ଆଜିଠୁ କୁସ୍ତି ଅଭିଯାନ: ଭିନେଶ, ଅମନ ଓ ଅନ୍ତିମଙ୍କ ଉପରେ ଆଶା

ଆଖଡ଼ାରେ କୁସ୍ତି ଯୋଦ୍ଧା

ପ୍ୟାରିସ୍ ଅଲିମ୍ପିକ୍ସ କୁସ୍ତି ଆଖଡ଼ାରେ ଭାରତୀୟ ପ୍ରତିଯୋଗୀ ସୋମବାରଠାରୁ ଅଭିଯାନ ଆରମ୍ଭ କରିବେ। ଭିନେଶ ଫୋଗଟ (୫୦ କିଲୋଗ୍ରାମ ମହିଳା)ଙ୍କ ସହ ଅନ୍ୟ ୫ଜଣ ଭାରତୀୟ ପହିଲମାନ ଅଲିମ୍ପିକ୍ସ ପଦକ ବିଜୟର ପ୍ରତୀକ୍ଷିତ ସ୍ବପ୍ନ ସାକାର କରିବାକୁ ମଇଦାନକୁ ଓହ୍ଲାଇବେ। ବିଶେଷ କରି ଦୁଇଟି ବିଶ୍ବ ଚାମ୍ପିଅନସିପ୍, ତିନିଟି ରାଜ୍ୟଗୋଷ୍ଠୀ, ୮ ଏସିଆନ୍ ଚାମ୍ପିଅନ୍‌ସିପ୍ ପଦକ ଜିତିଥିବା ଭିନେଶ ନିଜ ତୃତୀୟ ପଦାର୍ପଣରେ ୧୪୦ କୋଟି ଭାରତୀୟଙ୍କ ଆଶା ପୂରଣ କରିବାକୁ ଚେଷ୍ଟା କରିବେ। ଗତ ଦୁଇଟି ଅଲିମ୍ପିକ୍ସରେ ତାଙ୍କ ଅଭିଯାନ ଅକାଳରେ ଶେଷ ହୋଇଯାଇଥିବାରୁ ଏଥର ପଦକ ବିଜୟ ଉପରେ ଭିନେଶଙ୍କ ସମସ୍ତ ନଜର ରହିଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଗୋଡ଼ ଭାଙ୍ଗିଯିବାରୁ ତାଙ୍କ ଅଭିଯାନ ଅଧାରୁ ଅଟକି ଯାଇଥିଲା।

ସେହିଭଳି ୨୦୨୦ ଟୋକିଓ ଅଲିମ୍ପିକ୍ସର କ୍ବାର୍ଟରଫାଇନାଲ୍‌ରେ ଭିନେଶ ଅପ୍ରତ୍ୟାଶିତ ପରାଜୟର ସମ୍ମୁଖୀନ ହୋଇଥିଲେ। ବିଶୃଙ୍ଖଳିତ ଆଚରଣ ପାଇଁ ବାସନ୍ଦ ହେବାଠାରୁ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ସିଂହ ସରଣଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯାଗ ଆଣିବା ପର୍ଯ୍ୟନ୍ତ, ଗତ ଏକବର୍ଷ ହେବ ଭିନେଶ ମଧ୍ୟ ବିବାଦ ଘେରରେ ରହି ଆସିଛନ୍ତି। ପ୍ୟାରିସ୍‌ରେ ଅଲିମ୍ପିକ୍ସ ପଦକ ଜିତି ସେ ଏହି ଦୁଃଖକୁ ଦୂର କରିବା ଲକ୍ଷ୍ୟରେ ରହିଛନ୍ତି। ଭିନେଶଙ୍କ ସହ ଅଂଶୁ ମଲ୍ଲିକ (୫୭ କିଲୋଗ୍ରାମ ମହିଳା), ଅମନ ସେରାୱତ୍‌ (୫୭ କିଲୋଗ୍ରାମ ପୁରୁଷ), ଅନ୍ତିମ ପଙ୍ଘଲ (୫୩ କିଲୋଗ୍ରାମ ପୁରୁଷ), ନିଶା ଦାହିୟା (୬୮ କିଲୋଗ୍ରାମ ମହିଳା), ରୀତିକା ହୁଡା (୭୬ କିଲୋଗ୍ରାମ ମହିଳା) ନିଜ ନିଜ ବର୍ଗରେ ଲଢ଼ିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe