ଟୋକିଓ ଅଲିମ୍ପିକ୍ସ: ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ସେମି-ଫାଇନାଲ୍‌ରେ ସୁର୍‌ମେନେଲିଙ୍କ ଠାରୁ ପରାସ୍ତ ହେଲେ ଲଭ୍‌ଲୀନା

Advertisment
ଟୋକିଓ ଅଲିମ୍ପିକ୍ସ: ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ସେମି-ଫାଇନାଲ୍‌ରେ ସୁର୍‌ମେନେଲିଙ୍କ ଠାରୁ ପରାସ୍ତ ହେଲେ ଲଭ୍‌ଲୀନା

Image Courtesy of India Today

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍‌ସ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ୬୯ କେଜି ବର୍ଗର ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ସେମି-ଫାଇନାଲ୍‌ରେ ତୁର୍କୀର ବିଶ୍ବ ଚାମ୍ପିଅନ୍‌ ବୁସେନାଜ୍‌ ସୁର୍‌ମେନେଲିଙ୍କ ଠାରୁ ଭାରତର ଲଭ୍‌ଲୀନା ବୋର୍‌ଗୋହେନ୍‌ ପରାସ୍ତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ସୁର୍‌ମେନେଲି ନିର୍ବିବାଦରେ ୫-୦ରେ ବିଜୟିନୀ ହୋଇଛନ୍ତି।

ଏମ୍‌ସି ମେରିକମ୍‌ଙ୍କ ପରେ ଦ୍ବିତୀୟ ଅଲିମ୍ପିକ୍‌ କାଂସ୍ୟ ପଦକ ହାସଲ କରିବାରେ ଲଭ୍‌ଲୀନା ହେଉଛନ୍ତି ଦ୍ବିତୀୟ ମହିଳା ମୁଷ୍ଟି ଖେଳାଳି। ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସ୍‌ରେ ମେରି କମ୍ କାଂସ୍ୟ ପଦକ ହାସଲ କରିଥିଲେ। ଜଣେ ‘ମୁୟେ ଥାଇ’ ଅଭ୍ୟାସକାରିଣୀ ଭାବେ କ୍ୟାରିୟର୍‌ ଆରମ୍ଭ କରିଥିବା ଆସାମର ୨୩ ବର୍ଷୀୟା ଲଭ୍‌ଲୀନା କୌଣସି ଖ୍ୟାତନାମା ପ୍ରତିଯୋଗିତାର ଶ୍ରେଷ୍ଠ ତିନିଜଣ ମଧ୍ୟରେ ରହିବାର ଗୌରବ ଅର୍ଜନ କରିଥିବା ଭାରତର ତୃତୀୟ ପ୍ରତିଯୋଗୀ। ଅନ୍ୟ ଦୁଇଜଣ ଭାରତୀୟ ହେଉଛନ୍ତି ୨୦୦୮ରେ ବିଜୟୀ ହୋଇଥିବା ବିଜେନ୍ଦର୍‌ ସିଂହ ଏବଂ ୨୦୧୨ରେ ବିଜୟିନୀ ହୋଇଥିବା ମେରିକମ୍।

ଆଜି ସେ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ପାଉଥିବା କଥା ଜାଣି ପ୍ରଥମ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରଶଂସା କରିଛନ୍ତି।

publive-image Image Courtesy of Zee News

ଆନ୍ତର୍ଜାତିକସ୍ତରରେ ତୁର୍କୀର ୨୩ ବର୍ଷୀୟ ସୁର୍‌ମେନେଲି ମଧ୍ୟ ଏବର୍ଷ ଦୁଇଟି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଶୁଣାଯାଉଛି, ସେ ଅଲିମ୍ପିକ୍‌ ପଦକ ହାସଲ କରିବେ ବୋଲି ୨୦୧୫ରେ ତୁର୍କୀର ରାଷ୍ଟ୍ରପତି ରେସେପ୍‌ ତାୟିପ୍‌ ଏର୍ଡୋଗାନ୍‌ଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ମୁଷ୍ଟି ପ୍ରତିଦ୍ବନ୍ଦ୍ବିତାରେ ବୋର୍‌ଗୋହେନ୍‌ ମଧ୍ୟ ନୂଆ ନୁହନ୍ତି। ଏଥିପୂର୍ବରୁ ପୂର୍ବରୁ ସେ ଦୁଇଟି ବିଶ୍ବ ଚାମ୍ପିଅନ୍‌ କାଂସ୍ୟ ପଦକ ଲାଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe