Image Courtesy of Zee News
ଚଣ୍ଡିଗଡ଼: ଟୋକିଓ ଅଲିମ୍ପିକ୍ସ୍ରେ ଭାରତୀୟ ହକି ଟିମ୍ ସ୍ବର୍ଣ୍ଣ ପଦକ ଜିଣିଲେ ସେଥିରେ ଥିବା ପଞ୍ଜାବ ରାଜ୍ୟର ପ୍ରତ୍ୟେକ ହକି ଖେଳାଳିଙ୍କୁ ୨.୨୫ କୋଟି ଲେଖାଏଁ ଟଙ୍କା ଦିଆଯିବ ବୋଲି ଶୁକ୍ରବାର ଦିନ ପଞ୍ଜାବର କ୍ରୀଡ଼ାମନ୍ତ୍ରୀ ରାଣା ଗୁରମୀତ ସୋଢ଼ି ଘୋଷଣା କରିଛନ୍ତି।
ଅଲିମ୍ପିକ୍ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିଣିଲେ ସମୁଦାୟ ଦଳକୁ ୨.୨୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା।
ସୋଢ଼ି କହିଛନ୍ତି, ଟୋକିଓ ଅଲିମ୍ପିକ୍ସ୍ରେ ଭାରତୀୟ ହକି ଟିମ୍ରେ ଥିବା ପଞ୍ଜାବ ରାଜ୍ୟର ୧୧ଜଣ ଖେଳାଳି ପାରୁପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଛନ୍ତି।
Image Courtesy of Yahoo News Indiaଆଠ ଥର ଚାମ୍ପିଅନ୍ ହୋଇଥିବା ଭାରତ ଟୋକିଓ ଅଲିମ୍ପିକ୍ସ୍ର ‘ଗ୍ରୁପ୍ ଏ’ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଠାରୁ ପଛରେ ଥାଇ ଦ୍ବିତୀୟ ସ୍ଥାନରେ ରହିଛି। ଅଗଷ୍ଟ ୧ ତାରିଖ ରବିବାର ଦିନ ଭାରତୀୟ ଦଳ ‘ଗ୍ରେଟ୍ ବ୍ରିଟେନ୍’ ହକି ଟିମ୍ ସହ ମୁକାବିଲା କରିବ। ସେହିପରି, ଅନ୍ତିମ ଆଠଟି ପର୍ଯ୍ୟାୟରେ ୨୦୦୪ ଚାମ୍ପିଅନ୍ ଅଷ୍ଟ୍ରେଲିଆ ନେଦର୍ଲାଣ୍ଡ୍ସ୍କୁ ମୁକାବିଲା କରିବ।
ରବିବାର ଦିନ ଅନ୍ୟ ଏକ କ୍ବାର୍ଟର୍ଫାଇନାଲ୍ରେ ଆର୍ଜେଣ୍ଟିନା ଜର୍ମାନିର ସମ୍ମୁଖୀନ ହେବା ବେଳେ ବେଲ୍ଜିୟମ୍ ଭେଟିବ ସ୍ପେନ୍କୁ।
Follow Us