ଟୋକିଓ ଅଲିମ୍ପିକ୍ସ ମଶାଲ ପ୍ରଜ୍ବଳିତ

Advertisment
ଟୋକିଓ ଅଲିମ୍ପିକ୍ସ ମଶାଲ ପ୍ରଜ୍ବଳିତ

ଗ୍ରିସ୍‌: ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସର ମଶାଲ ଗୁରୁବାର ଗ୍ରିସ୍‌ର ପୂରାତନ ଅଲମ୍ପିଆଠାରେ ପ୍ରଜ୍ବଳିତ ହୋଇଛି। ଏହି ମଶାଲ ସୂର୍ଯ୍ୟଙ୍କ ରଶ୍ମି ଦ୍ବାରା ଜଳିଛି। ତେବେ ସଂପ୍ରତି ସାରା ବିଶ୍ବରେ ନଭେଲ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ମଶାଲକୁ ବନ୍ଦ ଦରଜା ପଛରେ ପ୍ରଜ୍ବଳନ କରାଯାଇଛି। ଅଭିନେତ୍ରୀ ଜାନ୍ତି ଜର୍ଜିଉ ମଶାଲ ପ୍ରଜ୍ବଳନ ଉତ୍ସବରେ ଦର୍ଶକଙ୍କ ପାଇଁ ଏକ ପାରାବୋଲିକ୍‌ ଦର୍ପଣ ବ୍ୟବହାର କରିଥିଲେ। ସେ ମଶାଲ ପ୍ରଜ୍ବଳନ କରି ପରିକ୍ରମାର ଶୁଭାରମ୍ଭ କରିଥିଲେ। ଆସନ୍ତା ୧୯ ତାରିଖରେ ଏହି ମଶାଲ ଏଥେନ୍‌ସରେ ଟୋକିଓ କ୍ରୀଡ଼ା ଆୟୋଜକଙ୍କୁ ହସ୍ତାନ୍ତର କରାଯିବ। ଯୋଜନା ଅନୁଯାୟୀ ଏହି ଅଲିମ୍ପିକ୍‌ ଆଗକୁ ବଢ଼ିବ ବୋଲି ମଶାଲ ପ୍ରଜ୍ବଳନ ଅବସରରେ ଉଭୟ ଟୋକିଓ କ୍ରୀଡ଼ା ଆୟୋଜକ ଓ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି (ଆଇଓସି) ମିଳିତ ଭାବେ ସଂକେତ ଦେଇଥିଲେ। ତେଣୁ କରୋନା ଭୂତାଣୁ ଆତଙ୍କ ଯୋଗୁଁ ଏହି କ୍ରୀଡ଼ା ବାତିଲ ହେବନି କି ସ୍ଥଗିତ ରହିବନି ବୋଲି ଏଥିରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe