ଟୋକିଓ ଅଲିମ୍ପିକ୍ସ ପାଇଁ ଫିଫା ପୁରୁଷ ଖେଳାଳିଙ୍କ ବୟସସୀମା ବଢ଼ିଲା

Advertisment
ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୩୨ ଦିନ, ସଂକ୍ରମଣ ବଢ଼ିଲେ ବନ୍ଦଦ୍ବାର ଭିତରେ ଅଲିମ୍ପିକ୍ସ

EssentiallySports

ଜେନେଭା: କରୋନା ପାଇଁ ପୁନଃସୂଚୀ ଟୋକିଓ ଅଲିମ୍ପିକ୍ସ ଲାଗି ଫିଫା ପୁରୁଷ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବୟସୀମା ବଢ଼ାଇଛି। ‌ଗୋଟିଏ ବର୍ଷ ବିଳିମ୍ବ ହୋଇଥିବାରୁ ଖେଳାଳିଙ୍କ ହିତ ଦୃଷ୍ଟିରୁ ଶୁକ୍ରବାର ଫିଫା ଏଥିପାଇଁ ଏକ ନୂଆ ନିୟମ ଆଣିଛି। ଏହି ନିୟମ ଅନୁଯାୟୀ ‌ଯେଉଁ ଖେଳାଳି ୧ ଜାନୁଆରି ୧୯୯୭ କିମ୍ବା ଏହା ପରେ ଜନ୍ମ ହୋଇଥିବେ ସେମା‌ନେ ‌ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଏହାର ମାନେ ଚଳିତ ବର୍ଷ ଯେଉଁ ଖେଳାଳି ୨୩ ବର୍ଷରୁ କମ୍‌ ଦଳରେ ଖେଳିବା ପାଇଁ ଯୋଗ୍ୟ ସେମାନେ ଆସନ୍ତା ବର୍ଷ ୨୪ ବର୍ଷ ବୟସରେ ଜାପାନରେ ଖେଳିପାରିବେ। ଫିଫା ଏ ପର୍ଯ୍ୟନ୍ତ ଦୁଇଟି ବୟସ ବର୍ଗର ବିଶ୍ବକପ୍‌ (ଆମେରିକା ଓ ଭାରତ) ସ୍ଥଗିତ ରଖିଥିଲା ବେଳେ ଜୁନ୍‌ ମଧ୍ୟରେ କୌଣସି ଅନ୍ତର୍ଜାତୀୟ ପୁରୁଷ ଓ ମହିଳା ପ୍ରତିଯୋଗିତା ଆୟୋଜନକୁ ବନ୍ଦ ରଖିଛି। ପ୍ରଥମ ପ୍ରାଥମିକତା ହେଉଛି ସ୍ବାସ୍ଥ୍ୟ। ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଏହାକୁ ନଜରରେ ରଖି ଯାହା ନିଷ୍ପତ୍ତି ହେବ ବୋଲି ଫିଫା ପକ୍ଷରୁ କୁହାଯାଇଛି। ଆସନ୍ତା ବର୍ଷ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବା ୧୬ ପୁରୁଷ ଦଳ ମଧ୍ୟ ସେମାନଙ୍କ ଦଳରେ ତିନି ଜଣ ଅଧିକ ବୟସ ଖେଳାଳିଙ୍କୁ ସାମିଲ କରିପାରିବେ। ଦୁଇଟି ମହିଳା ବିଶ୍ୱକପ୍‌ ଅଗଷ୍ଟ ଓ ସେପ୍ଟେମ୍ବରରେ ପାନାମା ଓ କୋଷ୍ଟାରିକା ଦ୍ବାରା ଆୟୋଜିତ ୨୦ ବର୍ଷରୁ କମ୍‌ ଏବଂ ନଭେମ୍ବରରେ ଭାରତରେ ୧୭ ବର୍ଷରୁ କମ୍‌କୁ ସ୍ଥଗିତ ରଖାଯାଇଛି। ଏହାର କୌଣସି ନୂତନ ତାରିଖ ଘୋଷଣା ହୋଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe