ଟୋକିଓ: ଜାପାନର ସିକୋ ହାସିମୋତୋ ଗୁରୁବାର ଟୋକିଓ ଅଲିମ୍ପିକ୍ସ ୨୦୨୦ ଆୟୋଜକ ସମିତିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ମହିଳାଙ୍କ ପ୍ରତି ଅଶୋଭନୀୟ ତଥା ଉତ୍ତେଜକ ମନ୍ତବ୍ୟ ପ୍ରଦାନ କରି ଏହି ପଦରୁ ଇସ୍ତଫା ଦେଇଥିବା ସଭାପତି ୟୋସିରୋ ମୋରିଙ୍କ ସ୍ଥାନରେ ସେ ନିଯୁକ୍ତି ହୋଇଛନ୍ତି। ୮୩ ବର୍ଷୀୟ ଏହି ପୂର୍ବତନ ପ୍ରଧାନମନ୍ତ୍ରୀ ଗତ ସପ୍ତାହରେ ଇସ୍ତଫା ଦେଇଥିଲେ। ହାସିମୋତୋ ୭ଟି ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ୪ଟି ଶୀତକାଳୀନ ଅଲିମ୍ପିକ୍ସରେ ସେ ସ୍ପିଡ୍ ସ୍କେଟିଂରେ ଏବଂ ୩ଟି ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସରେ ସାଇକେଲ୍ ଚାଳନାରେ ଭାଗ ନେଇଥିଲେ। ୧୯୯୨ ଶୀତକାଳୀନ ଅଲିମ୍ପିକ୍ସରେ ସେ ସ୍ପିଡ୍ ସ୍କେଟିଂରେ କାଂସ୍ୟ ପଦକ ଜିତିଥିଲେ। ୫୬ ବର୍ଷୀୟା ହାସିମୋତୋ ଜାପାନ ଶାସକ ଦଳରେ ରହିଛନ୍ତି।
ଟୋକିଓ ୨୦୨୦ ଅଧ୍ୟକ୍ଷ ଦାୟିତ୍ବ ନେଲେ ହାସିମୋତୋ
Advertisment
Follow Us