ଟୋକିଓ ଅଲିମ୍ପିକ୍ସ୍‌: ମହିଳା ୨୦୦ ମିଟର୍‌ ସେମିଫାଇନାଲ୍‌ରେ ବିଫଳ ହେଲେ ଦୂତୀ ଚାନ୍ଦ

Advertisment
ଟୋକିଓ ଅଲିମ୍ପିକ୍ସ୍‌: ମହିଳା ୨୦୦ ମିଟର୍‌ ସେମିଫାଇନାଲ୍‌ରେ ବିଫଳ ହେଲେ ଦୂତୀ ଚାନ୍ଦ

ଟୋକିଓ: ଆଜି ଅଲିମ୍ପିକ୍‌ ଷ୍ଟାଡିୟମ୍‌ର ଟ୍ରାକ୍‌-୨ରେ ଆୟୋଜିତ ୨୦୦ ମିଟର୍ ମହିଳା ଦୌଡ଼ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭାରତର ଅଗ୍ରଣୀ ଧାବିକା ଦୂତୀ ଚାନ୍ଦ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି।

publive-image Image Courtesy of The India Express

‘ହିଟ୍‌-୪’ରେ ଦୌଡ଼ି ଦୂତୀ ୨୩.୮୫ ସେକେଣ୍ଡ୍‌ରେ ନିର୍ଦ୍ଧାରିତ ସୀମା ସ୍ପର୍ଶ କରି ୭ମ ସ୍ଥାନରେ ରହିଛନ୍ତି। ଫଳତଃ, ସେ ସେମି-ଫାଇନାଲ୍‌କୁ ଯିବା ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି।

publive-image Image Courtesy of Zee News

ଏହି ପ୍ରତିଯୋଗିତାରେ ‘ନାମିବିୟାନ୍‌ ନ୍ୟାସ୍‌ନାଲ୍‌ ରେକର୍ଡ’ ଭଙ୍ଗ କରି ୨୨.୧୧ ସେକେଣ୍ଡ୍‌ରେ କ୍ରିଷ୍ଟାଇନ୍‌ ଏମବୋମା ‘ହିଟ୍‌’ର ଶୀର୍ଷରେ ରହିଛନ୍ତି। ସେହିପରି, ୨୨,୨୦ ସେକେଣ୍ଡ୍‌ରେ ନିର୍ଦ୍ଧାରିତ ସୀମାରେ ପହଞ୍ଚି ଯୁକ୍ତରାଷ୍ଟ୍ର ଆମେରିକାର ଗାବ୍ରିଏଲ୍‌ ଟୋମାସ୍‌ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି। ପ୍ରତିଯୋଗିତାର ପ୍ରତ୍ୟେକ ‘ହିଟ୍‌’ରେ ପ୍ରଥମ ତିନିଜଣ ସେମି-ଫାଇନାଲ୍‌ ଯୋଗ୍ୟତା ହାସଲ କରିଛନ୍ତି।

publive-image Image Courtesy of Business Standard

ଶୁକ୍ରବାର ଦିନ ମଧ୍ୟ ଚାନ୍ଦ ଅଲିମ୍ପିକ୍‌ ଷ୍ଟାଡିୟମ୍‌ରେ ମହିଳା ୧୦୦ ମିଟର୍‌ ଦୌଡ଼ରେ ସେମି-ଫାଇନାଲ୍‌କୁ ଉନ୍ନୀତ ହେବାରେ ଅସଫଳ ହୋଇଥିଲେ। ‘ହିଟ୍‌୫’ରେ ଦୌଡ଼ି ୧୧.୫୪ ସେକେଣ୍ଡ୍‌ରେ ନିର୍ଦ୍ଧାରିତ ସୀମାରେ ପହଞ୍ଚି ଦୂତୀ ୭ମ ସ୍ଥାନରେ ରହିବାରୁ ସେମି-ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହେବାର ଯୋଗ୍ୟତା ହରାଇଥିଲେ। ଏଥିରେ ସେଲି-ଆନ୍‌ ଫ୍ରେସର୍‌-ପ୍ରାଇସ୍‌ ପ୍ରଥମ ଏବଂ ଆଜଲା ଡେଲ୍‌ ପୋଣ୍ଟେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe