ଟୋକିଓ ଅଲିମ୍ପିକ୍ସ୍‌: ପ୍ରି-କ୍ବାର୍ଟର୍‌ଫାଇନାଲ୍‌ସ୍‌ରେ ପ୍ରବେଶ କଲେ ପିଭି ସିନ୍ଧୁ

Advertisment
ଟୋକିଓ ଅଲିମ୍ପିକ୍ସ୍‌: ପ୍ରି-କ୍ବାର୍ଟର୍‌ଫାଇନାଲ୍‌ସ୍‌ରେ ପ୍ରବେଶ କଲେ ପିଭି ସିନ୍ଧୁ

Image Courtesy of India Today

ଟୋକିଓ: ବୁଧବାର ଦିନ ଟୋକିଓ ଅଲିମ୍ପିକ୍ସ୍‌ରେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ‘ଟୋକିଓ ଅଲିମ୍ପିକ୍ସ୍‌ ୨୦୨୦’ର ‘ୱିମିନ୍‌ସ୍‌ ସିଙ୍ଗ୍‌ଲ୍‌ସ୍‌ ବ୍ୟାଡ୍‌ମିଣ୍ଟନ୍‌’ର ୧୬ଶ ପର୍ଯ୍ୟାୟକୁ ଯାଇ ପ୍ରି-କ୍ବାର୍ଟର୍‌ରେ ପ୍ରବେଶ କରିଛନ୍ତି।

ଖେଳର ୬ଷ୍ଠ ସ୍ଥାନରେ ଥିବା ପିଭି ସିନ୍ଧୁ ‘ଫାଇନାଲ୍‌ ଗ୍ରୁପ୍‌ ଜେ ମ୍ୟାଚ୍‌’ରେ ନିମ୍ନ ପାହ୍ୟାରେ ଥିବା ହଙ୍ଗ୍‌କଙ୍ଗ୍‌ର ଚୁଏଙ୍ଗ୍ ନାନ୍ ୟିଙ୍କୁ ପରାସ୍ତ କରିଛନ୍ତି। ଟୋକିଓର ମୁସାଶିନୋ ଫରେଷ୍ଟ୍‌ ସ୍ପୋର୍ଷ୍ଟ ପ୍ଲାଜାରେ ଚୁଏଙ୍ଗ୍‌ଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିବାକୁ ସିନ୍ଧୁ ୩୦ ମିନିଟ୍‌ରୁ ସାମାନ୍ୟ ଅଧିକ ସମୟ ଆବଶ୍ୟକ କରିଥିଲେ।

publive-image Image Courtesy of Reuters

ଦୁଇଟି ମ୍ୟାଚ୍‌ ବା ପ୍ରତିଯୋଗିତାରେ ୪ ପଏଣ୍ଟ୍‌ ହାସଲ କରି ସିନ୍ଧୁ ‘ଗ୍ରୁପ୍‌ ଜେ’ର ତିନି ମହିଳାଙ୍କ ଠାରୁ ଶୀର୍ଷରେ ରହିଛନ୍ତି। ଏପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସ୍‌ରେ ସେ କୌଣସି ପ୍ରତିଯୋଗିତା ଛାଡ଼ି ନାହାନ୍ତି। ରବିବାର ଦିନ ସିନ୍ଧୁ ଅନାୟାସରେ ସେନିଆ ପୋଲିକାର୍ପୋଭାଙ୍କୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲେ।

ଟୋକିଓ ଅଲିମ୍ପିକ୍ସ୍‌ର ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାରତ ପାଇଁ ଏକମାତ୍ର ଆଶା ହେଉଛନ୍ତି ପିଭି ସିନ୍ଧୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe