Image Courtesy of India Today
ଟୋକିଓ: ଶନିବାର ଦିନ ଟୋକିଓ ଅଲିମ୍ପିକ୍ସ୍ରେ ଚୂଡ଼ାନ୍ତ ପ୍ରତିଯୋଗିତାରେ ଭାରତୀୟ ମହିଳା ହକି ଟିମ୍ ଦକ୍ଷିଣ ଆଫ୍ରିକାକୁ ୪-୩ରେ ପରାସ୍ତ କରି କ୍ବାର୍ଟର୍-ଫାଇନାଲ୍ ସ୍ତରକୁ ଆସିଛି। ଏହି ମ୍ୟାଚ୍ରେ ଭାରତର ବନ୍ଦନା କାଟାରିୟା ମଧ୍ୟ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି।
ମ୍ୟାଚ୍ ଫଳାଫଳ ଯାହା ହେଇଥାଉ ନା କାହିଁକି, ଭାରତକୁ ମୁକାବିଲା କରିବା ଲାଗି ଦକ୍ଷିଣ ଆଫ୍ରିକାର କୌଣସି ସୁଯୋଗ ନ ଥିଲେ ମଧ୍ୟ ତିନି ଥର ଭାରତର ସମକକ୍ଷ ହୋଇ ପାରିଥିଲା। କିନ୍ତୁ, ମ୍ୟାଚ୍ ଶେଷ ଆଡ଼କୁ ସେମାନେ ଦେଇ ଥିବା ଗୋଟାଏ ଗୋଲ୍କୁ ଭାରତ ପ୍ରତିରୋଧ କରିଥିଲା। ତା’ସହ ମ୍ୟାଚ୍ର ଚତୁର୍ଥ କ୍ବାର୍ଟର୍ରେ ଗୋଟାଏ ପେନାଲ୍ଟିକ୍ କର୍ଣ୍ଣର୍ରେ ବନ୍ଦନା ତୃତୀୟ ଗୋଲ୍ ଦେଇଥିଲେ।
Image Courtesy of Onhikeସମ୍ପ୍ରତି ଭାରତୀୟ ଟିମ୍ ୬ ପଏଣ୍ଟ୍ରେ ରହି ଏହି ଗ୍ରୁପ୍ରେ ଆୟର୍ଲାଣ୍ଡ୍କୁ ଟପି ଚତୁର୍ଥ ସ୍ଥାନରେ ରହିଛି। ଭାରତ ଓ ଆୟର୍ଲାଣ୍ଡ୍ ମଧ୍ୟରେ ଗୋଲ୍ ପାର୍ଥକ୍ୟ ରହିଛି ୭ ଓ ୫। ଆଜି ଆୟର୍ଲାଣ୍ଡ୍ ଗ୍ରେଟ୍ ବ୍ରିଟେନ୍ର ମୁକାବିଲା କରିବ। ଏହି ମ୍ୟାଚ୍ ଆୟର୍ଲାଣ୍ଡ୍ ଜିଣିଲେ କି, ମ୍ୟାଚ୍ ଅମୀମାଂସିତ ରହିଲେ ଭାରତ ପ୍ରତିଯୋଗିତାରୁ ଓହରି ଯିବ। କିନ୍ତୁ, ଗ୍ରେଟ୍ ବ୍ରିଟେନ୍ ବିଜୟୀ ହେଲେ ଭାରତ ଖେଳିବାକୁ ସୁଯୋଗ ପାଇବ।
Follow Us