ଟୋକିଓ ଅଲିମ୍ପିକ୍ସ୍‌: ପୁରୁଷ ‘ଫ୍ରିଷ୍ଟାଇଲ୍‌ କୁସ୍ତି’ରେ ସେମି-ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହେଲେ ଭାରତର ଦୀପକ ପୁନିଆ ଓ ରବି କୁମାର

ଟୋକିଓ ଅଲିମ୍ପିକ୍ସ୍‌: ପୁରୁଷ ‘ଫ୍ରିଷ୍ଟାଇଲ୍‌ କୁସ୍ତି’ରେ ସେମି-ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହେଲେ ଭାରତର ଦୀପକ ପୁନିଆ ଓ ରବି କୁମାର

Ravi and Deepak Image Courtesy of Insidesport

ଟୋକିଓ: ବିଶ୍ବର ଦ୍ବିତୀୟ ଶ୍ରେଷ୍ଠ କୁସ୍ତି ଖେଳାଳି ଭାରତର ଦୀପକ ପୁନିଆ ଜାପାନର ଟୋକିଓସ୍ଥିତ ଅଲିମ୍ପିକ୍ସ୍‌ ଷ୍ଟାଡିୟମ୍‌ ‘ମାକୁହରି ମେସେ ହଲ୍‌’ରେ ଆୟୋଜିତ ପୁରୁଷମାନଙ୍କ ୮୬ କିଲୋଗ୍ରାମ୍ ‘ଫ୍ରିଷ୍ଟାଇଲ୍‌ କୁସ୍ତି ପ୍ରତିଯୋଗିତା’ରେ ଚୀନ୍‌ର ଜୁସେନ୍ ଲିନ୍‌ଙ୍କୁ ୬-୩ରେ ପରାସ୍ତ କରି ସେମି-ଫାଇନାଲ୍‌କୁ ପ୍ରବେଶ କରିଛନ୍ତି।

ସେହିପରି, ପୁରୁଷ ୫୭ କେଜି ‘ଫ୍ରିଷ୍ଟାଇଲ୍‌ କୁସ୍ତି ପ୍ରତିଯୋଗିତା’ରେ ଏସିଆନ୍‌ ଚାମ୍ପିଅନ୍‌ସିପ୍‌ସ୍‌ ସ୍ବର୍ଣ୍ଣପଦକ ବିଜେତା ଭାରତର ରବି କୁମାର ଦହିୟା ମଧ୍ୟ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଏହାପୂର୍ବରୁ ଆଜି ଦୀପକ ପୁନିଆ ଏହି କ୍ରୀଡ଼ାର ପ୍ରଥମ ରାଉଣ୍ଡ୍‌ରୁ ୪-୧ରେ ଅଗ୍ରଣୀ ରହି କ୍ବାର୍ଟର୍‌-ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଥିଲେ। ଅନ୍ୟ ପ୍ରତିଯୋଗୀମାନେ ଏପର୍ଯ୍ୟନ୍ତ ଖେଳି ନ ଥିଲେ ସୁଦ୍ଧା ପୁନିଆଙ୍କୁ ଦ୍ବିତୀୟ ରାଉଣ୍ଡ୍‌ରେ ୮ ପଏଣ୍ଟ୍‌ ମଳିଥିଲା। ‘୧୬ ବାଉଟ୍‌ ରାଉଣ୍ଡ୍‌’ର ଏହି ପ୍ରତିଯୋଗିତାରେ ସେ ନାଇଜେରିଆର ଏକେରେକେମେ ଆଗିଓମୋର୍‌ଙ୍କୁ ୧୨-୧ରେ ପରାସ୍ତ କରିଥିଲେ।

publive-image Image Courtesy of India Today

ପ୍ରଥମେ ସାମାନ୍ୟ ଧିମା ଖେଳ ପ୍ରଦର୍ଶନ କରିଥିବା ଭାରତୀୟ ‌କୁସ୍ତିଯୋଦ୍ଧା ଦୀପକ ପରେ ପରେ ଏହି ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦ୍ବୀ ଆଗିଓମୋର୍‌ଙ୍କ ଉପରେ ଆଧିପତ୍ୟ ବଜାୟ ରଖିଥିଲେ। ପ୍ରଥମ ରାଉଣ୍ଡ୍‌ରେ ଦୀପକ ଉତ୍ତମ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ ଥିଲେ ମଧ୍ୟ ନାଇଜେରିଆର ଏକେରେକେମେ ପ୍ରଥମ ଦୁଇ ପଏଣ୍ଟ୍‌ ହାସଲ କରିଥିଲେ। କିନ୍ତୁ, ଏହାକୁ ପରବାୟ ନ କରି ଦୀପକ ଅଧିକ ଉତ୍ତମ ଖେଳ ପ୍ରଦର୍ଶନ କରି ୪-୧ରେ ଅଗ୍ରଣୀ ରହିଥିଲେ।

ଏହାଛଡ଼ା, ବିଶ୍ବର ୪ର୍ଥ ସ୍ଥାନରେ ଥିବା ରବି କୁମାର ‘୧୬ ବାଉଟ୍‌ ରାଉଣ୍ଡ୍‌’ବିଶିଷ୍ଟ ଏହି ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦ୍ବୀ କଲମ୍ବିଆର ଅସ୍କାର୍‌ ଟାଇଗର୍‌ଗୋଜ୍‌ଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ରାଉଣ୍ଡ୍‌ରେ ମାନ୍ଦା ଖେଳ ପ୍ରଦର୍ଶନ କରି ସୁଦ୍ଧା ରବି କୁମାର ୩-୨ରେ ଅଗ୍ରଣୀ ରହିଥିଲେ। କିନ୍ତୁ, ଦ୍ବିତୀୟ ରାଉଣ୍ଡ୍‌ରେ ଉତ୍ତମ କ୍ରୀଡ଼ା ପ୍ରଦର୍ଶନ କରି ଟାଇଗରଗୋଜ୍‌ଙ୍କ ଉପରେ ଆଧିପତ୍ୟ ବିସ୍ତାର କରିବା ସହ ବିନା କୌଣସି ପ୍ରତିବନ୍ଧକରେ ୮ ପଏଣ୍ଟ୍ ଲାଭ କରିଥିଲେ।

ଆଜି କିଛି କ୍ଷଣ ପୂର୍ବରୁ ରବି କୁମାର କ୍ବାର୍ଟର-ଫାଇନାଲ୍‌ରେ ବୁଲ୍‌ଗେରିଆର ବାଲଗେଲ୍‌ଭୋ ଭାଲେଣ୍ଟିନୋଭ୍‌ଙ୍କୁ ୧୪-୪ରେ ପରାସ୍ତ କରି ସେମି-ଫାଇନାଲ୍‌କୁ ଉନ୍ନୀତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe