ଅଲିମ୍ପିକ୍ସ୍‌‌ ତରବାରି ଚାଳନାର ପ୍ରଥମ ରାଉଣ୍ଡ୍‌ରେ ବିଜୟିନୀ ହୋଇ ଭାରତ ପାଇଁ ପ୍ରଥମ ଗୌରବ ଆଣିଲେ ଭବାନୀ ଦେବୀ

Advertisment
ଅଲିମ୍ପିକ୍ସ୍‌‌ ତରବାରି ଚାଳନାର ପ୍ରଥମ ରାଉଣ୍ଡ୍‌ରେ ବିଜୟିନୀ ହୋଇ ଭାରତ ପାଇଁ ପ୍ରଥମ ଗୌରବ ଆଣିଲେ ଭବାନୀ ଦେବୀ

Image Courtesy of India Today

ନୂଆଦିଲ୍ଲୀ: ‘ଟୋକିଓ ୨୦୨୦’ ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତ ପକ୍ଷରୁ ତରବାରି ଚାଳନା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସି.ଏ. ଭବାନୀ ଦେବୀ ସୋମବାର ଦିନ ପ୍ରଥମ ରାଉଣ୍ଡ୍‌ରେ ବିଜୟ ହାସଲ କରି ଦ୍ବିତୀୟ ରାଉଣ୍ଡ୍‌ରେ ପରାସ୍ତ ହୋଇଛନ୍ତି।  ସଦ୍ୟତମ ସୂଚନା ଅନୁସାରେ, ୩୨ ସାରଣୀବିଶିଷ୍ଟ ଏହି ପ୍ରତିଯୋଗିତାର ଦ୍ବିତୀୟ ପର୍ଯ୍ୟାୟରେ ଭବାନୀ ଦେବୀ ଫ୍ରାନ୍‌ସ୍‌ର ବ୍ରୁନେଟ୍‌ ମ୍ୟାନନ୍‌ଙ୍କ ଠାରୁ ୭-୧୫ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

ଭବାନୀ ହେଉଛନ୍ତି ତରବାରି ଚାଳନା କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିଥିବା ପ୍ରଥମ ପ୍ରତିଯୋଗିନୀ। ଏହା ମଧ୍ୟ ହେଉଛି ତାଙ୍କର ସର୍ବ ପ୍ରଥମ ତଥା ସ୍ମରଣୀୟ ଅଲିମ୍ପିକ୍‌ ବିଜୟ ସ୍ମାରକୀ।

‘ୱିମିନ୍‌ସ୍‌ ସେବର୍‌ ଇଣ୍ଡିଭିଜୁଆଲ୍‌ ଟେବଲ୍‌’ର ୬୪ଟି ମ୍ୟାଚ୍‌ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୨୭ ବର୍ଷୀୟ ଭବାନୀ ଦେବୀ ଟ୍ୟୁନିଜିଆର ନାଦିଆ ବେନ୍ ଅଜିଜିଙ୍କୁ ୧୫-୩ରେ ପରାସ୍ତ କରିଛନ୍ତି। ତରବାରି ଚାଳନା କ୍ରୀଡ଼ା ଆରମ୍ଭରେ ବିଳମ୍ବ ହେବା ସତ୍ତ୍ବେ ଭବାନୀ ଦେବୀ ଧୈର୍ଯ୍ୟର ସହ ତାଙ୍କର ଏହି ସର୍ବ ପ୍ରଥମ ଅଲିମ୍ପିକ୍‌ସ୍‌ କ୍ରୀଡ଼ା ପ୍ରତିଯୋଗିତାରେ ୮-୦ରେ ଅଗ୍ରଣୀ ରହିଥିଲେ।

publive-image Image Courtesy of NDTV

ଆତ୍ମବିଶ୍ବାସରେ ଅଟଳ ଥିବା ଭବାନୀ ତାଙ୍କ ଠାରୁ ନିମ୍ନ ପାହ୍ୟାରେ ଥିବା ଅଜିଜିଙ୍କୁ ୨ୟ ରାଉଣ୍ଡ୍‌ରେ ମଧ୍ୟ ଅଗ୍ରସର ହେବାକୁ ସୁଯୋଗ ଦେଇ ନ ଥିଲେ। କୁଶଳତାର ସହ ତରବାରି ଚାଳନା କରିବା ସହ ସେ ଏହି ପ୍ରତିଯୋଗିତାରେ ପଏଣ୍ଟ୍‌ ମଧ୍ୟ ସଂଗ୍ରହ କରିଚାଲିଥିଲେ।

ତରବାରି ବା ଖଡ୍ଗ ଚାଳନା ପ୍ରତିଯୋଗିତାରେ ଜଣେ ପ୍ରତିଯୋଗି ଖଡ୍ଗର ଧାର ବା ଅଗ୍ରଦ୍ବାରା ପ୍ରତିଦ୍ବନ୍ଦ୍ବିଙ୍କ ଅଣ୍ଟାରୁ ଉପର ଆଡ଼କୁ କିଂବା ମୁଣ୍ଡକୁ ସ୍ପର୍ଶ କରନ୍ତି, ସେତେବେଳେ ସେ ଗୋଟିଏ ପଏଣ୍ଟ୍‌ ହାସଲ କରନ୍ତି। ଦୁଇ ରାଉଣ୍ଡ୍‌ରେ ୧୫ରୁ ଅଧିକ ପଏଣ୍ଟ୍‌ ହାସଲ କରିଥିବା ଖଡ୍ଗ ଚାଳକଙ୍କୁ ବିଜୟୀ ଘୋଷଣା କରାଯାଏ।

ଚେନ୍ନାଇବାସିନୀ ୨୭ ବର୍ଷୀୟ ଭବାନୀ ଇଟାଲିରୁ ଖଡ୍ଗ ଚାଳନାରେ ତାଲିମ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe