିକେଟ ହାସଲ କରିଥିଲେ।

୧୯୭୬/୭୭ ଋତୁରେ ତାମିଲନାଡୁ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିବା ଶେଖର ୧୯୮୩ ଜାନୁଆରି ୨୧ ତାରିଖରେ ପାକିସ୍ତାନ ବିପକ୍ଷରେ କରାଚିରେ ଆନ୍ତର୍ଜାତିକ ଦିନିକିଆ ପଦାର୍ପଣ କରିଥିଲେ। ମଦନ ଲାଲ୍‌ ଆହତ ହୋଇଥିବାରୁ ତାଙ୍କ ବଦଳରେ ଶେଖରଙ୍କୁ ପାକିସ୍ତାନ ଗସ୍ତରେ ସୁଯୋଗ ମିଳିଥିଲା। ଏହି ମ୍ୟାଚ୍‌ରେ ଶେଖର ୪ ଓଭର ବୋଲି˚ କରିଥିଲା ବେଳେ ୧୯ ରନ୍‌ ବ୍ୟୟ କରିଥିଲେ। ଏହି ମ୍ୟାଚ୍‌ର ଦୁଇ ଦିନ ପରେ ତାଙ୍କୁ ଟେଷ୍ଟ୍‌ ପଦାର୍ପଣର ସୁଯୋଗ ମିଳିଥିଲା। ପାକିସ୍ତାନ ବିପକ୍ଷ ୬ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ଭାରତ ୪ ମ୍ୟାଚ୍‌ରୁ ୦-୩ରେ ପଛୁଆ ରହି ଟ୍ରଫି ହାତଛଡ଼ା କରିଥିଲା। ତଥାପି ଶେଷ ଦୁଇ ଟେଷ୍ଟ୍‌ରେ ଶେଖରଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା। ପ୍ରଥମ ମ୍ୟାଚ୍‌ରେ ୨୦ ଓଭର ବୋଲି˚ କରିଥିଲା ବେଳେ ୮୬ ରନ୍‌ ବ୍ୟୟ କରିଥିଲେ। ଏହା ମଧ୍ୟରେ ଦୁଇ ଓଭର ମେଡେନ ଥିଲା। ଦ୍ବିତୀୟ ମ୍ୟାଚ୍‌ରେ ୧୪ ଓଭର ବୋଲି˚ କରିଥିଲେ। ଏଥିରେ ୧ ଓଭର ମେଡେନ୍‌ ରହିବା ସହ ମୋଟ ୪୩ ରନ୍‌ ବ୍ୟୟ କରିଥିଲେ। ଦୁଇଟି ଯାକ ମ୍ୟାଚ୍‌ ଅମୀମା˚ସିତ ରହିଥିଲା। ସଫଳତା ପାଇନଥିବାରୁ ତାଙ୍କୁ ଆଉ ଭାରତୀୟ ଦଳକୁ ଡକରା ଆସିନଥିଲା। ତଥାପି ୧୯୮୫ରେ ଇ˚ଲଣ୍ଡର ଭାରତ ଗସ୍ତ ସମୟରେ ତାଙ୍କୁ ଦ୍ବିତୀୟ ଥର ପାଇଁ ଦିନିକିଆ ଖେଳିବାକୁ ସୁଯୋଗ ମିଳିଥିଲା। ବାଙ୍ଗାଲୋର, ନାଗପୁର ଓ ଚଣ୍ଡିଗଡ଼ରେ ଦିନିକିଆ ମ୍ୟାଚ୍‌ରେ ସେ ଖେଳିଥିଲେ। ନାଗପୁରରେ ୫୦ ରନ୍‌ ବିନିମୟରେ ୨ ଵିକେଟ୍‌ ଓ ଚଣ୍ଡିଗଡ଼ରେ ୨୩ ରନ୍‌ ଦେଇ ୩ ଵିକେଟ୍‌ ଅକ୍ତିଆର କରିଥିଲେ।

ତାମିଲନାଡୁ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଆରମ୍ଭ କରିଥିବା ଶେଖର ୪୪ ମ୍ୟାଚ୍‌ରୁ ୧୩୦ ଵିକେଟ୍‌ ଦଖଲ କରିଛନ୍ତି। ଏଥିମଧ୍ୟରେ ସେ ୭ଥର ୫ ଵିକେଟ ଓ ୨ ଥର ୧୦ ଵିକେଟ ସଫଳତା ପାଇଥିଲେ। କେରଳ ବିପକ୍ଷରେ ପ୍ରଥମ ପାଳିରେ ୪/୪୨ ଓ ଦ୍ବିତୀୟ ପାଳିରେ ୯/୫୪ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ୧୯୮୭-୮୮ ଋତୁ ପର୍ଯ୍ୟନ୍ତ ତାମିଲନାଡୁ ପାଇଁ ଖେଳିବା ପରେ ମଧ୍ୟପ୍ରଦେଶ ପକ୍ଷରୁ ପ୍ରଥମ ଶ୍ରେଣୀ ଖେଳିବା ଆରମ୍ଭ କରିଥିଲେ। ୧୯୮୯-୯୦ ଋତୁରେ ସେ କ୍ରିକେଟ୍‌ ଖେଳିବାଠୁ ଦୂରେଇ ରହିଥିଲେ। ପରେ ଏମ୍‌ଆର‌୍‌ଏଫ୍‌ ପେସ୍‌ ଫାଉଣ୍ଡେସନ୍‌ର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ଅଧୀନରେ ଜାଭାଗଲ ଶ୍ରୀନାଥ, ଜାହିର ଖାନ୍‌, ଗ୍ଲେନ୍‌ ମ୍ୟାକ୍‌ଗ୍ରା, ମିଚେଲ ଜନସନ, ବ୍ରେଟ୍‌ ଲି, ଚାମିଣ୍ଡା ଭାସଙ୍କ ଭଳି ଖେଳାଳିମାନେ ପ୍ରଶିକ୍ଷଣ ନେଇଛନ୍ତି। ଅନ୍ୟପକ୍ଷରେ ସେ ଭାରତୀୟ ଚୟନ ସମିତିରେ ଦକ୍ଷିଣାଞ୍ଚଳକୁ ପ୍ରତିନିଧିତ୍ବ କରୁଥିଲେ। ଆଇପିଏଲ୍‌ ଦଳ ଦିଲ୍ଲୀ ଡେୟାର ଡେଭିଲ୍‌ସର ପ୍ରବନ୍ଧକ ଓ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe